ନାଗରିକ ସଂଶୋଧନ ଆଇନର ଫାଇଦା ନେବାକୁ ନୂଆ ଚାଲ କରୁଛନ୍ତି ମୁସଲିମ ଓ ରୋହିଙ୍ଗ୍ୟା ଶରଣାର୍ଥୀ, ହେଉଛନ୍ତି ଖ୍ରୀଷ୍ଟିୟାନ

Published By : Prameya-News7 Bureau | July 24, 2020 IST

ନୂଆଦିଲ୍ଲୀ ୨୪।୦୭: ନାଗରିକତା ସଂଶୋଧନ ଅଧିନିୟମ(ସିଏଏ) ଅନେକ ଆଫଗାନ ଓ ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀଙ୍କୁ ଖ୍ରୀଷ୍ଟିୟାନ ଧର୍ମ ଆପଣାଇ ପାଇଁ ପ୍ରେରିତ କରିଛି, ଯଦ୍ଵାରା ସେମାନେ ଭାରତର ନାଗରିକତା ହାସଲ କରି ପାରିବେ। କେନ୍ଦ୍ରୀୟ ଏଜେନ୍ସି ମାମଲା ଉପରେ ନଜର ରଖୁଥିବା ଅଧିକାରୀ ଏନେଇ କେନ୍ଦ୍ର ସରକାରଙ୍କୁ ସତର୍କ କରାଇଛନ୍ତି। ଜୈନକ ଅଧିକାରୀ କହିଛନ୍ତି ଆଫଗାନ ମୁସଲମାନ ଖ୍ରୀଷ୍ଟିୟାନ ଧର୍ମ ବଦଳାଇବାର ପ୍ରାୟ ୨୫ଟି ମାମଲା ଏଜେନ୍ସି ଦ୍ଵାରା ଚିହ୍ନଟ ହୋଇଛି। କାରଣ ସିଏଏ ଅନୁଯାୟୀ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ଏହି ତିନୋଟି ଦେଶରେ ନିର୍ଯ୍ୟାତିତ ସଂଖ୍ୟା ଲଘୁ  ହିନ୍ଦୁ, ଜୈନ, ଶିଖ, ବୌଦ୍ଧ, ଖ୍ରୀଷ୍ଟିୟାନ ଓ ପାର୍ସିର ନାଗରିକଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବ।

ସିଏଏ ଗତବର୍ଷ ସଂସଦରେ ପାରିତ  ହୋଇଥିଲା ଏବଂ ଚଳିତ ବର୍ଷ  ଜାନୁଆରୀ ୧୦ରେ ଏହା ଆଇନ୍‌ରେ ପରିଣତ ହୋଇଥିଲା। ଏହା ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନର ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଗ୍ରହଣ କରିବା ପାଇଁ ଆବେଦନ କରିବାକୁ ଅନୁମତି ପ୍ରଦାନ କରୁଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଦ୍ୟାବଧି ୨୦୧୯ ପାଇଁ ନିୟମକୁ ଅଧିସୂଚିତ କରି ନାହିଁ।

ଦକ୍ଷିଣ ଦିଲ୍ଲୀରେ ଏକ ଆଫଗାନ ଚର୍ଚ୍ଚର ପ୍ରମୁଖ ଆଦିବ ଅହମ୍ମଦ ମ୍ୟାକ୍ସଓ୍ଵେଲ ଏକ ଦୈନିକ ଇଂରାଜୀ ଖବରକାଗଜକୁ କହିଛନ୍ତି ସିଏଏ ଯୋଗୁଁ ଏବେ ଆଫଗାନ ମୁସଲିମ ଖ୍ରୀଷ୍ଟିୟାନ ଧର୍ମରେ ଦୀକ୍ଷିତ ହେବା ମାମଲା ବଢିବାରେ ଲାଗିଛି।

{"id":304929,"sizeSlug":"large"}

୩୪ ବର୍ଷୀୟ ମ୍ୟାକ୍ସଓ୍ଵେଲ ୨୧ ବର୍ଷ ବୟସରେ  ଭାରତ ଆସିଥିଲେ। ତାଙ୍କ ମାତା-ପିତା ସୁନ୍ନି ମୁସଲମାନ ଅଟନ୍ତି ଏବଂ ଆଫଗାନିସ୍ତାନର ରାଜଧାନୀ କାବୁଲରେ ବସବାସ କରନ୍ତି। ସେ କହିଛନ୍ତି ଅଧିକାଂଶ ଆଫଗାନ ଶରଣାର୍ଥୀ ମିଳିତ ଜାତିସଂଘ ଉଚ୍ଚାୟୋଗ(UNHCR) ଆଧାରରେ ଶରଣାର୍ଥୀ ପାଇଁ ଆବେଦନ କରିଥାନ୍ତି।

ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ଦିଲ୍ଲିରେ ଏକ ଲକ୍ଷ ୫୦ ହଜାରରୁ ଏକ ଲକ୍ଷ ୬୦ ହଜାର ମଧ୍ୟରେ ଆଫଗାନ ମୁସଲମାନ ରହୁଛନ୍ତି। ମୁଖ୍ୟତଃ ରାଜଧାନୀର କୈଳାସ, ଲାଜପତନଗର, ଅଶୋକ ନଗର ଓ ଆଶ୍ରମରେ ଏହି ସଂପ୍ରଦାୟର ବ୍ୟକ୍ତିମାନେ ବସବାସ କରୁଛନ୍ତି। ଏହି ସମୁଦାୟର ଲୋକ ନିକଟରେ ଭାରତୀୟ ଏଜେନ୍ସିଙ୍କୁ ଆଫଗାନରେ ଶିଖ ନିଦାନ ସିଂହ ସଚଦେବାଙ୍କୁ ଖୋଜିବା ପାଇଁ ସାହାଯ୍ୟ କରିଥିଲେ। ତାଙ୍କୁ ତାଲିବାନ ଆତଙ୍କବାଦୀ ପୂର୍ବ ଆଫଗାନିସ୍ତାନ ପ୍ରାନ୍ତରୁ ଅପହରଣ କରି ନେଇଥଲେ। ସିଂହ ଆଫଗାନିସ୍ତାନରେ ଏକ ଗୁରୁଦ୍ଵାରରେ ସାମୁଦାୟିକ ସେବା କରିବାକୁ ଯାଇଥିଲେ।

{"id":304930,"sizeSlug":"large"}

ଏହା ବ୍ୟତୀତ ଅଧିକାରୀ ସୂଚନା ଅନୁଯାୟୀ ପୂରା ଭାରତରେ ପ୍ରାୟତଃ ୪୦ ହଜାର ରୋହିଙ୍ଗ୍ୟା ମୁସଲମାନ ବସବାସ କରୁଛନ୍ତି। ଏମାନଙ୍କ ସଂଖ୍ୟା ଜାମ୍ମୁ ଓ କାଶ୍ମୀରରେ ସର୍ବାଧିକ ରହିଛି। ଏହି ସଂପ୍ରଦାୟର ପ୍ରବାସୀଙ୍କ ଏକ ବଡ ସଂଖ୍ୟା ୨୦୧୨ ପୂର୍ବରୁ ଭାରତରେ ରହି ଆସିଛନ୍ତି ଏବଂ ଏବେ ଖ୍ରୀଷ୍ଟିୟାନ ଧର୍ମ ଆପଣାଇ ବାଂଲାଦେଶର ନାଗରିକ ହୋଇଥିବା ଦାବି କରୁଛନ୍ତି।

ଉଲ୍ଲେଖନୀୟ ରୋହିଙ୍ଗା ମୂଳତଃ ମିଆଁମାରର ରାଖୀନ ପ୍ରାନ୍ତର ଅଧିବାସୀ। ୨୦୧୧ ଶେଷ ଆଡକୁ ମିଆନମାରର ସଶସ୍ତ୍ର ବଳଙ୍କ ଦ୍ଵାରା ଉତ୍ପୀଡନ ପରେ ସେମାନଙ୍କ ଭାରତ ପଳାୟନ ଆରମ୍ଭ ହୋଇଥିଲା। ଆଫଗାନ ଚର୍ଚ୍ଚର ଜଣେ ସଦସ୍ୟ ଅଜିଜ୍ ସୁଲତାନୀ କହିଛନ୍ତି ଆମେ ଭାରତରେ ଅନେକ ଚର୍ଚ୍ଚର ସମର୍ଥନରେ ବିରୋଧ ଅଭିଯାନକୁ ସମର୍ଥନ ଦେଇଛୁ।

{"id":304931,"sizeSlug":"large"}

ସୂଚନାଯୋଗ୍ୟ, ଗତ ଛଅ ବର୍ଷରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ୪୦୦୦  ଲୋକଙ୍କୁ  ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି। ଗୃହ ମନ୍ତ୍ରଣାଳୟ ଅନୁଯାୟୀ ୨୦୧୪ରେ ବାଂଲାଦେଶରେ ସୀମା ରାଜିନାମା ପରେ ଭାରତରେ ବାଂଲାଦେଶର ୫୦ରୁ ଅଧିକ ପରିକ୍ଷେତ୍ରକୁ ସାମିଲ କରାଯିବା ପରେ ପ୍ରାୟତଃ ୧୪୮୬୪ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ମଧ୍ୟ ଦିଆଯାଇଛି।

ସଂଶୋଧିତ ଆଇନ ଅନୁଯାୟୀ, ତିନି ପଡୋଶୀ ଦେଶର ଛଅ ସଂଖ୍ୟାଲଘୁ ସମୁଦାୟ ଯଥା  ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି, ଜୈନ ଓ ଖ୍ରୀଷ୍ଟିୟାନର ଧାର୍ମିକ ଆଧାରରେ ଉତ୍ପୀଡିନ ନାଗରିକଙ୍କୁ  ଭାରତୀୟ ନାଗରିକତା ପାଇଁ ଆବେଦନ କରିବାକୁ ଯୋଗ୍ୟ। ମାତ୍ର ଆଇନ ଅନୁଯାୟୀ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁମାନେ ଭାରତକୁ ଆସିଥିଲେ, ସେମାନଙ୍କୁ ହିଁ ନାଗରିକତା ପ୍ରଦାନ କରାଯାଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.