ଚା' ବିକୁଥିବା ସ୍ବାମୀଙ୍କୁ ମାସକୁ ୨ହଜାର ଟଙ୍କା ଭରଣପୋଷଣ ଦେବେ ସ୍ତ୍ରୀ, ଜାଣନ୍ତୁ କାହିଁକି

Published By : Prameya-News7 Bureau | October 24, 2020 IST

ମୁଜାଫରନଗର ୨୪।୧୦: ପତି,ପତ୍ନୀକୁ  ଭରଣପୋଷଣ ପାଇଁ ଅର୍ଥ ଦେବ… ଏପରି ଅନେକ ରାୟ କୋର୍ଟ ଦେଇଥିବାର ଆପଣମାନେ ଶୁଣିଥିବେ । କିନ୍ତୁ ଉତ୍ତରପ୍ରଦେଶର ମୁଜାଫରନଗରରେ ଏହାର ବିପରୀତ ଘଟଣା ଘଟିଛି । ମୁଜାରଫରନଗରର ଏକ ଫ୍ୟାମିଲି କୋର୍ଟ ଏକ ରାୟ ଶୁଣାଇଛନ୍ତି । ଯାହା ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ଲାଗିବ । କୋର୍ଟ ସ୍ୱାମୀକୁ ଭରଣପୋଷଣ ପାଇଁ ମାସିକ ଟଙ୍କା ଦେବାକୁ ପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ସ୍ୱାମୀଙ୍କ ଭରଣପୋଷଣ ଦେବା ପାଇଁ ମହିଳାଙ୍କୁ କୋର୍ଟ ଅର୍ଡର ଦେଇଛନ୍ତି । ମହିଳା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ , ଏବଂ ତାଙ୍କ ସ୍ୱାମୀ ଚା ବିକ୍ରି କରିଥାନ୍ତି ।  

ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, କିଶୋରୀ ଲାଲ ସୋହକାର ମୁଜାଫରନଗର ଜିଲ୍ଲାରେ ଚା ବିକ୍ରି କରିଥାନ୍ତି । ତାଙ୍କର ସ୍ୱାମୀ ୩୦ବର୍ଷ ପୂର୍ବେ କାନପୁରର ମୁନ୍ନି ଦେବୀଙ୍କ ସହ ବିବାହ କରିଥିଲେ । ପତ୍ନୀ ଭାରତୀୟ ସେନାର ଜଣେ ୪ର୍ଥ ଶ୍ରେଣୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ , ଏବଂ ସେ ଅବସର ନେଇସାରିଛନ୍ତି । ପ୍ରତି ମାସରେ ତାଙ୍କୁ ୧୨ହଜାର ଟଙ୍କାର ପେନ୍‌ସନ ମିଳୁଛି । ତେବେ ୧୦ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗିବା ସ୍ୱାମୀ-ସ୍ତ୍ରୀ ଅଲଗା ରହିଥିଲେ । ପରେ ୨୦୧୩ରେ କିଶୋରୀ ଲାଲ ନିଜ ଭରଣପୋଷଣ ପାଇଁ ଅର୍ଥ ଦାବି କରି ଫ୍ୟାମିଲି କୋର୍ଟରେ ମାମଲା ରୁଜୁ କରିଥିଲେ ।

ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । କୋର୍ଟ ପକ୍ଷରୁ ମୁନ୍ନୀ ଦେବୀଙ୍କୁ ପ୍ରତି ମାସରେ ୨ହଜାର ଟଙ୍କା ଲେଖାଏଁ ଟଙ୍କା କିଶୋରୀ ଲାଲ୍‌ଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କୋର୍ଟଙ୍କ ଏହି ରାୟରେ କିଶୋରୀ ଲାଲ୍‌ ସୂମ୍ପର୍ଣ୍ଣ ଭାବେ ସନ୍ତୁଷ୍ଟ ନାହାନ୍ତି । ତାଙ୍କ ଅନୁଯାୟୀ, ପତ୍ନୀଙ୍କ ପେନ୍‌ସନ୍‌ର ଏକ –ତୃତୀୟାଂଶ ଦେବାକୁ ପଡିବ । ଗତ ୭ବର୍ଷ ହେଲା ମୁଁ ଏହି ଲଢେଇ ଲଢୁଛି ବୋଲି କିଶୋରୀ କହିଛନ୍ତି । ଯେତେ ଟଙ୍କା କୋର୍ଟ ଦେବାକୁ ଆଦେଶ ଦେଇଛନ୍ତି, ସେତିକି ଟଙ୍କା ମୋ ସ୍ୱାସ୍ଥ୍ୟ ପିଛା ଖର୍ଚ୍ଚ ହୋଇଯିବ ।

୨ଜଣଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଡିଭୋର୍ସ ହୋଇନାହିଂ । କିଶୋର ଲାଲ୍‌ଙ୍କ ଓକିଲ ବାଲେଶ କୁମାର ତାୟଲ କହିଛନ୍ତି ଯେ, ସେକ୍ସନ-୨୫ ହିନ୍ଦୁ ଆକ୍ଟ ଅନୁଯାୟୀ, ଏହି କେସ୍‌ ୭ବର୍ଷ ପୂର୍ବେ ଫାଇଲ୍‌ କରାଯାଇଥିଲା । ୨ଜଣଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇନାହିଁ । ଏହାପୂର୍ବରୁ ୨ଜଣଙ୍କୁ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.