କରୋନା ଆତଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଅନନ୍ୟ ଭାଇଚାରା, ହିନ୍ଦୁ ପଡ଼ୋଶୀଙ୍କ ଅନ୍ତିମ ସଂସ୍କାର କଲେ ମୁସଲମାନ ସଂପ୍ରଦାୟ

Published By : Prameya-News7 Bureau | March 30, 2020 IST

ବୁଲନ୍ଦସହର , ୩୦|୦୩:  କରୋନା ଯୋଗୁଁ ପୁରା ଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି | ଏଭଳି ପରିସ୍ଥିତିରେ ମାନବିକତାର ପରିଚୟ ଦେଇଛନ୍ତି କିଛି ମୁସଲମାନ ସମ୍ପ୍ରଦାୟର ଯୁବକ | ମୁସଲମାନ ଯୁବକମାନଙ୍କର ଏକ ଗୋଷ୍ଠୀ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଶବଦାହ କରିଛନ୍ତି । ଉତ୍ତର ପ୍ରଦେଶର ବୁଲନ୍ଦସହର ଆନନ୍ଦ ବିହାର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା। ପରିବାର ଲୋକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ମୁସଲମାନ ଯୁବକଙ୍କୁ ଧନ୍ୟବାଦ ଜଣାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ପ୍ରକୃତରେ, ବୁଲନ୍ଦସହର ନିବାସୀ ୭୩ ବର୍ଷ ବୟସ୍କ ରବି ଶଙ୍କର କର୍କଟ ରୋଗରେ ପୀଡିତ ଥିଲେ | ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା। ଲକଡାଉନ ଯୋଗୁଁ ରବି ଶଙ୍କରଙ୍କ ପରିବାର ଶବଦାହରେ ଉପସ୍ଥିତ ଦେଇପାରିନଥିଲେ। ତା’ପରେ ମୁସଲମାନ ପଡ଼ୋଶୀମାନେ ଆଗକୁ ଆସି ରବି ଶଙ୍କରଙ୍କ ଅନ୍ତିମ ସଂସ୍କାର କରିଥିଲେ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ସାହାଯ୍ୟ କରିବାକୁ ସ୍ଥିର କଲେ। ସେମାନେ କେବଳ 'ରାମ-ନାମ ସତ୍ୟ ହେ' ଜପ କରି ମୃତକଙ୍କ ଶେଷ ଯାତ୍ରା ସମ୍ପୂର୍ଣ କରିନଥିଲେ, ବରଂ ହିନ୍ଦୁ ରୀତିନୀତି ଅନୁଯାୟୀ ରବିଶଙ୍କରଙ୍କ ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ।

{"id":246430,"width":744,"height":401,"sizeSlug":"large"}

ମହମ୍ମଦ ଜୁବାଇର କହିଛନ୍ତି, "ରବି ଶଙ୍କର ଆମର ପଡୋଶୀ ଥିଲେ ଏବଂ ଦୁଇ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା | ଏହା ପରେ ଆମେ ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ସ୍ଥିର କରିଥିଲୁ। ସ୍ଥାନୀୟ ମୁସଲମାନମାନେ ଏକତ୍ରିତ ହୋଇ ଶବକୁ ଶବଦାହ ପାଇଁ ନେଇଥିଲୁ । ସର୍ବଶେଷରେ ମାନବିକତା ସବୁଠାରୁ ଉପରେ ରହିଛି। "
କେବଳ ସେତିକି ନୁହେଁ ମୁସଲମାନ ପଡୋଶୀମାନେ ଲକଡାଉନ୍ ଅବଧି ମଧ୍ୟରେ ରବି ଶଙ୍କରଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।

ମୃତକ ରବି ଶଙ୍କରଙ୍କ ପୁଅତ୍ର ପ୍ରମୋଦ କହିଛନ୍ତି, "ଆମର ସମସ୍ତ ମୁସଲମାନ ପଡ଼ୋଶୀମାନେ ଅନ୍ତିମ ସଂସ୍କାରରେ ଆମକୁ ବହୁତ ସାହାଯ୍ୟ କରିଛନ୍ତି | ସମସ୍ତେ ଆମକୁ ବହୁତ ସମର୍ଥନ କରିଛନ୍ତି । ଆମେ ଚାରି ଭାଇଭଉଣୀ ଏବଂ ଆମର ଦୁଇ ଭଉଣୀ ବିବାହିତ | ଆମେ ଦୁଇ ଭାଇ ପରିବାରର ଯତ୍ନ ନେବହୁ | ମୋର ମୁସଲମାନ ପଡ଼ୋଶୀମାନଙ୍କ ପାଇଁ ମୁଁ ସର୍ବଦା ଋଣି ରହିବି, ଯେଉଁମାନେ ଏହି ସଙ୍କଟରେ ଆମକୁ ସମର୍ଥନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.