Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଦେଶରେ କମିଛି ପିଆଜ ଦର, କିଛିଦିନ ମଧ୍ୟରେ ଶସ୍ତା ହୋଇଯିବ ଖାଇବା ତେଲ ଦାମ

22/10/2021 at 6:19 PM

ନୂଆଦିଲ୍ଲୀ ୨୨/୧୦ : ଦେଶରେ ମହଙ୍ଗା ମାଡ ଏବେ ଖାଉଟିଙ୍କୁ ହନ୍ତସନ୍ତ କରିପକାଉଛି । ତେଲ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଯାଏଁ ସବୁ ଜିନିଷ ଏବେ ମହଙ୍ଗା ହୋଇଗଲାଣି । ଯାହା ଫଳରେ ସାଧାରଣ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି । ଏହାରି ମଧ୍ୟରେ ପିଆଜ ଏବଂ ସୋରିଷ ତେଲ ଦରକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗ ବିତରଣ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, ପିଆଜ ଦର ଧିରେ ଧିରେ ଖସିବାରେ ଲାଗିଛି । ଅର୍ଥାତ ପିଆଜ ଦର ଯେଉଁଭଳି ଭାବେ ବଢିଥିଲା ତାହା ଏବେ ପୂର୍ବ ସ୍ଥିତିକୁ ଫେରିଛି । ବିଭିନ୍ନ ରାଜ୍ୟରେ ପିଆଜ ଦର ଏବେ ଆୟତରେ ରହିଥିବା ବେଳେ ଆଗକୁ ଏହା ହ୍ରାସ ପାଇବ । ବର୍ତ୍ତମାନ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ମହାନଗରରେ ପିଆଜ କିଲୋ ପିଛା ୬୦ ଟଙ୍କା ରହିଥିବା ବେଳେ ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗ ବିତରଣ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, ଆମେ ରାଜ୍ୟମାନଙ୍କୁ ପିଆଜ କିଲୋ ପିଛା ୨୬ ଟଙ୍କାରେ ଦେଉଛୁ । ରାଜ୍ୟ ସରକାର ଏ ନେଇ ଆଲୋଚନା କରି ପିଆଜ ଦର କମାଇବା ଉଚିତ ବୋଲି ସେ କହିଛନ୍ତି । କେବଳ ଦିଲ୍ଲୀ ଏବଂ ମୁମ୍ବାଇରେ ପିଆଜ ଦର ଅଧିକ ରହିଛି ।

ସୁଧାଂଶୁ ପାଣ୍ଡେ କହିଛନ୍ତି, ଦେଶରେ ସୋରିଷ ତେଲ ଉତ୍ପାଦନ ପ୍ରାୟ ୧୦ ଲକ୍ଷ ମେଟ୍ରିକ୍‌ ଟନ୍‌ ବଢିଛି । ତେଣୁ ଆସନ୍ତା ବର୍ଷ ଫେବୃଆରୀ ମାସ ସୁଦ୍ଧା ସୋରିଷ ତେଲ ଦର କମିବା ନେଇ ଆକଳନ କରାଯାଉଛି । ରାଜ୍ୟମାନଙ୍କ ସହିତ ମିଶି ଦ୍ରବ୍ୟଗୁଡିକର ମୂଲ୍ୟ କାବୁ କରିବା ଦିଗରେ ଅହରଂ ଉଦ୍ୟମ କରୁଛନ୍ତି ଭାରତ ସରକାର । ଏଥିପାଇଁ ବ୍ୟାପକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି ।

ଖାଇବା ତେଲ ଦରକୁ ନେଇ ଖାଉଟି ଅସନ୍ତୋଷ ଅଛନ୍ତି । କାରଣ ବିଗତ କିଛି ମାସ ମଧ୍ୟରେ ଖାଦ୍ୟସାମଗ୍ରୀ ଦର ଅହେତୁକ ବୃଦ୍ଧି ଘଟିବା ଫଳରେ ଏହାର ପ୍ରଭାବ ସିଧାସଳଖ ଜନସାଧାରଣଙ୍କ ଉପରେ ପଡୁଛି । ତେଣୁ ଦରଦାମ ବୃଦ୍ଧିକୁ ରୋକିବା ଦିଗରେ ସରକାର ବିଶେଷ ଧ୍ୟାନ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ସରକାର ମଧ୍ୟ ଏ ନେଇ ଅବଗତ ଅଛନ୍ତି । ଖୁବଶୀଘ୍ର ଖାଦ୍ୟସାମଗ୍ରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦର ଦାମ ଆୟତକୁ ଆସିବ ବୋଲି ଆକଳନ କରାଯାଉଛି ।

   Related Posts