ମୋ ବାପାଙ୍କର ୨୭ଜଣ ସ୍ତ୍ରୀ, ଆମେ ୧୫୦ ଭାଇ-ଭଉଣୀ : ୧୯ ବର୍ଷୀୟ ଝିଅ କହିଲା ବିଶ୍ବର ସବୁଠାରୁ ବଡ ପରିବାରର କାହାଣୀ, ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ

Published By : Prameya-News7 Bureau | January 23, 2021 IST

ନୂଆଦିଲ୍ଲୀ ୨୩/୦୧ : କାନାଡା ସ୍ଥିତ ବାଉଣ୍ଟିଫୁଲ୍‌ର ମେରଲିନ୍‌ ବ୍ଲାକ୍‌ମୋରଙ୍କ ପରିବାର ହେଉଛି ବିଶ୍ବର ସବୁଠାରୁ ବଡ ପରିବାର । ତାଙ୍କର ପିତା ୬୪ ବର୍ଷୀୟ ଓ୍ବିନଷ୍ଟନ୍‌ ବ୍ଲାକ୍‌ମୋରଙ୍କର ୨୭ ଜଣ ପତ୍ନୀ ଏବଂ ୧୫୦ ଜଣ ପିଲାଛୁଆ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏହାକୁ ଖୁଲାସା କରିଛନ୍ତି ଓ୍ବିନଷ୍ଟନ୍‌ ବ୍ଲାକ୍‌ମୋରଙ୍କର ପରିବାର ସଦସ୍ୟ ୧୯ ବର୍ଷୀୟ ମେରଲିନ୍‌ । ଏହା ସହ ସେ କିଭଳି ଭାବେ ଏତେ ବଡ ପରିବାରରେ ହସଖୁସିରେ ରହୁଛନ୍ତି ତାହା ମଧ୍ୟ ଟିକ୍‌ଟକ୍‌ ମାଧ୍ୟମରେ ଭିଡିଓ ଜାରି କରି କହିଛନ୍ତି ।

ବର୍ତ୍ତମାନ ଆମେରିକାରେ ରହୁଥିବା ମେରଲିନ୍‌ ପୂର୍ବରୁ ଏହାକୁ ସମସ୍ତଙ୍କ ସାମ୍ନାରେ ଖୁଲାସା କରିବାକୁ ଚାହୁଁଥିଲେ ମଧ୍ୟ କହିବାକୁ ସଙ୍କୋଚ କରୁଥିଲେ । ଶେଷରେ ସେ ଏହି ଘଟଣାକୁ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ କହିଛନ୍ତି. ‘ଆମର ପରିବାର ବହୁତ ବଡ । ଘରେ ରହୁଥିବା ପିଲାମାନେ ଅନ୍ୟ ସ୍କୁଲକୁ ପାଠ ପଢିବା ପାଇଁ ଯାଆନ୍ତି ନାହିଁ । ସମସ୍ତେ ନିଜ ସ୍କୁଲକୁ ପାଠପଢିବାକୁ ଯାଆନ୍ତି । ଏହା ସହ ଘରର ଛୋଟ ଛୋଟ ପିଲାମାନେ ମା ମାନଙ୍କ ସହ ରହିବା ବଦଳରେ ମୋଟେଲ ହାଉସରେ ଏକାଠି ରୁହନ୍ତି’।

wp:embed {"url":"https://youtu.be/ojlXZJiUnPU","type":"video","providerNameSlug":"youtube","responsive":true,"className":"wp-embed-aspect-4-3 wp-has-aspect-ratio"}
https://youtu.be/ojlXZJiUnPU
/wp:embed

ମେରଲିନ୍‌ ଏବଂ ତାଙ୍କର ଦୁଇ ଜଣ ଭାଇ ମ୍ୟୁରେ (୧୯) ଓ ଓ୍ବାରେନ୍‌ (୨୧) ସୋସିଆଲ ମିଡିଆରେ ନିଜର ବିଶାଳକାୟ ପରିବାର ବିଷୟରେ କହିଛନ୍ତି । ଓ୍ବିନଷ୍ଟନ୍‌ ବ୍ଲାକ୍‌ମୋରଙ୍କର ୨୭ ଜଣ ପତ୍ନୀ କିନ୍ତୁ ମାତ୍ର ୨୨ ଜଣ ପିଲା ସେମାନଙ୍କ ସହିତ ରହୁଛନ୍ତି ।

ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି, ଓ୍ବିନଷ୍ଟନ୍‌ ବ୍ଲାକ୍‌ମୋର ନିଜ ଝିଅମାନଙ୍କୁ ହିଁ ବିବାହ କରନ୍ତି । ଏଭଳି ପ୍ରାୟ ଆହୁରି ୧୬ଜଣ ଝିଅଙ୍କୁ ବିବାହ କରିବାକୁ ଯୋଜନା କରୁଛନ୍ତି । ନିଜ ଝିଅମାନଙ୍କ ଠାରୁ ଜନ୍ମ ହେଉଥିବା ପିଲାମାନଙ୍କର ଦୁଇଟି ଲେଖାଏଁ ମା । ସମସ୍ତ ପିଲାମାନଙ୍କୁ ନିଜ ମା ମାନଙ୍କୁ ନାଁ ସହିତ ମମ୍‌ ଏବଂ ମା’ଙ୍କର ମା’ଙ୍କୁ ନାଁ ସହିତ ମା ଡାକିବା ପାଇଁ ଟ୍ରେନିଂ ଦିଆଯାଇଛି ।

wp:gallery {"ids":[397330],"linkTo":"none"} /wp:gallery

ଉକ୍ତ ଭିଡିଓରେ ଓ୍ବାରେନ୍‌ ବ୍ଲାକ୍‌ମୋର କହିଛନ୍ତି,  ‘ସାଧାରଣତଃ ପ୍ରତ୍ୟେକ ଘରେ ଦୁଇଜଣ ମା ଏବଂ ତାଙ୍କର ପିଲାମାନେ ରୁହନ୍ତି । ଘରର ତଳ ମହଲାରେ ଜଣେ ଏବଂ ଉପର ମହଲାରେ ଜଣେ ମା’ ରୁହନ୍ତି । ସେଠାରେ ତିନି ଭିନ୍ନ ଭଉଣୀଙ୍କର ଦୁଇଟି ଗୋଷ୍ଠୀ ରହିଛି ଏବଂ ଅନ୍ୟ ଗୋଷ୍ଠୀରେ ଚାରି ଭିନ୍ନ ଭଉଣୀଙ୍କର ଚାରିଟି ଗୋଷ୍ଠୀ ରହିଛି’ ।

ତେବେ ଓ୍ବିନଷ୍ଟନ୍‌ ବ୍ଲାକ୍‌ମୋରଙ୍କ ନାଁରେ ଅଭ୍ୟାସଗତ ବିବାହ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା ଏବଂ ତାଙ୍କୁ ୬ ମାସ ଯାଏଁ ଗୃହ ବନ୍ଦୀ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.