Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ପବିତ୍ର ଇଦ୍-ଉଲ୍-ଜୁହା

21/08/2018 at 10:10 PM

ଭୁବନେଶ୍ବର ୨୨/୮ : ଆଜି ପବିତ୍ର ଇଦ୍-ଉଲ୍-ଜୁହା । ତ୍ୟାଗ ଓ ବଳିଦାନର ପର୍ବ । ଇସଲାମ ଧର୍ମାବଲମ୍ବୀମାନଙ୍କ ଏକ ବଡ ପର୍ବ । ଏହି ଦିନ ବକ୍ରିଇଦ ଭାବେ ମଧ୍ୟ ବେଶ ଜଣାଶୁଣା । ଆଜିର ଦିନରେ ଇସଲାମ ଧର୍ମାବଲମ୍ବୀମାନେ ସପରିବାର ନମାଜ୍ ପାଠ ସହ ଇଦଘା ଯାଇଥାନ୍ତି । ସମୂହ ପ୍ରାର୍ଥନା ପରେ ପରସ୍ପରକୁ ବକ୍ରିଇଦର ଶୁଭେଚ୍ଛା ଜଣାଇଥାନ୍ତି । ଆମ ରାଜ୍ୟର ଭଦ୍ରକ, କଟକ, ଭୁବନେଶ୍ବର, ଯାଜପୁର ଆଦି ଅଞ୍ଚଳରେ ଇଦ୍-ଉଲ୍-ଜୁହା ପାଳନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଭଦ୍ରକ ସହରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହର ବିଭିନ୍ନ ସ୍ଥାନରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି ।

   Related Posts