ଦୀପାବଳି ପାଇଁ ଆସନ୍ତାକାଲି ଗଡିବନି ‘ମୋ ବସ୍’

Published By : Prameya-News7 Bureau | November 13, 2020 IST

ଭୁବନେଶ୍ଵର ୧୩।୧୧: ଦୀପାବଳି ପାଇଁ ଆସନ୍ତାକାଲି ଅପରାହ୍ନରୁ ଗଡିବନି ମୋ ବସ୍। କେବଳ ୧୫ଟି ରୁଟ୍‌ରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୋ ବସ୍ ଚାଲିବ। ଏପରିକି ପାସ୍ କାଉଣ୍ଟର ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲ ମଧ୍ୟ  ବନ୍ଦ ରହିବ। ଏହି  କଟକଣା ନେଇ ସିଆରୟୁଟି ବା କ୍ରୁଟ୍ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି।

ଉଲ୍ଲେଖନୀୟ ଚଳିତ ବର୍ଷ ଦୀପାବଳିକୁ ନେଇ ଲୋକଙ୍କ ମନେ ସେତେ ଆଗ୍ରହ କି ଉତ୍ସାହ ନାହିଁ। କରୋନା ଯୋଗୁଁ ବାଣ ବିକ୍ରି ଏବଂ ଫୁଟେଇବା ଉପରେ ପ୍ରଶାସନ ରୋକ୍ ଲଗାଇଛି। ଲୋକେ କେବଳ ଘରେ ବିଧି ମୁତାବକ ଆାଲୋକର ର୍ପବ  ପାଳିବାକୁ  ସଜବାଜ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.