ବଜାରକୁ ଆସୁଛି ଏମଭି ଅଗସ୍ତା ରସ୍ 1000: ସୁପର ବାଇକ୍, ଦମଦାର ଲୁକ୍, ଯୁବପୀଢିଙ୍କର ହେବ ଜବରଦସ୍ତ ଆଟ୍ରାକ୍ସନ୍

Published By : Prameya-News7 Bureau | May 21, 2020 IST

ନୂଆଦିଲ୍ଲୀ, ୨୧|୦୫: ଇଟାଲୀର ଅଗ୍ରଣୀ ସ୍ପୋର୍ଟସ୍ ବାଇକ୍ ନିର୍ମାତା ଏମଭି ଅଗସ୍ତା ଏକ ଆକର୍ଷଣୀୟ ବାଇକର ପ୍ରଡକ୍ସନ ଜୁନ ମାସରୁ ଆରମ୍ଭ କରିବ । ଏହି ସିରିଜର ନାଁ ହେଉଛି ରସ୍ ୧୦୦୦ ଏକିମା-୨୦୧୯ । ଏହା ଅଗସ୍ତା ବ୍ରୁଟେଲ୍ ୧୦୦୦ ଉପରେ ଆଧାରିତ । କିନ୍ତୁ ଏଥିରେ କାର୍ବନ ଫାଇବର କମ୍ପୋନେଣ୍ଟସକୁ ବହୁଳ ବ୍ୟବହାର କରାଯାଇଛି । ଏହା ଏକ ଖାସ୍ ବାଇକ ଅଟେ । କାରଣ କମ୍ପାନୀ ଏହି ସିରିଜରେ ମାତ୍ର ୩୦୦ଟି ବାଇକ୍ ପ୍ରସ୍ତୁତ କରିବ । ଆସନ୍ତୁ ଜାଣିବା ଏହି ବାଇକର ବିଭିନ୍ନ ଫିଚର୍ ବାବଦରେ ।

{"id":273587,"width":744,"height":537,"sizeSlug":"large"}

ଏହି ବାଇକରେ ୯୯୮ ସିସି ଇଞ୍ଜିନ ଦିଆଯାଇଛି । ଏହି ଇଞ୍ଜିନ ୧୩୦୦୦ ଆରପିଏମରେ ୨୦୮ ବିଏଚପି ଏବଂ  ୧୧ହଜାର ଆରପିଏମରେ ୧୧୬ ଏନଏମ ଟର୍କ ଜେନେରେଟ୍ କରିଥାଏ । ଏଥିରେ ଫାକ୍ଟ୍ରି ରେସିଂ କିଟ୍ ଦିଆଯାଇଛି । ଆହୁରି ମଧ୍ୟ ଏସସି ପ୍ରୋଜେକ୍ଟର ଓ ଇସିୟୁ ରିମ୍ୟାପ୍ ପ୍ରଦାନ କରାଯାଇଛି । ରେସିଂ କିଟ୍ ପରେ ବାଇକର ବିଏଚପି ୨୧୨ ହୋଇଯିବ ।

ଏହି ବାଇକର ମ୍ୟାକ୍ସିମମ୍ ସ୍ପିଡ୍ ରହିଛି ଘଣ୍ଟା ପ୍ରତି ୩୦୦ କିମି । ଏହାର ଓଜନ ମଧ୍ୟ ବିନା ଫୁଏଲରେ ୧୮୫ । ଯାହା ଏହି ସେଗମେଣ୍ଟର ଅନ୍ୟ ବାଇକ ତୁଳନାରେ କମ । ଏଥିରେ ୮ ଲେବୁଲର ଟ୍ରାକ୍ସନ କଣ୍ଟ୍ରୋଲ, ୯ ପ୍ଲସ୍ ରେସ୍ ଏବିଏସ,  କ୍ୱିକ୍ ସିଫ୍ଟର, ଓ୍ୱିଲି କଣ୍ଟ୍ରୋଲ, ଲଞ୍ଚ୍ କଣ୍ଟ୍ରୋଲ ରହିଛି । ଆହୁରି ମଧ୍ୟ ସ୍ପୋର୍ଟସ୍, ରେନ୍, ରେସ୍, କଷ୍ଟମ ଭଳି ରାଇଡିଂ ମୋଡ୍ ରହିଛି ।

{"id":273588,"width":744,"height":418,"sizeSlug":"large"}

ରସ୍ ୧୦୦୦ର ଲୁକ୍ ସବୁଠାରୁ ଦମଦାର ରହିଛି । ଏଥିରେ ଥିବା ହେଡ୍ ଲାଇଟ୍, ସ୍ପୋକଡ୍ ଫ୍ରଣ୍ଟ୍ ହ୍ୱିଲ୍, କଲର୍ ଟିଏପଟି ଡିସପ୍ଲେ ଆଦି ରହିଛି । ଏଥିରେ ଆପଣ ପାସେଞ୍ଜର୍ ସିଟ୍ ମଧ୍ୟ ବଦଳାଇ ପାରିବେ । ଏହାର ଦାମ ରହିଛି ୩୪ ହଜାର ୟୁରୋ ବା ୨୮ ଲକ୍ଷ ୨୦ ହଜାର । ବ୍ରୁଟାଲ୍ ୧୦୦୦ ତୁଳନାରେ ଏହା ୪ ଲକ୍ଷ ଟଙ୍କା ଅଧିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.