Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଉନ୍ସର ପକାଇ ମୁରଲୀଧରନଙ୍କ ଆଙ୍ଗୁଠି ଭାଙ୍ଗି ଦେଇଥାନ୍ତେ ଅଖତାର, କିନ୍ତୁ…

20/08/2020 at 10:14 PM

ଲାହୋର, ୨୦|୦୮: ରାଓ୍ୱଲପିଣ୍ଡୀ ଏକ୍ସପ୍ରେସ ଭାବେ ପରିଚିତ ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତାର ଘାତକ ବୋଲିଂ କରନ୍ତି । ତାଙ୍କ ବୋଲିଂର ଗତି ବେଳେବେଳେ ଘଣ୍ଟାପ୍ରତି ୧୫୦ କିମି ଟପିଯାଏ । ଅନେକ ବ୍ୟାଟସମ୍ୟାନ୍ ତାଙ୍କୁ ସାମ୍ନା କରିବାକୁ ଭୟ କରନ୍ତି । ତେବେ ଶ୍ରୀଲଙ୍କାର ବୋଲର ତଥା ବିଶ୍ୱର ମହାନ ସ୍ପିନର ମୁଥୟା ମୁରଲୀଧରନଙ୍କୁ ନେଇ ସେ ଏକ ରୋଚକ କଥା କହିଛନ୍ତି ।

ସୋଏବ ଏକ ଟିଭି ସୋରେ କହିଛନ୍ତି ଯେ, ସେ ଶ୍ରୀଲଙ୍କାର ମୁଥୟା ମୁରଲୀଧରଣ ଏକଦା ବ୍ୟାଟିଂ କରୁଥିବା ବେଳେ ତାଙ୍କର ସାମ୍ନା କରୁଥିଲେ । ତାଙ୍କ ସାଥି ଖେଳାଳି ମହମ୍ମଦ ୟୁସୁଫ ମୁରଲୀଧରନଙ୍କ ଆଙ୍ଗୁଠି ଭାଙ୍ଗିଦେବାକୁ କହିଥିଲେ । କାରଣ ସେ ତାଙ୍କ ସ୍ପିନ୍ ଖେଳିପାରୁ ନଥିଲେ । ଏହାପରେ ସେ ମୁରଲୀଧରନଙ୍କୁ ୩,୪ଟି ବାଉନ୍ସର ପକାଇଥିଲେ । ମୁରଲୀଧରନ ତାଙ୍କୁ ଏପରି ପେସ୍ ଓ ବାଉନ୍ସର ନପକାଇବାକୁ କହିଥିଲେ । ଏପରିକି ସେ ଆଉଟ ହେବାକୁ ରାଜି ଥିବା ହସିକରି କହିଥିଲେ ।

ଆହୁରି ମଧ୍ୟ ନିମ୍ନକ୍ରମରେ କିଛି ଭାରତୀୟ ବ୍ୟାଟସମ୍ୟାନ୍ ମଧ୍ୟ ବାଉନ୍ସର ବୋଲିଂ ନକରିବାକୁ କହିଥିଲେ । ଏପରିକି ସେମାନଙ୍କର ଘରେ ପରିବାର ଥିବା କହିଥିଲେ ।

   Related Posts