ଏହି ଦେଶରେ କରୋନାର ମ୍ୟୁଟେସନ୍ ଷ୍ଟ୍ରେନ୍ ଉହାନରେ ଦେଖାଯାଉଥିବା ଭାଇରସ୍‌ଠାରୁ ୧୦ ଗୁଣ ଅଧିକ ବିପଜ୍ଜନକ : ଅଧ୍ୟୟନ

Published By : Prameya-News7 Bureau | June 14, 2020 IST

ନୂଆଦିଲ୍ଲୀ ୧୪।୬: କୋଭିଡ୍-୧୯ର ଏକ ମ୍ୟୁଟେସନ୍ ଷ୍ଟ୍ରେନ୍ ଅନ୍ୟ କରୋନା ଭାଇରସ୍ ଅପେକ୍ଷା ୧୦ ଗୁଣ ଅଧିକ ବିପଜ୍ଜନକ ବୋଲି ଜଣାପଡିଛି । ଆମେରିକାର ସ୍କ୍ରିପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ବିଶ୍ବରେ ୭୭.୬ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି ।

{"id":285951,"sizeSlug":"large"}

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସ୍କ୍ରିପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆମେରିକା, ବ୍ରିଟେନ୍ ଏବଂ ଇଟାଲୀରେ କରୋନା ଭାଇରସ୍‌ର ଏଭଳି ମ୍ୟୁଟେସନ ଦେଖିବାକୁ ମିଳିଛି ଯାହା ଉହାନରେ ଦେଖାଯାଇଥିବା କରୋନା ଭାଇରସଠାରୁ ୧୦ ଗୁଣ ଅଧିକ ସଂକ୍ରାମକ ଅଟେ ।

{"id":285952,"sizeSlug":"large"}

ବୈଜ୍ଞାନିକମାନେ କହିଛନ୍ତି ଯେ, କରୋନାର ଏହି ମ୍ୟୁଟେସନ୍ ଷ୍ଟ୍ରେନ୍ ଶୀଘ୍ର ଶରୀରର ରିସେପ୍ଟର୍ସ ଉପରେ ଆକ୍ରମଣ କରିଥାଏ । କରୋନା ଭାଇରସ୍ (SARS-CoV-2) ର ଏହି ସଂସ୍କରଣର ନାମ ଡି୬୧୪ଜି । ଏହି ଷ୍ଟ୍ରେନ୍ ରେ ଅନ୍ୟ ଭାଇରସ୍ ଅପେକ୍ଷା ୪ରୁ ୫ ଗୁଣ ଅଧିକ 'ସ୍ପାଇକ୍ସ ପ୍ରୋଟିନ୍' ଥାଏ ।

{"id":285953,"sizeSlug":"large"}

ଅଧ୍ୟୟନ ଅନୁଯାୟୀ, କେବଳ କରୋନା ଭାଇରସ୍ ଡି୬୧୪ଜି ସଂସ୍କରଣ ୧୦ ଗୁଣ ଅଧିକ ସଂକ୍ରାମକ ନୁହେଁ, ଏହା ମଧ୍ୟ ଅଧିକ ସ୍ଥିର ଅଟେ । ଅନେକ ଦେଶର ବୈଜ୍ଞାନିକମାନେ ବୁଝିବାକୁ ଚେଷ୍ଟା କରୁଛନ୍ତି ଯେ କାହିଁକି କରୋନା ଭାଇରସ୍ କେତେକ ସହର ଏବଂ ଦେଶରେ ଅଧିକ କ୍ଷତି ଘଟାଉଛି ଯେଉଁଠିକି କେତେକ ସ୍ଥାନରେ କମ୍ ।

{"id":285956,"sizeSlug":"large"}

ଏହାପୂର୍ବରୁ, କିଛି ରିସର୍ଚ୍ଚରେ ଏହା ପ୍ରକାଶ ପାଇଥିଲା ଯେ ଡି୬୧୪ଜି ଷ୍ଟ୍ରେନ୍ ଇଟାଲୀ, ବ୍ରିଟେନ ଏବଂ ନ୍ୟୁୟର୍କ ସିଟିରେ ଅଧିକ ଉପସ୍ଥିତ ଥିଲା । ଏହି ସ୍ଥାନରେ କରୋନା ଭାଇରସ୍ ଯୋଗୁଁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.