ଘୁଷୁରୀ ଦଳରେ ଜନ୍ମ ହେଲା ବିଚିତ୍ର ଛୁଆ : ଦୂରଦୂରାନ୍ତରୁ ଦେଖିବାକୁ ଆସୁଛନ୍ତି ଲୋକେ

Published By : Prameya-News7 Bureau | April 23, 2019 IST

ନୂଆଦିଲ୍ଲୀ ୨୩/୪: ଆଜି ଆମେ ଏପରି ଏକ ବିଚିତ୍ର ଜୀବ ବିଷୟରେ ଜାଣିବା ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବାସ୍ତବରେ ଚାଇନାରେ ମଣିଷ ମୁହାଁ ଘୁଷୁରୀ ଛୁଆର ଭିଡିଓଗ୍ରାଫି ଭାଇରାଲ ହେବାରେ ଲାଗିଛି।

{"id":106429,"width":595,"height":422}

ଏହିପରି ବିଚିତ୍ର ଦେଖାଯାଉଥିବା ଘୁଷୁରୀର ମୁହଁ ମଣିଷ ଭଳି ଦେଖାଯାଉଛି ଏବଂ ଏହାର ମୁଣ୍ଡରେ ଆବୁ ହୋଇଛି। ଏହାର ମାଲିକ ତାଓ ଲୁ ଚାଇନାର ଏକ ସହରରେ ରୁହନ୍ତି।

{"id":106431,"width":593,"height":333}

ଏହି ଛୁଆଟି କିଛି ଦିନ ପୂର୍ବ​‌ରୁ ଘୁଷୁରୀ ଦଳରେ ଜନ୍ମ ହୋଇଥିଲା। ଏହା ପୂରା ମଣିଷ ଭଳି ଦେଖାଯାଇଥିଲା ଏବଂ ଏହାର ମୁଣ୍ଡରେ ଉଠିଥିବା ବସ୍ତୁଟି ଲିଙ୍ଗଭଳି ପ୍ରତୀତ ହେଉଛି। ଏହି ଛୁଆକୁ ଦେଖିବା ପାଇଁ ବହୁ ଦୂର ଦୂରାନ୍ତରୁ ଲୋକେ ଆସୁଛନ୍ତି। ଏଠାକାର ଖବରକାଗଜରେ ମଧ୍ୟ ଏହି ଫଟୋ ପ୍ରକାଶିତ ହେଉଛି। କିନ୍ତୁ ଦୁଇଦିନ ପୂର୍ବରୁ ଏହି ଛୁଆଟିର ମୃତ୍ୟୁ ହୋଇଯାଇଛି। କିନ୍ତୁ ମରିବା ପରେ ଏହା ଏତେ ପ୍ରସିଦ୍ଧ ହୋଇଯାଇଥିଲା ଯେ ଏବେ ବି ଲୋକେ ଏଠାକୁ ଆସୁଛନ୍ତି।

{"id":106432,"width":592,"height":922}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.