ଅର୍ଦ୍ଧାଧିକ ଋଷୀୟ ଚାହନ୍ତିନି ନେବାକୁ Covidଟିକା, ମାତ୍ର ୪୨ ପ୍ରତିଶତ ଚାହୁଁଛନ୍ତି ସ୍ପୁଟନିକ-୫

Published By : Prameya-News7 Bureau | August 23, 2020 IST

ମସ୍କୋ :  ସାରା ବିଶ୍ୱରେ ଋଷିଆ ପ୍ରଥମ କୋଭିଡ ଟିକା ଆବିଷ୍କାର କରିଥିବାର ଦାବି କରୁଛି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଶର ଅର୍ଦ୍ଧାଧିକ ନାଗରିକ କରୋନା ଭାଇରସ ବିରୋଧରେ ଟିକାକରଣ କରାଇବାକୁ ଚାହାନ୍ତିନି। ତେବେ ମାତ୍ର ୪୨ ପ୍ରତିଶତ ଲୋକେ ଦେଶୀୟ ଟିକାକରଣ ଲାଗି ଆଗ୍ରହୀ ଥିବା ବେଳେ ଦେଶର ଇମ୍ୟୁନାଇଜେସନ କାର୍ଯ୍ୟକ୍ରମକୁ ଅପେକ୍ଷା କରି ରହିଛନ୍ତି।

{"id":319029,"width":576,"height":602,"sizeSlug":"large"}

ଅଗଷ୍ଟ ୧୧ ତାରିଖ ଦିନ ଋଷିଆ ରାଷ୍ଟ୍ରପତି ଦେଶ କୋଭିଡ-୧୯ ବିରୋଧରେ ସଂଗ୍ରାମ ଲାଗି ଟିକା ଖୋଜି କାଢିଥିବାର ଦାବି କରିଥିଲେ। ଏହି ଟିକାକୁ ରାଜଧାନୀ ମସ୍କୋସ୍ଥିତ ଗାମେଲିଆ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ ଅଫ ଇପିଡେମିଓଲଜି ଓ ମାଇକ୍ରୋବାୟୋଲଜି ଆବିଷ୍କାର କରିଥିବା ବେଳେ ଦେଶର ନାଗରିକଙ୍କୁ ସାର୍ବଜନିକ ଭାବେ ଜାନୁୟାରୀ ୨୦୨୧ରୁ ଟିକାକରଣ କରାଯିବ ବୋଲି ରାଷ୍ଟ୍ରପତି ଘୋଷଣା କରିଛନ୍ତି।

{"id":319030,"sizeSlug":"large"}

ତେବେ ଋଷିଆର ଏହି ଉଦ୍ୟମକୁ ଅନେକ ପାଶ୍ଚାତ୍ୟା ରାଷ୍ଟ୍ର ସମାଲୋଚନା କରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମଧ୍ୟ ଟିକାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ତେବେ ଏ ନେଇ ଦେଶରେ ହୋଇଥିବା ସର୍ଭେକ୍ଷଣରେ ୪୨ ପ୍ରତିଶତ ନାଗରିକ ସ୍ପୁଟନିକ-୫ ଟିକାକରଣ ଲାଗି ଆଗ୍ରହୀ ଥିବା ମତବ୍ୟକ୍ତ କରିଛନ୍ତି। ବାକି ୫୨ ପ୍ରତିଶତ ଏପରି ଟିକାକରଣକୁ ସିଧାଶଳଖ ମନା କରିଥିବା ବେଳେ ୬ ପ୍ରତିଶତ ଏବେବି ଅନିଶ୍ଚିତତାରେ ଥିବା ଜଣାପଡିଛି। ଏହି ସର୍ଭେକ୍ଷଣ ସରକାରଙ୍କ ସର୍ଭେକ୍ଷଣ ସଂସ୍ଥା ଡବ୍ଲୁସିଆଇଓଏମ କରିଥିବା ବେଳେ ଏହାର ଫଳାଫଳକୁ ନେଇ ଏବେ ପୁତିନ ସରକାର ଚିନ୍ତାରେ।

{"id":319040,"sizeSlug":"large"}

ତେବେ ଋଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ମୁଖ୍ୟ କିରିଲ ଦିମିତ୍ରିଭ ଟିକାକୁ ନେଇ ବିଦେଶରେ ଲୋକେ ବେଶ ଉତ୍ସାହିତ ଥିବା କହିଛନ୍ତି। ଅଗଷ୍ଟ ୧୧ ତାରିଖରେ ଟିକା ନେଇ ରାଷ୍ଟ୍ରପତିଙ୍କ ଘୋଷଣା  ପରଠାରୁ ବିଶ୍ୱର ଅନୁନ୍ୟ ୨୦ଟି ଦେଶ ଏଥିଲାଗି ସେମାନଙ୍କ ଆଗ୍ରହ ପ୍ରକାଶ କରିଥିବା ବେଳେ ସ୍ପୁଟନିକ-୫ର କୋଟିକୋଟି ଡୋଜ ଲାଗି ଅର୍ଡର କରିଛନ୍ତି।

{"id":319041,"width":578,"height":359,"sizeSlug":"large"}

ତେବେ ଦେଶରେ କଣ ପାଇଁ ଲୋକେ ଏଥିନିମନ୍ତେ ଅନାଗ୍ରହୀ ସେ ନେଇ ଡବ୍ଲୁସିଆଇଓଏମ କୁହନ୍ତି ହୁଏତ ସେମାନେ ଏଥିଲାଗି ଭୟଭୀତ ଅଥବା ଏପରି ଟିକାକରଣରେ ବିଶ୍ୱାସ କରନ୍ତିନି। ତେବେ କାହିଁକି ସେନେଇ କାରଣ ଖୋଜୁଛି ଋଷିୟା ସ୍ୱାସ୍ଥ୍ୟ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.