Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଖରାଦିନରେ ନିଶ୍ଚୟ ଖାଆନ୍ତୁ ଜାମୁକୋଳି : ରହିଛି ଅନେକ ଔଷଧୀୟ ଗୁଣ, ମଧୁମେହ ଓ ଜଣ୍ଡିସ ପାଇଁ ଲାଭଦାୟକ

5/06/2021 at 4:57 PM

ଭୁବନେଶ୍ୱର ୦୫/୦୬ : ଫଳ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର ହୋଇଥାଏ । ଅନେକ ଫଳର ଔଷଧୀୟ ଗୁଣ ରହିଛି । ସେହି ଫଳ ମଧ୍ୟରୁ ଗୋଟିଏ ହେଲା ଜାମୁକୋଳି । ଜାମୁକୋଳି ଦେଖିବାକୁ କଳା ଓ ଏହାର ଆକାର ଛୋଟ | ଖାଇବାରେ ମଧ୍ୟ ଏହା ସ୍ୱାଦିଷ୍ଟ । ଏହି ଛୋଟ ଫଳରେ ଅନେକ ଔଷଧୀୟ ଗୁଣ ଅଛି । ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଲାଭଦାୟକ । ଜାମୁକୋଳି ମୁଖ୍ୟତଃ ଗ୍ରୀଷ୍ମ ଋତୁରେ ମିଳେ । ଆୟୁର୍ବେଦରେ ଅନେକ ରୋଗର ଉପଚାର ପାଇଁ ଜାମୁକୋଳି ବ୍ୟବହାର କରାଯାଏ । ଜାମୁକୋଳି ମଧୁମେହ ରୋଗୀଙ୍କ ପାଇଁ ବହୁତ ଉପଯୋଗୀ । ପାଚନ ପ୍ରକ୍ରିୟା, ଦାନ୍ତ, ଆଖି, ପେଟ ଓ କିଡନୀ ପାଇଁ ଜାମୁକୋଳି ବହୁତ ଲାଭକାରୀ । ଏଥିରେ ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ୍ସ, ଆଇରନ, କ୍ୟାଲସିୟମ ଭଳି ତତ୍ୱ ରହିଛି । ଜାମୁକୋଳି ଶିଶୁଙ୍କ ପାଇଁ ମଧ୍ୟ ବହୁତ ଉପଯୋଗୀ । ଆସନ୍ତୁ ଜାଣିବା ଏହି ଛୋଟ ଫଳର କଣ କଣ ଲାଭ ରହିଛି ।

୧. ତ୍ୱଚା ଓ ଆଖି ପାଇଁ ଲାଭଦାୟକ – ଜାମୁକୋଳି ଖାଇଲେ ଓ ଏହାର ପତ୍ର ଓ ଛାଲକୁ ତ୍ୱଚାରେ ଲଗାଇଲେ ଅନେକ ଲାଭ ମିଳିଥାଏ । ଏହାର ଛାଲ ରକ୍ତ ସଫା କରି ତ୍ୱଚା ସମ୍ବନ୍ଧୀୟ ରୋଗ ଦୂର କରିଥାଏ । ତ୍ୱଚାରେ ଜାମୁକୋଳି ରସ ଲଗାଇଲେ ବ୍ରଣ ହୋଇନଥାଏ । ଏହାର ରସ ଆଖି ପାଇଁ ମଧ୍ୟ ଲାଭଦାୟକ ।

୨. ଦାନ୍ତ ଯନ୍ତ୍ରଣାରୁ ଆରାମ ଦେଇଥାଏ – ଜାମୁକୋଳି ଦାନ୍ତ ପାଇଁ ମଧ୍ୟ ଲାଭଦାୟକ । ଏହାର ପତ୍ରର ରସକୁ ଦାନ୍ତ ଓ ମାଢିରେ ଲଗାଇଲେ ଦାନ୍ତ ଓ ମାଢି ମଜବୁତ ହୋଇଥାଏ । ଏହାର ରସରେ କୁଳି କଲେ ପାଇରିୟା ମଧ୍ୟ ଭଲ ହୋଇଯାଇଥାଏ ।

୩. ଜଣ୍ଡିସ ପାଇଁ ଉପଯୋଗୀ – ଜଣ୍ଡିସ ପାଇଁ ଜାମୁକୋଳି ବହୁତ ଉପଯୋଗୀ । ୧୦ ରୁ ୧୫ ମିଳି ଜାମୁକୋଳି ରସରେ ୨ ଚାମଚ ମହୁ ମିଶାଇ ପିଇଲେ ଜଣ୍ଡିସର ପ୍ରଭାବ କମ ହୋଇଥାଏ । ଏହାଦ୍ୱାରା ରକ୍ତହୀନତା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୪. ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ – ମଧୁମେହ ରୋଗୀଙ୍କ ପାଇଁ ଜାମୁକୋଳି ବହୁତ ଲାଭଦାୟକ । ୧୦୦ ଗ୍ରାମ ଜାମୁ ଚେରକୁ ସଫା କରି ସେଥିରେ ୨୫୦ ମିଳି ପାଣି ମିଶାଇ ଗ୍ରାଇଣ୍ଡ କରନ୍ତୁ । ଏଥିରେ ୨୦ ଗ୍ରାମ ମିଶ୍ରି ପକାଇ ସକାଳେ – ସନ୍ଧ୍ୟାରେ ଖାଇବା ପୂର୍ବରୁ ସେବନ କରନ୍ତୁ । ମଧୁମେହ ରୋଗୀଙ୍କ ପାଇଁ ବହୁତ ଭଲ ।

୫. ଷ୍ଟୋନ ଚିକିତ୍ସା ପାଇଁ ଉପଯୋଗୀ – କିଡନୀରେ ଷ୍ଟୋନ ଥିଲେ ଜାମୁକୋଳି ବ୍ୟବହାର କରିପାରିବେ । ଜାମୁକୋଳି ଖାଇବା ଦ୍ୱାରା ଛୋଟ ଆକାରର ଷ୍ଟୋନ ବାହାରି ଯାଇଥାଏ । ଏଥିପାଇଁ ୧୦ ମିଲି ଜାମୁ ରସରେ ୨୫୦ ମିଲିଗ୍ରାମ ସନ୍ଧବ ଲୁଣ ମିଶାଇ ଦିନକୁ ୨-୩ ଥର ପିଅନ୍ତୁ । ଷ୍ଟୋନ ତରଳି ପରିସ୍ରା ଦେଇ ବାହାରିଯିବ ।

   Related Posts