ମହାତିର ମହମ୍ମଦ ଫ୍ରାନ୍ସରେ ଆତଙ୍କୀ ହମଲାକୁ ସଠିକ ଦର୍ଶାଇଲେ, କହିଲେ- ମୁସଲିମଙ୍କୁ ଫ୍ରାନ୍ସ ଲୋକଙ୍କୁ ମାରିବାର ଅଧିକାର ରହିଛି

Published By : Prameya-News7 Bureau | October 29, 2020 IST

କୁଆଲାଲମ୍ପୁର ୨୯।୧୦: ଫ୍ରାନ୍ସର ନିସ ସହର ସ୍ଥିତ ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ପ୍ରାଣ ହରାଇଛନ୍ତି। କୁହାଯାଉଛି ଏହି ଆକ୍ରମଣ ପେଙ୍ଗବର ମହମ୍ମଦଙ୍କ ବିବାଦୀୟ କାର୍ଟୁନର ପରିଣାମ। ପେଙ୍ଗବର ମହମ୍ମଦଙ୍କ କାର୍ଟୁନ ଉପରେ ବିବାଦ ଓ ବାକ୍‌ ସ୍ଵାଧୀନତାକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଉପରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଆକ୍ରମଣ କରିଛନ୍ତି। ମହାତିର ମହମ୍ମଦ ଏହି ସମୟରେ ବିବାଦୀୟ ବୟାନ ଦେଇଛନ୍ତି। ମହାତିର ମହମ୍ମଦ ଫ୍ରାନ୍ସରେ ହୋଇଥିବା ହତ୍ୟାକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି।

କେବଳ ଏତିକି ନୁହେଁ ମହାତିର ମହମ୍ମଦ ଏହା ମଧ୍ୟ କହିଛନ୍ତି ଯେ, କ୍ରୋଧିତ ମୁସଲିମଙ୍କୁ ଫ୍ରାନ୍ସର ଲକ୍ଷାଧିକ ଲୋକଙ୍କୁ ମାରିବାର ଅଧିକାର ରହିଛି। ସେ ଟ୍ଵିଟ୍ କରିଛନ୍ତି, ଜଣେ ମୁସଲିମ ଭାବେ ମୁଁ ହତ୍ୟାକୁ ସମର୍ଥନ କରିବି ନାହିଁ। କିନ୍ତୁ ବାକ୍‌ ସ୍ଵାଧୀନତାରେ ଯାହା  ବିଶ୍ଵାସ କରୁଛି, ମୋତେ ଲାଗୁଛି ଲୋକଙ୍କୁ ଏହା ଜରିଆ  ଅପମାନ କରାଯାଉଛି।

ଫ୍ରାନ୍ସର ରାଷ୍ଟ୍ରପତିଙ୍କ ଉପରେ ହମଲା କରି ମହାତିର ଲେଖିଛନ୍ତି ମାକ୍ରୋନ ଏହା ଦେଖାଉ ନାହାନ୍ତି ଯେ ସେ କେତେ ସଭ୍ୟ। ସେ ଅପମାନ କରିଥିବା ସ୍କୁଲ ଶିକ୍ଷକଙ୍କ ହତ୍ୟା ଉପରେ ଇସଲାମ ଓ ମୁସଲିମଙ୍କ ଉପରେ ଅଭିଯୋଗ ଲଗାଇ ନିଜର ପୁରୁଣା ବିଚାର ଦେଖାଇଛନ୍ତି।

ସେ କହିଛନ୍ତି ଧର୍ମରେ ବିଶ୍ଵାସ କରୁନଥିବା ଲୋକ ହିଁ ଏମିତି ହତ୍ୟା କରନ୍ତି। ଫ୍ରାନ୍ସ ନିଜର ଇତିହାସରେ ଲକ୍ଷାଧିକ ଲୋକଙ୍କ ହତ୍ୟା କରିଛି, ଯେଉଁଥିରେ ଅନେକ ମୁସଲିମ ଥିଲେ। ମୁସଲିମ କ୍ରୋଧିତ ହୋଇ ଇତିହାସରେ ଘଟିଥିବା ନରସଂହାର ପାଇଁ ଫ୍ରାନ୍ସର ଲକ୍ଷାଧିଲ ଲୋକଙ୍କୁ ହତ୍ୟା କରିବାର ଅଧିକାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.