Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

‘ମାଇଁଅମ୍ୱର’ ଆପ୍‌ ଉନ୍ମୋଚନ, ମହିଳାମାନଙ୍କ ସୁରକ୍ଷାରେ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା

28/10/2020 at 3:05 PM

ଭୁବନେଶ୍ୱର ୨୮।୧୦: ଭୋଡାଫୋନ୍‌ ଆଇଡିଆର ସିଏସ୍‌ଆର୍‌ ସଂସ୍ଥା ଭୋଡାଫୋନ୍‌ ଆଇଡିଆ ଫାଉଣ୍ଡେସନ ଓ ନାସକମ୍‌ ଫାଉଣ୍ଡେସନର ମିଳିତ ସହଯୋଗରେ ‘ମାଇଁଅମ୍ୱର’ ଆପ୍‌କୁ ଉନ୍ମୋଚନ କରାଯାଇଛି । ଭାରତରେ ମହିଳାମାନଙ୍କ ସୁରକ୍ଷା ପାଇଁ ଏହା ହେଉଛି ଏକ ସମାଧାନଭିତ୍ତିକ ଆପ୍‌ । ଏହି ଆପ୍‌ ଏକ ଲକ୍ଷରୁ ଅଧିକ ମହିଳାଙ୍କୁ ହିଂସାର ମୁକାବିଲା କରିବା, ବୁଝିବା ଏବଂ ସମାଧାନ ଦିଗରେ ସହାୟକ ହେବ ।

‘କନେକ୍ଟିଂ ଫର୍‌ ପ୍ରୋଗ୍ରାମ୍‌’ ଅଧୀନରେ ଏହି ଆପ୍‌ ବିକଶିତ କରାଯାଇଛି । ଏହା ଉଭୟ ହିନ୍ଦୀ ଓ ଇଂରାଜି ଭାଷାରେ ଉପଲବ୍ଧ ହେଉଛି । ଏଥିରେ ମହିଳାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ହେଲ୍‌ପ ଲାଇନ୍‌ ନମ୍ୱର ଏବଂ ସେବା ପ୍ରଦାନ କରାଯିବା ସହ ସେମାନେ ସାମ୍ନା କରୁଥିବା ସମସ୍ୟାକୁ କିଭଳି ସ୍ତର ପରେ ସ୍ତର ଜରିଆରେ ସମାଧାନ କରିପାରିବେ ସେଥିପାଇଁ ସେମାନଙ୍କୁ ବିପଦର ମାତ୍ରା ଆକଳନ କରିବାର ସୁବିଧା ଯୋଗାଇ ଦିଆଯିବ । ଏହା ଜରିଆରେ ସେମାନେ ଗୋଟିଏ କ୍ଲିକ୍‌ରେ ଆଇନଗତ ଓ କାଉନ୍‌ସେଲିଂ ସୁବିଧା ପାଇପାରିବେ ।

ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ୍‌ ଆଣ୍ଡ୍‌ ରୁରାଲ୍‌ ଡେଭେଲପ୍‌ମେଣ୍ଟର ଅଧ୍ୟକ୍ଷା ରାଜଶ୍ରୀ ବିର୍ଲା, ଭୋଡାଫୋନ୍‌ ଆଇଡିଆର ଚିଫ୍‌ ରେଗୁଲାଟୋରି ଆଣ୍ଡ୍‌ କର୍ପୋରେଟ୍‌ ଆଫେୟାର ଅଫିସର ପି ବାଲାଜୀ, ୟୁଏନ୍‌ ଓମେନ୍‌ର ଡେପୁଟି କଣ୍ଟ୍ରି ରିପ୍ରେଜେଣ୍ଟେଟିଭ୍‌ ନିସ୍ଥା ସତ୍ୟମ, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦେଶିକା ରଶ୍ମୀ ସିଂହ, ସେଫ୍‌ଟି ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ଓ ସଭାନେତ୍ରୀ ଡକ୍ଟର ଶୃତି କପୁର, ନାସ୍‌କମ୍‌ ଫାଉଣ୍ଡେସନର ଉପ ସଭାପତି ସନ୍ତୋଷ ଆବ୍ରାହମଙ୍କ ଉପସ୍ଥିତିରେ ମାଇଁ ଅମ୍ୱର ଆପ୍‌କୁ ଉନ୍ମୋଚନ କରାଯାଇଛି ।

   Related Posts