Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଭକ୍ତି ଓ ଭଗବାନଙ୍କ ପାଖରେ ନାହିଁ ବିଭେଦ: ଆରାଧ୍ୟ ହନୁମାନଙ୍କ ମନ୍ଦିର ପାଇଁ ଏକ କୋଟି ଟଙ୍କାର ଜମି ଦାନ କଲେ ମୁସଲମାନ ଭକ୍ତ

9/12/2020 at 3:43 PM

ବେଙ୍ଗାଲୁରୁ ୦୯/୧୨ : କର୍ଣ୍ଣାଟକ ବେଙ୍ଗାଲୁରୁରେ ଏକ ସାମାଜିକ ସଦ୍ଭାବ ମାମଲା ସାମ୍ନାକୁ ଆସିଛି। ଜଣେ ମୁସଲମାନ ବ୍ୟକ୍ତି ବଡ ହନୁମାନ ମନ୍ଦିର ନିର୍ମାଣ ପାଇଁ ସ୍ୱଇଚ୍ଛାରେ ନିଜ ଜମି ଦାନ କରିଛନ୍ତି। ଜମିର ମୂଲ୍ୟ କୋଟି କୋଟି ଟଙ୍କା। ଛୋଟ ହନୁମାନ ମନ୍ଦିରରେ ପୂଜା କଲାବେଳେ ଲୋକଙ୍କୁ ସମସ୍ୟା ହେଉଥିଲା। ପୂଜା କରିବାକୁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ। ସେଥିପାଇଁ ଛୋଟ ମନ୍ଦିର ବଦଳରେ ବଡ ମନ୍ଦିର ନିର୍ମାଣ ପାଇଁ ସେ ନିଜ ଜମି ଦାନ କରିଛନ୍ତି।

ମନ୍ଦିର ପାଇଁ ନିଜ ଜମି ଦାନ କରିଥିବା ମୁସଲମାନ ବ୍ୟକ୍ତି ହେଲେ ଏଚ.ଏମ.ଜି ବାଷା। ୬୫ ବର୍ଷ ବୟସ୍କ ବାଷା କାର୍ଗୋ ବ୍ୟବସାୟ କରନ୍ତି। ସେ ବେଙ୍ଗାଲୁରୁ କାଡୁଗୋଡ଼ି ଅଞ୍ଚଳରେ ରୁହନ୍ତି। ବେଙ୍ଗାଲୁରୁ ମାୟଲାପୁରା ଅଞ୍ଚଳରେ ତାଙ୍କର ୩ ଏକର ଜମି ଅଛି। ଏହି ଜମିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ। ସେହି ଜମି ସାଇଡରେ ଏକ ପ୍ରାଚୀନ ହନୁମାନ ମନ୍ଦିର ଅଛି। ଏହି ମନ୍ଦିରରେ ଲୋକନ୍କ ଅତୁଟ ଆସ୍ଥା ରହିଛି। ସେଥିପାଇଁ ପ୍ରତିଦିନ ସେଠାରେ ବହୁ ସଂଖ୍ୟାରେ ଭକ୍ତ ଜମା ହୁଅନ୍ତି।

ମନ୍ଦିର ଛୋଟ ହୋଇଥିବାରୁ ଭକ୍ତ ଜମା ହେବାପରେ ଅସୁବିଧା ହୋଇଥାଏ। ମନ୍ଦିର କମିଟି ମଧ୍ୟ ପୂର୍ବରୁ ମନ୍ଦିର ବିସ୍ତାର ପାଇଁ ଯୋଜନା କରିଥିଲା। କିନ୍ତୁ ମନ୍ଦିର କମିଟି ପାଖରେ ଜମି ନଥିଲା। ସେହି ମନ୍ଦିର ସାଇଡରେ ବାଷାଙ୍କ ଜମି ଥିଲା। କିନ୍ତୁ ମନ୍ଦିର କମିଟି ଜମି ପାଇଁ ତାଙ୍କ ସହ କଥା ହେବାକୁ କୁଣ୍ଠାବୋଧ ପ୍ରକାଶ କରୁଥିଲେ। ଦିନେ ସେ ଦେଖିଲେ ଭକ୍ତ ବହୁତ କମ ଜାଗାରେ ପୂଜା କରୁଛନ୍ତି। ଭକ୍ତଙ୍କ ଅସୁବିଧା ଦେଖି ସେ ନିଜେ ମନ୍ଦିର କମିଟି ସହ କଥା  ହୋଇ ନିଜ ଜମି ଦାନ କରିବାକୁ କହିଛନ୍ତି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ଜମି ପୁରୁଣା ମାଡ୍ରାସ ରୋଡର ମୁଖ୍ୟ ସଡକରେ ରହିଛି। ବାଷାଙ୍କ ଏହି ମହତ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ତାଙ୍କୁ ଧନ୍ୟବାଦ ଦେବାକୁ ଲୋକେ ମନ୍ଦିର ପାଖରେ ତାଙ୍କର ପୋଷ୍ଟର ମଧ୍ୟ ଲଗାଇଛନ୍ତି। ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି।

   Related Posts