Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଲଗାଣ ବର୍ଷାରେ ଭୁଷୁଡିଲା ପୋଲ, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୧୦ରୁ ଅଧିକ ଗାଁ

23/07/2021 at 9:39 AM

ମାଲକାନଗିରି ୨୩/୦୭: କାଳ ସାଜିଲା ଲଗାଣ ବର୍ଷା । ୧୦ ଗ୍ରାମକୁ ସଂଯୋଗ କରୁଥିବା MV ୧୦୮ ପୋଲ ଭୁଷୁଡି ଯିବାରୁ ବିଛିନ୍ନ ହୋଇଛି ଯୋଗାଯୋଗ । ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ କୋରକୋଣ୍ଡା ବ୍ଲକ୍ MV ୧୦୮ ଗ୍ରାମର ପୋଲଟି ଦବି ଯାଇଥିଲା । ଅନ୍ୟପଟେ MV ୧୦୮ ଗ୍ରାମକୁ ସଂଯୋଗ କରୁଥିବା ଚିତାପାରି ରାସ୍ତା କାଦୁଅମୟ ହୋଇ ଯାଇଥିବାରୁ ଯାତାୟାତ ଠପ ହୋଇଯାଇଥିବା ଚିତ୍ର ଦେଖିବାକୁ ମିଳିଛି ।

ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ମୌଳିକ ସମସ୍ୟା ପର୍ଯ୍ୟନ୍ତ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବର୍ଷା ଦିନରେ ଲୋକେ ହଇରାଣ ହରକତ ହେଉଥିବା ବେଳେ ଅଞ୍ଚଳ ବାସୀ ତୁରନ୍ତ ପୋଲ ମରାମତି କରିବାକୁ ଦାବି କରିଛନ୍ତି । ତେବେ ଏ ନେଇ ଆମେ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ କୌଣସି ସନ୍ତୋଷ ଜଣକ ଉତ୍ତର ମିଳିପାରିନାହି ।

   Related Posts