ନ୍ୟାୟ ମିଳିଲା କିନ୍ତୁ ୧୦ଦିନ ପରେ...

Published By : Prameya-News7 Bureau | December 06, 2019 IST

ହାଇଦ୍ରାବାଦ ୦୬।୧୨: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ  ଓ ହତ୍ୟା ମାମଲାରେ ସମସ୍ତ ଚାରି ଅଭିଯୁକ୍ତ ପୋଲିସ ଏନକାଉଣ଼୍ଟରରେ ପ୍ରାଣହରାଇଛନ୍ତି । ଘଟଣାସ୍ଥଳରେ ତଦନ୍ତ ବେଳେ ଖସିଯିବାକୁ ଚେଷ୍ଟା କରି ପୋଲିସ ଗୁଳିରେ ଟଳି ପଡିଛନ୍ତି ଚାରି ଅଭିଯୁକ୍ତ ।  ଏନକାଉଣ୍ଟର ପରେ କେତେକ ସାମାଜିକ ସଙ୍ଗଠନ ବାଣ ଫୁଟାଇ ପୋଲିସକୁ ପ୍ରଶଂସା କରିଛନ୍ତି । ସେପଟେ ମହିଳା ଡାକ୍ତରଙ୍କ ପିତା ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଯେ ଏହି ଘଟଣାଦ୍ୱାର ତାଙ୍କ ଝିଅର ଆତ୍ମାକୁ ଶାନ୍ତି ମିଳିଛି ।

{"id":194450,"sizeSlug":"large"}

ମହିଳାଙ୍କ ପିତା କହିଛନ୍ତି ଯେ,  ତାଙ୍କ ଝିଅର ମୃତ୍ୟୁକୁ ୧୦ଦିନ ବିତିସାରିଲାଣି । କିନ୍ତୁ ଆଜିର ଏନକାଉଣ୍ଟରରେ ଝିଅର ଆତ୍ମାକୁ ଶାନ୍ତି ମିଳିଛି । ଏଥିପାଇଁ ସେ ପୋଲିସ ଓ ସରକାରଙ୍କୁ ଧନ୍ୟାବାଦ ଜଣାଇଛନ୍ତି ।

wp:core-embed/twitter {"url":"https://twitter.com/ANI/status/1202787153467494401","type":"rich","providerNameSlug":"twitter","className":""}
https://twitter.com/ANI/status/1202787153467494401

/wp:core-embed/twitter

ପୋଲିସ ଏନକାଉଣ୍ଟର ପରେ ମହିଳା ଡାକ୍ତରଙ୍କ ଭଉଣୀ କହିଛନ୍ତି ଯେ, ଅଭିଯୁକ୍ତଙ୍କର ଏନକାଉଣ୍ଟର ଖବର ଶୁଣିବା ପରେ ବହୁତ ଖୁସି ଲାଗୁଛି। ଏହା ଏକ ଉଦାହରଣ ହୋଇ ରହିବ। ଅତିଶୀଘ୍ର ନ୍ୟାୟ ମିଳିଥିବାରୁ ଆଇନ ଉପରେ ବିଶ୍ୱାସ ଅତୁଟ ରହିବ। ଏହାସହ ଏହି କଠିନ ସମୟରେ ତାଙ୍କ ସହ ଥିବା ଜନତା, ଗଣମାଧ୍ୟମ ଓ ସରକାରଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ମୋ ଝିଅକୁ ଯେମିତି ପୋଡି ମାରିଛନ୍ତି , ସେମାନଙ୍କୁ ସେହିପରି ଭାବେ ସେମାନଙ୍କୁ ସେହିପରି ଦଣ୍ଡ ମିଳିବା ଦରକାର ବୋଲି ମହିଳା ଡାକ୍ତରଙ୍କ ମା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.