ଚିଲିକା କୂଳରେ ବାଲିରେ ଫସିଥିବା ଜାହାଜକୁ ଉଦ୍ଧାର କରିବ ଏମ୍‌ଭି ଚିତା- ଉଚ୍ଚ ଜୁଆର ଯୋଗୁଁ ପ୍ରଥମ ପ୍ରୟାସ ଫେଲ୍‌ ମାରିଲା

Published By : Prameya-News7 Bureau | September 15, 2019 IST

କୃଷ୍ଣପ୍ରସାଦ୧୫।୦୯- ଚିଲିକା ରାଜହଂସ ନିକଟରେ ଫସିରହିଥିବା ମାଲେସିଆ ଜହାଜକୁ ଉଦ୍ଧାର କରିବା ପାଇଁ  ସିଙ୍ଗାପୁର ରୁ ଆସିଥିବା ଏମ୍‌ଭି ଚିତା ଜାହାଜ ଆଜି ଉଦ୍ଧାର କରି ପାରିଲା ନାହିଁ ।ଜାହାଜରେ ଚଢିଥିବା ବାଲିକୁ ଜେସିବି ମାଧ୍ୟମରେ କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।ସେପଟେ ଉଚ୍ଚ ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ପୁଣି ଜାହାଜ ରେ ବାଲି ଚଢ଼ିଗଲା ।ସିଙ୍ଗାପୁର ଜାହାଜ ଏମ୍‌ଭି ଚିତା ମାଲେସିଆ ଜାହାଜକୁ ଉଦ୍ଧାର କରିପାରିବ କି ନାହିଁ ତାହା ଏବେ ଚିନ୍ତା ବଢାଇଛି ।

{"id":158194}

ଫେଲ୍ ମାରିଲା ଏମ୍‌ଭି ଚିତା । ଚିଲିକା ରାଜହଂସରେ ଫସି ରହିଥିବା ଜାହାଜକୁ ଉଦ୍ଧାର କରିବାରେ ଫେଲ୍ ମାରିଛି ସିଙ୍ଗାପୁରରୁ ଆସିଥିବା ଜାହାଜ ଏମ୍‌ଭି ଚିତା । ୩୭ ଦିନ ଧରି ଫସି ରହିଥିବା ଜାହାଜ ଜେନହାଓ୍ବା-୩୨ ରବିବାର ମାଲେସିଆ ଫେରିଯିବ ବୋଲି ଆଶା କରାଯାଉଥିଲା ।

{"id":158195}

କିନ୍ତୁ ଏହି ଆଶାକୁ ଧୂଳିସାତ୍ କରିଦେଇଛି ସମୁଦ୍ର ଲହଡି । ଫେଲ୍ ମାରିଛି ଏମ୍‌ଭିଚିତାର ସବୁ ଉଦ୍ୟମ । ନିରାଶ ହୋଇଛନ୍ତି ଉଦ୍ଧାରକାରୀ । ଜେନହାଓ୍ବା-୩୨କୁ ଟାଣି ନେବାକୁ ସକାଳ ୭ ରୁ ଉଦ୍ୟମ ଆରମ୍ଭ କରିଥିଲା ଏମ୍‌ଭି ଚିତା । ଦଉଡି ସଂଯୋଗ ସହ ଜେସିବି ସହାୟତାରେ ଫସିରହିଥିବା ଜାହାଜରୁ ବାଲି କଢା ଯାଇଥିଲା । କିନ୍ତୁ ଉଚ୍ଚ ଜୁଆର ଯୋଗୁଁ ପୁଣି ଜାହାଜରେ ବାଲି ଭର୍ତ୍ତି ହୋଇଯାଇଥିଲା ।

{"id":158196}

ଗତ ଅଗଷ୍ଟ ୯ରୁ ଚିଲିକା ଉପକୂଳ ରାଜହଂସରେ ଅଟକି ରହିଛି ଲାମାଲେସିଆ ଜାହାଜ ଜେନହାଓ୍ବା-୩୨ । ଅଚଳ ଜାହାଜକୁ ଟାଣି ନେବାକୁ ଶନିବାର ସିଙ୍ଗାପୁରରୁ ଆସି ପହଞ୍ଚିଥିଲା ଜାହାଜ ଏମ୍‌ଭି ଚିତା ।

{"id":158197}

ତେଲ ଲିକ୍ ଆଶଙ୍କାରେ ଜିଲ୍ଲା ପ୍ରଶାସନ ଜାହଜରୁ ତେଲ କାଢି ନେବା ସହ ଅପସାରଣ ପାଇଁ ସିପିଂ ଏଜେଣ୍ଟ ଓ ଜାହାଜ କର୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ । ତୁରନ୍ତ ମାଲେସିଆ ଜାହାଜକୁ ରାଜହଂସରୁ ହଟେଇବାକୁ ଦାବି କରିଛନ୍ତି ମତ୍ସଜୀବୀ ।

 ଏଏମ୍‌ଭି ଚିତା ମାଲେସିଆ ଜାହାଜକୁ ଟାଣି ନେବାରେ ସକ୍ଷମ ହେବ କି ନାହିଁ ତାକୁ ନେଇ ଦେଖାଯାଇଛି ସନ୍ଦେହ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.