Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ ପରେ ମୁସଲିମ ନେତାଙ୍କ ଧମକ, ‘ମନ୍ଦିର ଭାଙ୍ଗି ତିଆରି କରିବୁ ମସଜିଦ’

6/08/2020 at 7:00 PM

ନୂଆଦିଲ୍ଲୀ ୦୬/୦୮ : ରାମ ନଗରୀ ଅଯୋଧ୍ୟାରେ ବହୁ ବର୍ଷ ପରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ହେବାର ଦିନେ ପରେ ଅଲ ଇଣ୍ଡିଆ ଇମାମ ଏସୋସିଏସନ ଅଧ୍ୟକ୍ଷ ଉତ୍ୟକ୍ତ ବୟାନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ଶିଳାନ୍ୟାସ କଲାପରେ ଏସୋସିଏସନ ଅଧ୍ୟକ୍ଷ ମହମ୍ମଦ ସାଜିଦ ରସିଦି ମନ୍ଦିରକୁ ଧ୍ବଂସ କରିଦେବାକୁ ଧମକ ଦେଇଛନ୍ତି | ସେ କହିଛନ୍ତି ଯେ ରାମ ମନ୍ଦିର ଭାଙ୍ଗି ସେଠାରେ ମସଜିଦ ନିର୍ମାଣ କରାଯିବ | ସେ କହିଛନ୍ତି ବିବାଦିତ ସ୍ଥଳରେ କେବେ ମନ୍ଦିର ହିଁ ନଥିଲା | ସେଠାରେ ବାବ୍ରି ମସଜିଦ ଥିଲା ଏବଂ ସେ ହିଁ ରହିବ |

ସମାଚାର ଏଜେନ୍ସି ମହମ୍ମଦ ରସିଦିଙ୍କ ବୟାନ ଟ୍ୱିଟ କରିଛି | ରସିଦି କହିଛନ୍ତି ଯେ ଇସ୍ଲାମ କହୁଛି ଯେ ଗୋଟିଏ ମସଜିଦ ସବୁବେଳେ ଗୋଟିଏ ମସଜିଦ ହିଁ ରହିବ | ଏହାକୁ ଆଉ କିଛି ନିର୍ମାଣ ପାଇଁ ଭଙ୍ଗାଯାଇ ପାରିବନାହିଁ | ମସଜିଦକୁ ଧ୍ବଂସ କରି ମନ୍ଦିର ତିଆରି କରାଯାଇନଥିଲା | କିନ୍ତୁ ଏବେ ମସଜିଦ ନିର୍ମାଣ ପାଇଁ ମନ୍ଦିର ଧ୍ବଂସ କରାଯାଇପାରିବ ବୋଲି ସେ କହିଛନ୍ତି | 

ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନର ଠିକ ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ବିବାଦିତ ଟ୍ୱିଟ କରି କହିଛି ଯେ ସେଠାରେ ଆଗରୁ ହିଁ ବାବ୍ରି ମସଜିଦ ଥିଲା ଏବଂ ଆଗକୁ ମଧ୍ୟ ରହିବ | ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇ ବୋର୍ଡ କହିଛି ଯେ ଏହି ନିଷ୍ପତ୍ତି ଅନ୍ୟାୟପୂର୍ଣ, ଦମନକାରୀ, ଲଜ୍ଜାଜନକ | ବହୁ ସଂଖ୍ୟକ ତୁଷ୍ଟିକରଣ ଆଧାରରେ ଭୂମିର ପୁନଃନିର୍ଦ୍ଧାରଣ କରାଯାଇଛି |

ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତ୍ୱେହାଦ-ଉଲ ମୁସ୍ଲିମିନର ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମଧ୍ୟ ଏହିଭଳି ଟ୍ୱିଟ କରିଛନ୍ତି | ଓୱେସୀ ବାବ୍ରି ମସଜିଦ ଏବଂ ଏହାର ବିଧ୍ବଂସର ଗୋଟିଏ-ଗୋଟିଏ ଫଟୋ ସେୟାର କରି କହିଛନ୍ତି, ‘ବାବ୍ରି ମସଜିଦ ଥିଲା ଓ ରହିବ | ଇନ୍ସାଅଲ୍ଲାହ’

   Related Posts