ଅନନ୍ୟ ଭାଇଚାରା : କାଶ୍ମୀର ପଣ୍ତିତଙ୍କ ମୃତଦେହକୁ କାନ୍ଧର ୫ କିମି ବୋହିଲେ ମୁସଲିମ ପଡୋଶୀ, ବରଫପାତକୁ କଲେନି ଖାତିର

Published By : Prameya-News7 Bureau | January 24, 2021 IST

ଶ୍ରୀନଗର,୨୪/୦୧: ଜମ୍ମୁ-କାଶ୍ମୀରରେ ପ୍ରବଳ ମାତ୍ରାରେ ତୁଷାରପାତ ହେଉଛି । ଏହାମଧ୍ୟରେ ଏହା ହୃଦୟଛୁଆଁ ଘଟଣା ଦେଖିବାକୁ ମିଳିଛି । ସୋପିଆନରେ ବରଫପାତ ମଧ୍ୟରେ ଜଣେ ମୁସଲିମ ପଡୋଶୀ କାଶ୍ମୀର ପଣ଼୍ଡିତଙ୍କ ମୃତଦେହକୁ ନିଜ କାନ୍ଧରେ ଉଠାଇ ଆଣିବା ସହ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ।

ସୋପିଆନରେ ଗତ କିଛିଦିନ ହେବ ପ୍ରବଳ ମାତ୍ରାରେ ବରଫ ପଡୁଛି । ଏହାମଧ୍ୟରେ କାଶ୍ମୀର ପଣ୍ଡିତ ପରିବାରର ଜଣେ ବୃଦ୍ଧଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା ।  କିନ୍ତୁ ମୃତଦେହକୁ ଘରକୁ ଆଣିବା ବେଳେ ଆମ୍ବୁଲାନ୍ସଟି ବରଫରେ ଫସି ଯାଇଥିଲା । ଏହାପରେ ପଡୋଶୀ ଭାବେ ରହୁଥିବା ଜଣେ ମୁସଲିମ ବ୍ୟକ୍ତି ପଣ୍ଡିତଙ୍କ ମୃତଦେହକୁ କାନ୍ଧରେ ଉଠାଇ ଘରକୁ ଆଣିଥିଲେ ।

ସୂଚନାନୁସାରେ, ୬୦ ବର୍ଷୀୟ ଭାସ୍କର ନାଥନାମକ ଜଣେ ବୃଦ୍ଧ ଶନିବାର ସକାଳେ ପ୍ରାଣ ହରାଇଥିଲେ । ପରେ ହସ୍ପିଟାଲରୁ ଭାସ୍କରଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଘରକୁ ଅଣାଯାଉଥିଲା । କିନ୍ତୁ ଘରଠାରୁ ୫ କିମି ଦୂରରେ ବରଫରେ ଆମ୍ବୁଲାନ୍ସଟି ଫସି ଯାଇଥିଲା ।

ଏହି ଖବର ମୁସଲିମ ପଡୋଶୀଙ୍କୁ ମିଳିଥିଲା । ମୁସଲିମ ବ୍ୟକ୍ତିଜଣଙ୍କ ଘରୁ ବାହାରି ଚାଲିଚାଲି ଆମ୍ବୁଲାନ୍ସ ଫସିଥିବା ସ୍ଥାନରେ ପହଁଚିଥିଲେ । ୫ କିମି ଦୂରରୁ ମୃତଦେହକୁ କାନ୍ଧରେ ବୋହି ଆଣିଥିଲେ । ଏହାସହ ମୁସଲିମ ସମ୍ପ୍ରଦାୟର ଅନେକ ବ୍ୟକ୍ତି ଭାସ୍କରଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.