Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||

ଭାରତରେ ମୁସଲମାନ ଜନସଂଖ୍ୟାକୁ ନେଇ ଆମେରିକା ଜାରି କଲା ରିପୋର୍ଟ : ଜାଣନ୍ତୁ କେଉଁ ସ୍ଥାନରେ ଅଛି ଭାରତ

6/04/2019 at 3:34 PM

ନୂଆଦିଲ୍ଲୀ ୬/୪ : ଭାରତରେ ମୁସଲମାନ ଜନସଂଖ୍ୟାକୁ ନେଇ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଜାରି କରିଛି ଆମେରିକା | ଆମେରିକାର ରିସର୍ଚ୍ଚ ସେଣ୍ଟର ଥିଙ୍କ ଟେଙ୍କ ପିଉ ଏହି ରିପୋର୍ଟ ଜାରି କରିଛି | ରିପୋର୍ଟ ଅନୁଯାୟୀ, ଆସନ୍ତା ୪୦ ବର୍ଷ ମଧ୍ୟରେ ଭାରତ ବିଶ୍ୱଏଅ ସର୍ବାଧିକ ମୁସଲମାନ ସଂଖ୍ୟକ ଦେଶ ହୋଇଯିବ | ବର୍ତ୍ତମାନ ଭାରତରେ ୧୯.୪ କୋଟି ମୁସଲମାନ ଅଛନ୍ତି | ଏହି ଜନସଂଖ୍ୟା ଆସନ୍ତା ୪୦ ବର୍ଷରେ ୩୩ କୋଟି ହୋଇଯିବ | ଅର୍ଥାତ ଭାରତରେ ମୁସଲମାନ ଜନସଂଖ୍ୟା ସମଗ୍ର ବିଶ୍ୱର ଜନସଂଖ୍ୟାର ୧୧ ପ୍ରତିଶତ ହୋଇଯିବ |


ଅପରପକ୍ଷରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିବ | ଆସନ୍ତା ୪୦ ବର୍ଷ ମଧ୍ୟରେ ପାକିସ୍ତାନର ମୁସଲମାନ ଜନସଂଖ୍ୟା ୨୮.୩୬ କୋଟି ହୋଇଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି | ରିପୋର୍ଟ ଅନୁଯାୟୀ, ପାକିସ୍ତାନର ସମୁଦାୟ ଜନସଂଖ୍ୟା ୨୦୧୬ ମସିହାରେ ୯୬.୫ ପ୍ରତିଶତ ମୁସଲମାନ ଜନସଂଖ୍ୟା ସହ ଦ୍ୱିତୀୟ ସ୍ଥାନରେ ରହିବ | ଏହା ବିଶ୍ୱର ମୁସଲମାନ ଜନସଂଖ୍ୟାର ୯.୫ ପ୍ରତିଶତ ହେବ | ୨୮.୩୧ କୋଟି ମୁସଲମାନ ଜନସଂଖ୍ୟା ସହ ନାଇଜେରିଆ ତୃତୀୟ ସ୍ଥାନରେ ରହିବ | ୨୫.୩୪ କୋଟି ମୁସଲମାନ ଜନସଂଖ୍ୟା ସହ ଇଣ୍ଡୋନେସିଆ ଚତୁର୍ଥ ସ୍ଥାନରେ ରହିବ |


ବର୍ତ୍ତମାନ ସବୁଠାରୁ ଅଧିକ ମୁସଲମାନ ଇଣ୍ଡୋନେସିଆରେ ଅଛନ୍ତି | ଇଣ୍ଡୋନେସିଆରେ ଏବେ ମୁସଲମାନ ଜନସଂଖ୍ୟା ୨୨ କୋଟି ରହିଛି | ଭାରତ ଦ୍ୱିତୀୟ ସ୍ଥାନରେ ରହିଛି |

   Related Posts