Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ମୋ ଶବ ରେଳଧାରଣାରୁ ମିଳିବ….ପରିବାରକୁ ମେସେଜ କରି ଆତ୍ମହତ୍ୟା କଲେ ଯୁବକ

30/11/2021 at 10:53 PM

ବଲାଙ୍ଗିର ୩୦।୧୧: ‘ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି । ମୁଁ ନିଜେ ଆତ୍ମହତ୍ୟା କରୁଛି । ମୋ ଶବ ବେହେରାପାଲି ଓଭରବ୍ରିଜ ରେଳଧାରଣାରୁ ମିଳିବ’ ପରିବାର ଲୋକଙ୍କୁ ଏପରି ମେସେଜ କରି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ସହରରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ବଲାଙ୍ଗିର ସଦର ବ୍ଲକ କୁଡମଡୋଲା ଗାଁର ସୁଦାମ ପସାୟତ(୨୬) ବୋଲି ଜଣାପଡିଛି

ସୂଚନାଅନୁସାରେ, ଗତକାଲି ସନ୍ଧ୍ୟାରେ ସେ ପରିବାର ଲୋକଙ୍କୁ ଏପରି ମେସେଜ କରିଥିଲେ । ସୂଚନା ପାଇ ପରିବାର ଲୋକ ଘଟଣାସ୍ଥଳକୁ ଆସି ଦେଖିବା ବେଳକୁ ତାଙ୍କର ମୃତଦେହ ପଡିଥିଲା ବୋଲି ତାଙ୍କ କାକା ଇଶ୍ବର ପସାୟତ କହିଛନ୍ତି ।  ଜିଆରପି ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲା । ମୃତକଙ୍କ ବାପାଙ୍କ କହିବା ଅନୁସାରେ, ସେ ବିଡି ପଢିସାରି ଚାକିରି ଖୋଜୁଥିଲା। କିଛି ଦିନ ତଳେ ଏକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ସେଥିରେ ସେ ଅକୃତକାର୍ଯ୍ୟ ହୋଇଥିବାରୁ ମାନସିକ ଚାପରେ ରହୁଥିଲା। ଏହି କାରଣରୁ ସେ ଏପରି କରିଥାଇ ପାରେ ବୋଲି ତାଙ୍କ କାକା କହିଛନ୍ତି ।

   Related Posts