Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଚିନ୍ତାରେ ଖାଉଟି, ପିଆଜ ପରେ ବଢୁଛି ସୋରିଷ ତେଲ ଦାମ୍

28/10/2020 at 9:44 AM

ନୂଆଦିଲ୍ଲୀ ୨୮/୧୦: ଦେଶବ୍ୟାପି ପିଆଜ ଦରକୁ ନେଇ ବଡ଼ ଚର୍ଚା ଚାଲିଛି। ଦେଶର ଭିନ୍ନ ଭିନ୍ନ ଇଲାକାରେ ପିଆଜ ୭୦ରୁ ୧୧ ଟଙ୍କାରେ ବିକ୍ରି ହେଉଛି। ତେବେ କେହି ବୋଧ ହୁଏ ସୋରିଷ ତେଲ ଦାମ ଉପରେ ଦୃଷ୍ଟି ଦେଇ ନାହାନ୍ତି। ୪ରୁ ୫ ଦିନ ଭିତରେ ପ୍ରତି ଲିଟରକୁ ସୋରିଷ ତେଲ ୮ଟଙ୍କାରୁ ୧୫ ଟଙ୍କାରେ ପହଞ୍ଚିଛି। କହିବାକୁ ଗଲେ ସୋରିଷ ତେଲ ଲିଟରକୁ ୫୦ ଟଙ୍କା ମହଙ୍ଗା ହୋଇଛି। ତେବେ ଏବେ ଏହାର ଦାମ ଆୟତ୍ତକୁ ନ ଆସିପାରେ। ସୋରିଷ କମ୍ ଉତ୍ପାଦନ ହେବା ଓ ତେଲ ପାଇଁ ବିଦେଶୀ ନୀତିରେ କିଛି ପରିବର୍ତନ ଯୋଗୁ ଏହାର ପ୍ରଭାବ ପଡ଼ିଥାଇପାରେ ବୋଲି କୁହାଯାଉଛି। ମାତ୍ର ୪ ଦିନ ପୂର୍ବରୁ ପ୍ରତି କ୍ବିଣ୍ଟାଲ ସୋରିଷ ତେଲ ଦାମରେ ୩୦୦ ଟଙ୍କା ବୃଦ୍ଧି ଆସିବା ପରେ ତେଲ ଦର ବୃଦ୍ଧି ପାଇଛି।

ସରକାର ସୋରିଷ ତେଲରେ କୌଣସି ଅନ୍ୟ ତେଲ ମିଶ୍ରଣ ଉପରେ କଟକଣା ଲଗାଇଛନ୍ତି। ଏଫଏସଏସଏଆଇ ଦ୍ବାରା ସୋରିଷ ତେଲରେ ଲାଗିଥିବା ରୋକ ଅକ୍ଟୋବରରୁ ଲାଗୁ ହୋଇଛି। ସରକାର କହିଛନ୍ତି ଏଭଳି ନିଷ୍ପତ୍ତି ଉପଭୋକ୍ତା ଓ ସୋରିଷ ଚାଷୀଙ୍କ ପାଇଁ ଫାଇଦା ହେବ।

ସୂଚନାଯୋଗ୍ୟ ୨୦୧୯ରେ ଅକ୍ଟୋବରରେ ସୋରିଷ ତେଲ ଲିଟରକୁ ୮୦ରୁ ୧୦୫ ଟଙ୍କାରେ ବିକ୍ରି ହେଉ ଥିଲା। ମାତ୍ର ଜାନୁଆରୀରେ ପାମ୍ ଅଏଲରେ ଲାଗିଥିବା କଟକଣା ଯୋଗୁ ଏକ ଲିଟର ସୋରିଷ ତେଲର ଦାମ ୧୧୫ରୁ ୧୨୦ ଟଙ୍କାରେ ପହଞ୍ଚିଲା। ତା’ପରେ ଲାଗୁ ହେଲା ଲକଡାଉନ। ଅକ୍ଟୋବରରୁ ଏଫଏସଏସଆଇ ସୋରିଷ ତେଲରେ ବ୍ଲେନଡିଂ ମାମଲାରେ ରୋକ ଲଗାଇ ଦେଲା। ମୂଲ୍ୟ ୧ ଟଙ୍କାରୁ ୧୫ ଟଙ୍କା ଲିଟର ପର୍ଯ୍ୟନ୍ତ ବଢ଼ିଲା। ଯଦି ବ୍ରାଣ୍ଡେଡ ସୋରିଷ ତେଲ ଦାମ କଥା ଆଲୋଚନା କରାଯିବ ବଜାରରେ ସୋରିଷ ​ ତେଲ ଲିଟରକୁ ୧୩୦ରୁ ୧୪୫ ଟଙ୍କାରେ ପହଞ୍ଚିଛି।

   Related Posts