ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଦାବିପତ୍ର ପ୍ରଦାନ

Published By : Prameya-News7 Bureau | April 27, 2021 IST

ଭଦ୍ରକ, ୨୭।୦୪ :  ଇସଲାମ ଧର୍ମର ପ୍ରତିଷ୍ଠାତା ପ୍ରୋଫେଟ ମୋହମ୍ମଦଙ୍କ ନାମରେ ଅପପ୍ରଚାରକୁ ବିରୋଧ । କାର୍ଯ୍ୟାନୁଷ୍ଠାନ ଦାବିରେ ମହାମହିମ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଦାବିପତ୍ର ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମକର୍ତ୍ତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେମାନେ କହିଛନ୍ତି ଯେ, ଇସଲାମ ଧର୍ମର ପ୍ରତିଷ୍ଠାତା ପ୍ରୋଫେଟ ମୋହମ୍ମଦଙ୍କ ନାମରେ ଦେବୀ ମନ୍ଦିର ଦଶନର ମୁଖ୍ୟ ପୂଜକ ସ୍ୱାମୀ ନରସିଂହା ନନ୍ଦ ସରସ୍ୱତୀ କେତେକ ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟ ଇସଲାମ ଧର୍ମାବଲମ୍ବୀଙ୍କୁ ଆଘାତ ଦେଇଛି ।

ମୁଖ୍ୟପୂଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରତିନିଧି ମଣ୍ଡଳ ଧାମନଗର ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.