Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଛାତରୁ ଖସିପଡି ସ୍ୱର୍ଣ୍ଣ ଋଣ ପ୍ରଦାନକାରୀ କମ୍ପାନୀ Muthut ଗ୍ରୁପର ଚେୟାରମ୍ୟାନ୍ ଙ୍କ ମୃତ୍ୟୁ

6/03/2021 at 10:49 PM

ନୂଆଦିଲ୍ଲୀ ୬।୩: ସୁନା ବଦଳେ ଋଣ ଦେଉଥିବା କମ୍ପାନୀ ମୁଥୁଟ ଗ୍ରୁପ ଚେୟାରମ୍ୟାନ୍‌ ଏମ.ଜି. ଜର୍ଜ ମୁଥୁଟଙ୍କ ପରଲୋକ ହୋଇଛି। ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଦିଲ୍ଲୀର ଇଷ୍ଟ ଅଫ କୈଳାଶସ୍ଥିତ ବାସଭବନ ଛାତରୁ ସେ ଖସିପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ତାଙ୍କର ମୃତ୍ୟୁର କାରଣ ଜାଣିବା ଲାଗି ପୋଷ୍ଟମର୍ଟମ ନିମନ୍ତେ ଶନିବାର ପର୍ଯ୍ୟନ୍ତ ରଖାଯାଇଥିଲା। ଶନିବାର ଡାକ୍ତରମାନେ ତାଙ୍କର ପୋଷ୍ଟମର୍ଟ କରିଥିବା ବେଳେ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ତାଙ୍କର ପଡିଯିବା ଯୋଗୁ ଆଘାତକାରଣରୁ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି।

ପୋଲିସ ସୂଚନା ଅନୁସାରେ ୭୧ ବର୍ଷ ବୟସ୍କ ମୁଥୁଟ୍‌ ଗତ କିଛି କାଳ ହେଲା ଅସୁସ୍ଥ ଥିଲେ ଓ ଘରେ ରହୁଥିଲେ। ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ସେ ଅଚାନକ ଛାତରୁ ତଳକୁ ଖସି ପଡିଥିଲେ। ତେବେ ତାଙ୍କ ଦ୍ୱାରା ସ୍ଥାପିତ ମୁଥୁଟ୍‌ ଗ୍ରୁପ ଦେଶର ସର୍ବ ବୃହତ୍ତ ଅର୍ଥଲଗାଣକାରୀ ସଂସ୍ଥାରେ ପରିଣତ ହୋଇଛି। ମୁଥୁଟ ଫାଇନାନ୍ସ ଏକ ଅଣ ବ୍ୟାଙ୍କିଙ୍ଗ ସଂସ୍ଥା ଓ କେବଳ ସ୍ୱର୍ଣ୍ଣ ବଦଳରେ ଋଣ ଦେଇଥାଏ। 

ତେବେ ଏମ.ଜି. ଜର୍ଜ ମୁଥୁଟ ଏହି ସଂସ୍ଥାର ଅଧ୍ୟକ୍ଷ ହେବାରେ ତାଙ୍କ ପରିବାରର ତୃତୀୟ ପିଢୀ ସଦସ୍ୟ ଥିଲେ ଏହା ଛଡା ସେ ଅର୍ଥଡକ୍ସ ଚର୍ଚର ଟ୍ରଷ୍ଟି ମଧ୍ୟ ଥିଲେ। ତାଙ୍କ ନେତୃତ୍ୱରେ ମୁଥୁଟ ଫାଇନାନ୍ସ ସାରା ବିଶ୍ୱରେ ୫ ହଜାରରୁ ଅଧିକ ଶାଖା ଦ୍ୱାରା କାରବାର ପରିଚାଳନା କରୁଛି।

   Related Posts