Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଗୋଟିଏ ନୁହେଁ, ଏଇ ଦେଶରେ ଦୁଇଟି ଝିଅଙ୍କୁ ବାହା ନହେଲେ ଆଇନ ଆନୁଯାୟୀ ହେବେ ଦଣ୍ଡିତ…ଜାଣନ୍ତୁ କାରଣ କଣ

17/12/2018 at 10:04 PM

ବିବାହକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଏମିତିକି ସାରା ବିଶ୍ଵରେ ବିବାହକୁ ନେଇ ଭିନ୍ନ ଭିନ୍ନ ଆଇନ ମଧ୍ୟ ରହିଛି । ତେବେ ଏକାବେଳେ ଦୁଇଜଣଙ୍କୁ ବିବାହ କରିବା ଆଇନ ପ୍ରାୟତଃ ଦେଖାଯାଏନି। କିନ୍ତୁ ଏମିତି ଗୋଟେ ଦେଶ ଅଛି,ଯେଉଁଠି ଦୁଇ ଜଣ କନ୍ୟାଙ୍କୁ ଏକାବେଳେ ବିବାହ କରିବା ଆଇନସମ୍ମତ । ଆସନ୍ତୁ ସେ ଦେଶ ଓ ସେଠାର ବୈବାହିକ ପ୍ରଥା ସମ୍ପର୍କରେ ଜାଣିବା ।

ଆଫ୍ରିକାରେ ଏମିତି ଗୋଟିଏ ଦେଶ ଅଛି, ଯେଉଁଠି ଦୁଇଟି ବିବାହ କରିବାକୁ ପଡ଼େ । ଗୋଟିଏ ବିବାହ କରିବା ପରେ  ପୁରୁଷଟି ନଚାହିଁଲେ ମଧ୍ୟ ତାକୁ ପୁଣି ବିବାହ କରିବାକୁ ପଡିଥାଏ । ଏହା ହିଁ ସେଠାର ପରଂପରା , ଯାହା ଆଇନ ସ୍ବୀକୃତ ମଧ୍ୟ । କହିବାକୁ ଗଲେ  ଏହି ଦେଶରେ ଦୁଇଟି ବିବାହ ବାଧ୍ୟତାମୂଳକ । ଯଦି କେହି ଦୁଇଟି ବିବାହ କରିବାକୁ ରାଜି ନ ହୁଏ, ତାହେଲେ ଦେଶର ଆଇନକାନୁନ ପ୍ରତି ସମ୍ମାନ ଜଣାଉନାହିଁ ବୋଲି ଧରିବାକୁ ହେବ । ଏବଂ ଆଇନଅନୁଯାୟୀ ମଧ୍ୟ ଦଣ୍ଡିତ ହେବ ।

ଏହି ଦେଶରେ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା  ଅଧିକ । ଇରିଟ୍ରିଆ ନାମକ ଏହି ଦେଶରେ ଅନେକ ସମୟରେ ଗୃହଯୁଦ୍ଧ ହୋଇଥାଏ । ଯାହାଫଳରେ ଅନେକ ପୁରୁଷ ମୃତାହତ ବି ହୋଇଥାନ୍ତି । ଏହି କାରଣରୁ ଏଠାରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା କମ୍ ଥାଏ । ୧୯୯୮-୨୦୦୦ ମସିହାରେ ଲାଗିଥିବା ଗୃହଯୁଦ୍ଧରେ ପାଖାପାଖି ୧୫୦୦୦୦ ସୈନ୍ୟଙ୍କର ମୃତ୍ୟୁ ହୋଇଥିଲା । ଯାହା ଦ୍ଵାରା ସେଠାରେ ପୁରୁଷଙ୍କ ସଂଖ୍ୟା କମିଯିବାର ଅନ୍ୟ କାରଣ ।

ସେଠାକାର ସରକାର ବି ବିଶ୍ଵାସ କରନ୍ତି, ଜଣେ ପୁରୁଷକୁ  ଦୁଇଜଣ ମହିଳା ବିବାହ କଲେ ଅଧିକ ଯତ୍ନନେଇପାରିବେ। ଯାହାଫଳରେ  ଦେଶରେ ଲାଗୁଥିବା  ଗୃହଯୁଦ୍ଧ ସମୟରେ ଏହି ପୁରୁଷମାନେ ଅଧିକ ଭରସାଯୋଗ୍ୟଭାବେ କାମ କରିପାରିବେ ।  

   Related Posts