୬ ବର୍ଷ ଧରି ଶ୍ରୀକୃଷ୍ଣଙ୍କ ଚିତ୍ର ଆଙ୍କୁଥିଲେ ମୁସଲମାନ ମହିଳା, ମନ୍ଦିରରେ ଏବେ କରାଯାଉଛି ପୂଜା

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ ୩୦/୦୯: କଳାକାର କେବେ ଜାତି-ଧର୍ମ ଦେଖନ୍ତି ନାହିଁ, ସେମାନେ ସେମାନଙ୍କର କାର୍ଯ୍ୟ ହେତୁ ଲୋକମାନଙ୍କ ମଧ୍ୟରେ ପରିଚିତ ହୋଇଥାନ୍ତି। ଏହିପରି ଜଣେ ମୁସଲମାନ ମହିଳା ଜସନା ସଲିମ ଯିଏ କି ନିଜ ହାତରେ ଭଗବାନ କୃଷ୍ଣଙ୍କ ବାଲ ରୂପର ଅତି ସୁନ୍ଦର ପେଣ୍ଟିଂ ତିଆରି କରି ହିନ୍ଦୁ-ମୁସଲମାନ ଏକତାର ଉଦାହରଣ ସୃଷ୍ଟି କରିଛନ୍ତି।

{"width":638,"height":348}
PunjabKesari

ଦୁଇ ସନ୍ତାନର ମା’ ଜସନା ଗତ ୬ବର୍ଷ ଧରି ଭଗବାନ କୃଷ୍ଣଙ୍କ ପେଣ୍ଟିଂ ତିଆରି କରୁଥିଲେ। ବର୍ତ୍ତମାନ ତାଙ୍କ ଦ୍ୱାରା ପ୍ରସ୍ତୁତ ପେଣ୍ଟିଂ ଥାନାମଥିଟ୍ଟା ଜିଲ୍ଲାର ପଣ୍ଡାଲମ ନିକଟ ଉଲାନାଡୁରେ ଅବସ୍ଥିତ ଶ୍ରୀକୃଷ୍ଣ ସ୍ୱାମୀ ମନ୍ଦିରରେ ପ୍ରତିମା ସମ୍ମୁଖରେ ରଖାଯାଇଛି। ଏହି ପେଣ୍ଟଂର ନାମ 'ଉନି କନ୍ନନ୍' ରଖାଯାଇଛି, ଯାହାର ମାଲାୟାଲମ୍ ଭାଷାରେ କୃଷ୍ଣଙ୍କର ବାଲ ରୂପ। ଜସନା କହିଛନ୍ତି, ଉଲାନାଡୁ ମନ୍ଦିରର ଅଧିକାରୀଙ୍କ ଆଚରଣରେ ସେ ଅତ୍ୟନ୍ତ ପ୍ରଭାବିତ। ପୁରୋହିତମାନେ ପେଣ୍ଟିଂ ସଜାଇବା ପରେ ପୂଜା କରିଛନ୍ତି।

{"width":638,"height":436}
PunjabKesari

ସେ ଆହୁରି କହିଛନ୍ତି, ମୋର ବାପାମାଆ ଏବଂ ସମ୍ପର୍କୀୟ ମୋତେ ପିଲାଦିନେ କନ୍ନା ବୋଲି କହୁଥିଲେ। ଯେତେବେଳେ ମୁଁ ବିଛଣାରେ ଥିଲି ଖବରକାଗଜରେ ଭଗବାନ କୃଷ୍ଣଙ୍କ ପ୍ରତିମା ଦେଖି  ତିଆରି କରିବାକୁ ମନସ୍ଥ କରିଥିଲି। ତେବେ କିଛି ଲୋକ ତାଙ୍କୁ ପ୍ରତିମା କରିବାକୁ ମନା କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ତାଙ୍କୁ ସାହସ ଦେଇଥିଲେ ଯାହାପରେ ସେ ପେଣ୍ଟଂ କରିବାରେ ସକ୍ଷମ ହୋଇଥିଲେ। ଗତ ୬ ବର୍ଷ ମଧ୍ୟରେ ସେ ଶହ ଶହ ପେଣ୍ଟିଂ କରିଛନ୍ତି ଏବଂ ପ୍ରତ୍ୟେକ ପେଣ୍ଟିଂରେ କେବଳ ଗୋଟିଏ ଚିତ୍ର ଅଛି – ଶ୍ରୀକୃଷ୍ଣଙ୍କର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.