ମୁସଲିମ ମହିଳା ନିର୍ମାଣ କରିବେ ମୋଦିଙ୍କ ପାଇଁ ମନ୍ଦିର, ପ୍ରଶାସନକୁ ମାଗିଲେ ଅନୁମତି… ଜାଣନ୍ତୁ କାହିଁକି

Published By : Prameya-News7 Bureau | October 14, 2019 IST

ମୁଜାଫାରନଗର୧୪|୧୦: ଏକ ମୁସଲିମ ମହିଳା ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ଦିର ନିର୍ମାଣ କରିବା ଲାଗି ଅନୁମତି ପାଇଁ ଆବେଦନ କରିଛନ୍ତି ।  ବିଜେପି ମହିଳା ମୋର୍ଚ୍ଚାରେ ସହ ଜଡିତ ଥିବା ମୁସଲିମ୍ ମହିଳାମାନେ ମୋଦିଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ତାଙ୍କର ଏକ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।  ଏହି ମନ୍ଦିର ତିଆରି ପାଇଁ ଏକ ଟ୍ରଷ୍ଟ ଗଠନ କରାଯାଇଛି।  ମନ୍ଦିର ନିର୍ମାଣ ପାଇଁ ମୁସଲିମ ମହିଳାମାନେ ପ୍ରଶାସନକୁ ଅନୁମତି ମାଗିଛନ୍ତି।

{"id":170081}

ମୋଦିଙ୍କ ମନ୍ଦିର ନିର୍ମାଣ ଲାଗି ମୁସଲିମ ମହିଳାଙ୍କ ନେତୃତ୍ବ ନେଉଥିବା ରୁବି ଗଜନୀ ଗୁରୁବାର ସିଟି ମାଜିଷ୍ଟେ୍ରଟ ଅତୁଲ କୁମାରଙ୍କୁ ଭେଟି ଅନୁମତି ମାଗିଛନ୍ତି। ରୁବି ଗଜନୀଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଉନ୍ନତି ପାଇଁ ସବୁବେଳେ କାର୍ଯ୍ୟ କରିଛନ୍ତି। ସବୁ ବର୍ଗର ଲୋକଙ୍କ ପାଇଁ ମୋଦି ସୁବିଧା କରିଛନ୍ତି। ବିଶେଷ କରି ମୁସଲିମ ମହିଳାଙ୍କୁ ମୋଦି ନ୍ୟାୟ ପ୍ରଦାନ କରିଛନ୍ତି। ଦ୍ବିତୀୟ ଥର ସରକାରକୁ ଆସିବା ପରେ ମୁସଲିମ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ସେ ପୂରଣ କରିଛନ୍ତି। ତିନ୍‌ ତଲାକ ପ୍ରଥା ବିରୋଧରେ ମୋଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବ୍ୟାପକ ପରିବର୍ତ୍ତନ କରିଥିବା କଥା ରୁବି ଗଜନୀ କହିଛନ୍ତି।

{"id":170082}

ପ୍ରଧାନମନ୍ତ୍ରୀ ମୋଦି ଜଣେ ବିକାଶ ପୁରୁଷ ତେଣୁ ମୁଜାଫାରନଗରରେ ତାଙ୍କ ମନ୍ଦିର ନିର୍ମାଣ କରାଯାଉ ବୋଲି ମୁସଲିମ ମହିଳା ଦାବି କରିଛନ୍ତି। ରୂବିଙ୍କ କହିବା ଅନୁସାରେ କୁଷ୍ଣାପୁରୀ ଅଞ୍ଚଳରେ ମୋଦିଙ୍କ ମନ୍ଦିର ନିର୍ମାଣ କରାଯିବ ବୋଲି ସ୍ଥିର ହୋଇଛି। ଏନେଇ ମହିଳାମାନେ ଟଙ୍କା ସଂଞ୍ଚୟ କରି ଓ୍ବେଲଫେୟାର ଫଣ୍ଡକୁ ଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ମୁସଲିମ ବିରୋଧୀ କହିବାରେ କୌଣସି କାରଣ ନାହିଁ ବୋଲି ମହିଳାମାନଙ୍କ ନେତୃତ୍ବ ନେଉଥିବା ରୁବି ଗଜନୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.