Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ତନ୍ଦୁରୀ ରୁଟିରେ ଛେପ ପକାଇ ରାନ୍ଧୁଥିଲେ, ଭିଡିଓ ଭାଇରାଲ ପରେ ବନ୍ଧାହେଲେ ରୋଷେୟା

17/10/2021 at 11:31 AM

ଗାଜିଆବାଦ ୧୭/୧୦: ସାଧାରଣତଃ ଲୋକେ ଢାବାରେ ଖାଇବାକୁ ପସନ୍ଦ କରନ୍ତି । କାରଣ ଢାବାର ଟେଷ୍ଟରେ ଥାଏ ଟିକିଏ ଅଲଗା ଟେଷ୍ଟ । ହେଲେ ଏବେ ଏହି ଢାବା ଖାଦ୍ୟ ବିଷାକ୍ତ ପାଲଟିଛି । କାରଣ କଣ ଜାଣିଲେ ଆପଣଙ୍କ ହୋସ୍ ଉଡିଯବ । ଆଉ ଯଦି ଢାବାରେ ତନ୍ଦୁରୀ ରୁଟି ଖାଉଛନ୍ତି, ତାହାଲେ ହୋଇଯାଆନ୍ତୁ ସାବଧାନ ।

କାରଣ ଆପଣଙ୍କର ଏହି ତନ୍ଦୁରୀ ରୁଟି ଜହର ହୋଇଯାଇଛି । ଗାଜିଆବାଦର ହୋଟେଲର ଏଦି ଦୃଶ୍ୟ ଦେଖିଲେ ପାଦ ତଳୁ ଖସିଯାଇପାରେ ମାଟି । ଆଉ ଯଦି ଦେଖିନାହଁନ୍ତି ତାହେଲେ ଦେଖନ୍ତୁ ଏହି ଭଡିଓ । ଦେଖନ୍ତୁ କିପରି ଜଣେ ରୋଷେୟା କିପରି ଛେପ ପକାଇ ତନ୍ଦୁରୀ ରୋଟି ସେକୁଛନ୍ତି । ଏହି ଭିଡିଓଟି ନାଗର କୋଟୱାଲୀ ଅଞ୍ଚଳର । ଯାହାକି ସୋସିଆଲ ମିଡିଆରେ ଭାଇରାଲେ ହୋଇଛି ।

ଏହାକୁ ଜଣେ ୟୁଜର ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ତେବେ ଭିଡିଓଟି ଭାଇରାଲ ହେବା ପରେ କୋଟୱାଲୀ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମାମଲା ରୁଜୁ କରିଥିଲା । ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ନାଗର କୋଟୱାଲିର ସିଭିଲ୍ ଲାଇନ୍ ଆଉଟପୋଷ୍ଟ ଦାୟିତ୍ୱରେ ଥିବା ଶିଶୁପାଲ ସୋଲାଙ୍କି କହିଛନ୍ତି ଯେ ଅଭିଯୁକ୍ତଙ୍କ ନାମ ତାମିଜୁଦ୍ଦିନ ଏବଂ ସେ ବିହାର କିଶାନଗଞ୍ଜର ।

ସେ ଏଠାରେ ପଞ୍ଚାବତୀର ଅହିମସା ଭାଟିକାରେ ଅବସ୍ଥିତ ଚିକେନ୍ ପଏଣ୍ଟରେ ତନ୍ଦୁରୀ ରୁଟି ତିଆରି କରୁଥିଲେ । ସେ କହିଛନ୍ତି ଯେ ତାମିଜୁଦ୍ଦିନଙ୍କ ସହ ଢାବା ସଂଚାଳକ ସାଦାଭ ଓ ସାହିଲଙ୍କ ବିରୋଧରେ ଅଭିଯୋଗ ହୋଇଛି ବୋଲି ହିନ୍ଦୁ ରକ୍ଷା ଦଳର ରାଜ୍ୟ ସଂଯୋଜକ ଗୌରବ କହିଛନ୍ତି । ତେବେ ଭିଡିଓଟି ଦୁଇ ଦିନ ପୁରୁଣା ବୋଲି କୁହାଯାଇଛି ।

   Related Posts