ଭାଇଚାରାର ବାର୍ତ୍ତା ବାଣ୍ଟୁଛନ୍ତି ସଲମା : ମୁସଲିମ ହୋଇ କରୁଛନ୍ତି ସଂସ୍କୃତରେ ଶିକ୍ଷାଦାନ

Published By : Prameya-News7 Bureau | November 25, 2019 IST

ନବରଙ୍ଗପୁର ୨୫/୧୧: ମୁସଲିମ ପରିବାରରେ ଜନ୍ମ କିନ୍ତୁ ହିନ୍ଦୁ ଧର୍ମର ପ୍ରମୁଖ ପ୍ରାଚୀନ ଭାଷା ସଂସ୍କୃତରେ ରହିଛି ତାଙ୍କର  ପ୍ରବଳ ଜ୍ଞାନ । ସେ ନିଜ ଏହି ଜ୍ଞାନରେ ସ୍କୁଲର କୁନି କୁନି ପିଲାଙ୍କୁ ସଂସ୍କୃତରେ ଶିକ୍ଷାଦାନ ଦିଅନ୍ତି । ସେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଶିଶୁ ମନ୍ଦିରର ଆଚାର୍ଯ୍ୟା ସଲମା ଆଜମି ବାନୁ ।

{"id":189543,"sizeSlug":"large"}

ହନୁମାନ ଚାଳିଶା ହେଉ କିମ୍ବା ଗଣେଶ ବନ୍ଦନା ଅବା ସେ ସରସ୍ୱତୀ ବନ୍ଦନା ସବୁ ତାଙ୍କ ମୁଖରୁ ଅନର୍ଗଳ ପାଟିରୁ ଆପେ ବାହାରି ଆସେ । ସେ କୋରାନକୁ ଯେତିକି ଗୁରୁତ୍ୱ ଦିଅନ୍ତି ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ ଗୀତାକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ଶିକ୍ଷାଦାନକୁ ନିଜ ବ୍ରତ ଭାବେ ଗ୍ରହଣ କରିଥିବା ସଲମା ଆଜମି ବାନୁଙ୍କ ଏହା ହେଉଛି ନିତିଦିନିଆ କାର୍ଯ୍ୟ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭଳି ଉପାନ୍ତ ଅଞ୍ଚଳରେ ସରସ୍ଵତୀ ଶିଶୁ ମନ୍ଦିର ଭଳି ପବିତ୍ର ଅନୁଷ୍ଠାନରେ ଶିକ୍ଷାଦାନ କରି ଭାଇଚାରାର ଅପୂର୍ବ ନିଦର୍ଶନ ସାଜିଛନ୍ତି ଡାବୁଗାଁ ଶିଶୁ ମନ୍ଦିରର ସଲମା ଗୁରୁମା ।

{"id":189544,"sizeSlug":"large"}

ସ୍କୁଲରେ  ସଂସ୍କୃତରେ ଶିକ୍ଷାଦାନ ନିମନ୍ତେ ସ୍କୁଲ କତ୍ତୃପକ୍ଷଙ୍କ କାହାରି ଚାପ ନ ଥିବାବେଳେ ନିଜ ରୁଚିରେ ସେ ସଂସ୍କୃତରେ ଶିକ୍ଷାଦାନ କରନ୍ତି ।  ସଲମା ଗୁରୁମାଙ୍କ ପରିବାର ଲୋକେ ମଧ୍ୟ ସଂସ୍କୃତରେ ଶିକ୍ଷାଦାନ ନ କରିବା ପାଇଁ ଚାପ ପ୍ରୟୋଗ କରନ୍ତି ନାହିଁ । ଛାତ୍ର ଛାତ୍ରୀମାନେ ମଧ୍ୟ ସଲମାଙ୍କ ଶିକ୍ଷାଦାନକୁ ଆଗ୍ରହ  ସହକାରେ ଶୁଣନ୍ତି ଏବଂ ବୁଝନ୍ତି । ସଲମା ଗୁରୁମାଙ୍କ ଶିକ୍ଷାଦାନକୁ ଛାତ୍ରଛାତ୍ରୀ ମାନେ ଭାରି ପସନ୍ଦ କରନ୍ତି । 

{"id":189545,"sizeSlug":"large"}

ସ୍କୁଲରେ ତ ଦୁଇବର୍ଷରୁ ଉର୍ଦ୍ଧ୍ବ ବର୍ଷ ପୂର୍ବେ ଯେତେବେଳେ ସଲମା ଶିକ୍ଷାଦାନ କରିବା ପାଇଁ ଆସିଥିଲେ ତେବେ ସ୍କୁଲ କତ୍ତୃପକ୍ଷଙ୍କ ତରଫରୁ ଯେତେବେଳେ ପାଠ୍ୟକ୍ରମ ବଣ୍ଟନ କରାଗଲା ନିଜ ରୁଚି ଅନୁସାରେ ସେ ସଂସ୍କୃତକୁ ଚୟନ କରିଥିଲେ ଶିକ୍ଷାଦାନ ନିମନ୍ତେ ଏବଂ ଏଥିନିମନ୍ତେ କାହାରି ଚାପ ନ ଥିବା କୁହନ୍ତି ସ୍କୁଲ ପ୍ରଧାନ ଆଚାର୍ଯ୍ୟ । ସ୍କୁଲ ପିଲାମାନେ ମଧ୍ୟ ଆଚର୍ଯ୍ୟାଙ୍କ ସଂସ୍କୃତରେ ଭଲ ମାର୍କ ରଖୁଥିବା ପ୍ରଧାନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।

{"id":189546,"sizeSlug":"large"}

ଭାରତର ବିଭିନ୍ନତା ମଧ୍ୟରେ ଏକତାର ଏହି ବାର୍ତ୍ତାବହ ସାଜିଛନ୍ତି ସଲମା । ନବରଙ୍ଗପୁର ଭଳି  ଉପାନ୍ତ ଅଞ୍ଚଳରୁ ଭାଇଚାରାର ବାର୍ତ୍ତା ବାଣ୍ଟୁଥିବା ସଲମାଙ୍କୁ ସମସ୍ତେ ସଲାମ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.