ଜଣେ ମୁସଲମାନ ଡାକ୍ତର ଗୋପନରେ ୪୦୦୦ ବୌଦ୍ଧ ଧର୍ମାବଲମ୍ବୀ ମହିଳାଙ୍କ ବନ୍ଧ୍ୟାକରଣ କରିଥିବା ଅଭିଯୋଗ

Published By : Prameya-News7 Bureau | June 07, 2019 IST

ଏକ ମିଡ଼ିଆ ରିପୋର୍ଟ ପରେ ଶ୍ରୀଲଙ୍କାରେ ପୁଣି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି । ଖବର ଅନୁଯାୟୀ, ଜଣେ ମୁସଲମାନ ଡାକ୍ତର ପାଖାପାଖି ୪ ହଜାର ବୌଦ୍ଧ ଧର୍ମାବଲମ୍ବୀ ମହିଳାଙ୍କ ଗୋପନ ବନ୍ଧ୍ୟାକରଣ କରିଛନ୍ତି । ରିପୋର୍ଟରେ ଡାକ୍ତରଙ୍କ ନାଁ ଗୁପ୍ତ ରଖାଯାଇଛି । ଗତ ଇଷ୍ଡାର ରବିବାର ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣ କରିଥିବା ସ୍ଥାନୀୟ ଇସ୍ଲାମିକ ସଙ୍ଗଠନ ନ୍ୟାସନାଲ ତୌହିଦ ଜମାତର ଡାକ୍ତର ଜଣେ ସଦସ୍ୟ ବୋଲି କୁହାଯାଇଛି । ଏକ ଅନ୍ତରାଷ୍ଟ୍ରୀୟ ସମ୍ବାଦ ସରବରାହ ସଂସ୍ଥା ଏ ନେଇ ବିସ୍ତୃତ ରିପୋର୍ଟ ପ୍ରସାରଣ କରିଛନ୍ତି । କିନ୍ତୁ କୌଣସି ତୃତୀୟପକ୍ଷ ପ୍ରମାଣ ଏ ପର୍ଯ୍ୟନ୍ତ ଏଜେନ୍ସି ହାତରେ ପଡ଼ିନାହିଁ ।

{"id":120610,"width":581,"height":421}

ଶ୍ରୀଲଙ୍କାର ଇସ୍ଲାମଧର୍ମାବଲମ୍ବୀଙ୍କ ଘର, ଦୋକାନ ଏବଂ ମସଜିଦରେ ସ୍ଥାନୀୟ ଲୋକେ ନିଆଁ ଲଗାଇ ପୋଡିଦେବାର ପ୍ରାୟ ସପ୍ତାହ ପରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା । ଇଷ୍ଟ ରବିବାର ଦିନ ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦ ହମଲା ପରେ ମୁସଲମାନଙ୍କ ବିରୋଧରେ ହିଂସା ବଢ଼ିବାରେ ଲାଗିଛି । ମୁସଲମାନ ଡାକ୍ତର ବୌଦ୍ଧ ଧର୍ମାବଲମ୍ବୀ ମହିଳାଙ୍କ ଜବରଦସ୍ତ ବନ୍ଧ୍ୟାକରଣ କରିବା ବୌଦ୍ଧ ବହୁଳ ଦେଶରେ ଦଙ୍ଗାର କାରଣ। ମୁସଲମାନମାନଙ୍କ ଜନ୍ମହାର ଅଧିକ ବୋଲି ବୌଦ୍ଧମାନେ ସବୁବେଳେ ଅଭିଯୋଗ କରିଆସୁଛନ୍ତି । ଜନ୍ମ ହାର ବୃଦ୍ଧି ଦ୍ବାରା ଦେଶରେ ପ୍ରଭାବ ବିସ୍ତାର କରିବା ମୁସଲମାନମାନଙ୍କର ଏକାନ୍ତ ଇଛା ବୋଲି ବୌଦ୍ଧ ଧର୍ମାମାବଲମ୍ବୀମାନେ ଅଭିଯୋଗ କରୁଛନ୍ତି ।

{"id":120612,"width":579,"height":381}

ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ପୋଲିସ ଜଣେ ମୁସଲମାନ ଡାକ୍ତରଙ୍କୁ ଗିରଫ କରିଛି । ସନ୍ଦିଗ୍ଧ ସୁତ୍ରରୁ ଧନ ସମ୍ପତ୍ତି କିଣିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ବନ୍ଧ୍ୟାକରଣ କରିଥିବା ଡାକ୍ତରଙ୍କ ତଦନ୍ତ କରୁଛି ପୋଲିସ । ତେବେ ଏ ପର୍ଯ୍ୟନ୍ତ କୌଣି ପୀଡିତା ଅଭିଯୋଗ କରିନଥିବାରୁ ପୋଲିସ ତଦନ୍ତରେ ବିଳମ୍ବ ହେଉଥିବା ଜଣାପଡିଛି।

{"id":120613,"width":581,"height":392}

ତେବେ ଗିରଫ ହୋଇଥିବା ଡାକ୍ତର ବନ୍ଧ୍ୟାକରଣ ମାମଲାରେ ଜଡିତ ନୁହନ୍ତି ବୋଲି କହିଛନ୍ତି । ଡାକ୍ତରଙ୍କ ଓକିଲ କହିଛନ୍ତି ଯେ, ତଦନ୍ତ ଭୁଲ ଉପାୟରେ କରାଯାଉଛି । କାରଣ ତାଙ୍କୁ ଗିରଫ କରିବା ପରେ କୌଣସି ସାକ୍ଷ୍ୟ ପ୍ରମାଣକୁ ଡକାଯାଇନାହିଁ ।

{"id":120614,"width":579,"height":391}

ଗିରଫ ଡାକ୍ତରଙ୍କର କେନ୍ଦ୍ର କୁରେନଗଲାରେ ବେଶ ପ୍ରସିଦ୍ଧି ରହିଛି। ଏହି ଅଞ୍ଚଳ ଦେଶର ଅତ୍ୟନ୍ତ ସୁରକ୍ଷିତ ଅଞ୍ଚଳମାନଙ୍କ ମଧ୍ୟରେ ଅନ୍ୟତମ ସ୍ଥାନ। କାରଣ କେନ୍ଦ୍ର କୁରେନଗଲା ପୂର୍ବତନ ରାଷ୍ଟ୍ରପତି ଏବଂ ରାଷ୍ଟ୍ରବାଦୀ ନେତା ମହିନ୍ଦ୍ରା ରାଜପକ୍ଷଙ୍କ ସଂସଦୀୟ କ୍ଷେତ୍ର । ତେବେ ଅଞ୍ଚଳରେ ପ୍ରାୟତଃ ସାମ୍ପ୍ରଦାୟିକ ଉତ୍ତେଜନା ଲାଗିରହିଥାଏ । ତେବେ ଡାକ୍ତରଙ୍କ କାରନାମା ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବହୁ ସଂଖ୍ୟକ ସିଂହଳ ବୌଦ୍ଧ ଭିକ୍ଷୁ କୁରେନଗଲା ଟିଚିଙ୍ଗ ହସ୍ପିଟାଲ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.