Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମେଡ୍ ଇନ୍ ଚାଇନା ଭାଇରସ୍‌କୁ ଚିହ୍ନିବ ମେଡ୍‌ ଇନ୍ ଇଣ୍ଡିଆ କିଟ୍‌ : ବିକ୍ରି ପାଇଁ ମାଇଁ ଲ୍ୟାବ୍ କିଟ୍ ପ୍ରସ୍ତୁତ

28/03/2020 at 9:18 PM

ନୂଆଦିଲ୍ଲୀ ୨୮।୩: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ସମସ୍ତେ ଚିନ୍ତାରେ ଥିବାବେଳେ, ଗୋଟେ ଭଲ ଖବର ଆଗକୁ ଆସିଛି। ସଂକ୍ରମିତ ଲୋକଙ୍କ ଯାଞ୍ଚ ପାଇଁ ଭାରତରେ କିଟ୍‌ ପ୍ରସ୍ତୁତ ହୋଇଯାଇଛି। ପୁନେରେ ଥିବା ମାଇଲାବ ଡ଼ିସକୋଭରୀ ସଲ୍ୟୁସନ ନାମକ ଏଇ କମ୍ପାନୀକୁ କିଟ୍‌ ର ଉତ୍ପାଦନ ପାଇଁ ଅନୁମତି ମଧ୍ୟ ମିଳିସାରିଛି।

କରୋନା ଭାଇରସ ପରୀକ୍ଷାରେ ବିଳମ୍ବ ହେବା ନେଇ, ଭାରତକୁ ସମାଲୋଚିତ ହେବାକୁ ପଡୁଥିବାବେଳେ, ଏବେ ଭାରତରେ କରୋନା ପରୀକ୍ଷଣ ପାଇଁ କିଟ୍‌ ପ୍ରସ୍ତୁତ ହୋଇସାରିଛି। ସବୁଠୁ କମ୍‌ ସମୟ ଛଅ ସପ୍ତାହ ଭିତରେ ତିଆରି ହୋଇଥିବା ଏଇ କିଟ୍‌ ଯୋଗେ ଏବେ ଦିନକୁ ୧୦୦ ପରୀକ୍ଷା କରାଯାଉଛି, ଆଗକୁ ଦିନକୁ ଏକ ହଜାର ପରୀକ୍ଷା କରାଯିବାର ଲକ୍ଷ୍ୟ ରଖାଯାଇଛି। ଆଗରୁ ଏଭଳି ପରୀକ୍ଷା ପାଇଁ ୭ଘଣ୍ଟା ସମୟ ଲାଗୁଥିବାବେଳେ, ଏବେ ଏଇ ପରୀକ୍ଷା ଅଢ଼େଇଘଣ୍ଟାରେ ହେବ।। ଏବଂ ଗୋଟିଏ କିଟ୍‌ରେ ଏକ ଲକ୍ଷ ପର୍ଯନ୍ତ ପରୀକ୍ଷା କରାଯାଇ ପାରିବ। ଏବଂ କମ୍‌ ଟଙ୍କା ମଧ୍ୟ ଖର୍ଚ ହେବ। କରୋନା ଭଳି ମେଡ଼ ଇନ ଚାଇନା ଭାଇରସକୁ ଚିହ୍ନଟ କରିବ, ଏ କିଟ୍‌, ମେଡ୍‌ ଇନ ଇଣ୍ଡିଆ।

ପୁଣେଠାରେ ଥିବା ମାଇଁଲାବ ଡିସକୋଭେରୀ ସଲ୍ୟୁସନ କମ୍ପାନୀ ଏହି କରୋନା କିଟ୍‌ ପ୍ରସ୍ତୁତ କରିଛି। ଆଉ ଏଇ ସଫଳତା ପଛରେ ଯାହାଙ୍କର ମୁଖ୍ୟ ଭୂମିକା ରହିଛି, ସେ ହେଉଛନ୍ତି ଭିରୋଲୋଜିଷ୍ଟ ମୀନାଲ ଡଖାଭେ ଭୋସଲେ। ଯିଏ କି ଗର୍ଭବତୀ ଅବସ୍ଥାରେ ଥାଇ ମଧ୍ୟ ଏମିତି ଏକ ସଫଳତା ହାସଲ କରିଛନ୍ତି। ତାଙ୍କ ସହିତ ତାଙ୍କର ୧୦ଜଣିଆ ଟିମ୍‌ ମଧ୍ୟ ରହିଥିଲା। ପୂର୍ବରୁ ଏହି ଲ୍ୟାବ ଏଚଆଇଭି, ହେପାଟାଇଟିସ ବି ଏବଂ ସି ଓ ଅନ୍ୟାନ୍ୟ ରୋଗ ପରୀକ୍ଷା ପାଇଁ କିଟ୍ ତିଆରି କରିଥିଲା।ଏବେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏହି କିଟ୍‌ର ଉତ୍ପାଦନ ଏବଂ ବ୍ୟବହାର ପାଇଁ ଅନୁମତି ଦେଇଛି।

   Related Posts