Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ନେପାଳରେ ଏଥର ବୟସ୍କ ମାଆ ବାପାଙ୍କ ଜମାଖାତାରେ ସନ୍ତାନକୁ ଜମା କରିବାକୁ ପଡ଼ିବ ଏତିକି ଟଙ୍କା

5/01/2019 at 1:12 PM

କାଠମାଣ୍ଡୁ ୫/୧: ନେପାଳ ସରକାର ବୃଦ୍ଧ ବାପାଙ୍କ ଦେଖାଶୁଣା ସୁନିଶ୍ଚିତ କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଏପରି ଏକ ଆଇନ୍ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସନ୍ତାନକୁ ନିଜ ଆୟର ଏକ ଅଂଶ ବୃଦ୍ଧ ବାପା ମାଆଙ୍କ ବ୍ୟାଙ୍କ ଖାତାରେ ବାଧ୍ୟତାମୂଳକ ଭାବରେ ଜମା କରିବାକୁ ପଡ଼ିବ।

ନେପାଳ ସରକାରଙ୍କ ମୁଖପାତ୍ର ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଗୋକୁଳ ପ୍ରସାଦ କହିଛନ୍ତି ଯେ ଏହି ଯୋଜନା ସହ ବରିଷ୍ଠ ନାଗରିକ ଅଧିନିୟମ-୨୦୦୬ରେ ସଂଶୋଧନ ନିମନ୍ତେ ସଂସଦରେ ଏକ ବିଲ୍ ଉପସ୍ଥାପିତ କରାଯିବ । ଏହି ବିଲର ଉଦ୍ଦେଶ୍ୟ ବରିଷ୍ଠ ନାଗରିକଙ୍କ ଜୀବନକୁ ସହଜ ଏବଂ ସୁରକ୍ଷିତ କରିବା।

ସେ କହିଛନ୍ତି , ଏପରି କେତେକ ଉଦାହରଣ ରହିଛି ଯେଉଁଠି ଲକ୍ଷେ ଟଙ୍କାର ସମ୍ପତ୍ତି ଥିବା ସତ୍ତ୍ବେ ଲୋକେ ନିଜ ବାପା ମାଆଙ୍କ ସହ ଖରାପ ବ୍ୟବହାର କରୁଛନ୍ତି। ତାଙ୍କ ଯତ୍ନ ନେଉନାହାନ୍ତି। ଏହି ପ୍ରବୃତ୍ତିକୁ ରୋକିବା ନିମନ୍ତେ ଏପରି ଆଇନ୍ ପ୍ରସ୍ତୁତ କରାଯାଇଛି।

   Related Posts