ରାମ ମନ୍ଦିର ଭୂମିପୂଜନରେ ସାମିଲ ହେବାକୁ ୮୦୦ କିମି ଚାଲି ଚାଲି ଆସୁଛନ୍ତି ମୁସଲମାନ ରାମ ଭକ୍ତ : ସନ୍ଥ କହିଲେ, ମିଳିବନି ଅନୁମତି, ଯଦି ସଚ୍ଚା ରାମ ଭକ୍ତ ତାହେଲେ...

Published By : Prameya-News7 Bureau | July 27, 2020 IST

ଅଯୋଧ୍ୟା ୨୭/୦୭ : ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖରେ ରାମମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ଅଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ସାମିଲ ହୋଇ ଭୂମିପୂଜନ କରିବେ | ଏହି ଐତିହାସିକ କାର୍ଯ୍ୟକ୍ରମକୁ ଦେଶ ଦୁନିଆର କୋଟି କୋଟି ରାମ ଭକ୍ତ ଅପେକ୍ଷା କରିଛନ୍ତି | ଭଗବାନ ଶ୍ରୀରାମଙ୍କ ଅନେକ ଭକ୍ତ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଛନ୍ତି | ଭକ୍ତଙ୍କ ମଧ୍ୟରେ ଜଣେ ଅଛନ୍ତି ଛତିଶଗଡ଼ର ଫୈଜ ଖାନ | ସେ ଶ୍ରୀରାମଙ୍କ ଆଇଘର ମାଟି ନେଇ ଅଯୋଧ୍ୟାରେ ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଛନ୍ତି | କିନ୍ତୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ବତୀଙ୍କ ଶିଷ୍ୟ ପ୍ରତିନିଧି ସ୍ୱାମୀ ଅଭିମୁକ୍ତେସ୍ଵରାନନ୍ଦ ଆପତ୍ତି ଦର୍ଶାଇଛନ୍ତି |

ଭଗବାନ ଶ୍ରୀରାମଙ୍କ ମୁସଲମାନ ଭକ୍ତ ଫୈଜ ଖାନ ଛତିଶଗଡ଼ ରାୟପୁରରୁ ୮୦୦ କିମି ଦୂର ଚାଲି ଚାଲି ଅଯୋଧ୍ୟାରେ ପହଞ୍ଚିବାକୁ ବାହାରିଛନ୍ତି | ରାସ୍ତାରେ ଶ୍ରୀରାମଙ୍କ ଆଇଘର ଚନ୍ଦ୍ରମୁଖୀ ଗାଁରୁ ପ୍ରସିଦ୍ଧ ମାତା କୌଶଲ୍ୟା ମନ୍ଦିର ମାଟି ମଧ୍ୟ ସାଙ୍ଗରେ ଆଣିଛନ୍ତି |

ଭୂମିପୂଜନ ପାଇଁ ଦେଶର ଅନେକ ସ୍ଥାନରୁ ପବିତ୍ର ମାଟି ଅଣାଯାଉଛି | ଫୈଜ ଖାନ ମଧ୍ୟ ମାଟି ନେଇ ଆସିଛନ୍ତି | କିନ୍ତୁ ସ୍ୱାମୀ ମୁକ୍ତେସ୍ଵରାନନ୍ଦ ସରସ୍ବତୀଙ୍କୁ ଏହା ପସନ୍ଦ ହେଲାନାହିଁ | ସେଥିପାଇଁ ସେ ଫୈଜ ଖାନଙ୍କୁ ଅନୁମତି ଦେଲେନାହିଁ | ମୁକ୍ତେସ୍ଵରାନନ୍ଦ କହିଛନ୍ତି, 'ମୁସଲମାନ ଏହି ମନ୍ଦିରରୁ ଦୁରେଇ ରୁହନ୍ତି | ଆମର ସଦ୍ଭାବନା ରହିଛି ଏବଂ ଆମେ ମୁସଲମାନଙ୍କ ଦ୍ଵେଷୀ ନୁହେଁ | ଆମର ନାରା ରୁଟିରେ, ଝିଅରେ ଓ ପୂଜାରେ ଆମେ ଯେକୌଣସି ପରିସ୍ଥିତିରେ ନିଜ ଲୋକଙ୍କୁ ସ୍ୱୀକାର କରିବୁ କିନ୍ତୁ ପର ଲୋକଙ୍କୁ ସ୍ୱୀକାର କରିବୁନାହିଁ |'

ସେ ଚେତାବନୀ ଦେଇ କହିଛନ୍ତି, ତଥାପି ଯଦି କିଏ ଆଗକୁ ଆସେ ତାହେଲେ ତାର ପରିଣାମ ଭଲ ହେବନାହିଁ | ସେ କହିଛନ୍ତି, ଆମେ ତୁମକୁ ଦ୍ୱେସ, ଘୃଣା କରୁନାହୁଁ, କିନ୍ତୁ ଆମ ପୂଜା ପାଠରେ, ଆମ ମନ୍ଦିର ନିର୍ମାଣରେ ଆଗକୁ ଆସିଲେ ଖବରଦାର, ଆମେ ଗୋଡ ଭାଙ୍ଗିଦେବୁ |'

ତେବେ ସ୍ୱାମୀ ଅଭିମୁକ୍ତେସ୍ଵରାନନ୍ଦଙ୍କ ଏହି ଧମକ ଫୈଜ ଖାନଙ୍କ ଉପରେ କୌଣସି ପ୍ରଭାବ ପକାଇନାହିଁ | ଫୈଜ ଖାନ କହିଛନ୍ତି ଯେ ସେ ଜଗତଗୁରୁଙ୍କ ଆଦେଶ ଅନୁସାରେ କାମ କରୁଛନ୍ତି | ଅଭିମୁକ୍ତେସ୍ଵରାନନ୍ଦ କହିଛନ୍ତି, ଯଦି ଫୈଜ ଖାନ ସତରେ ରାମ ଭକ୍ତ ଓ ଭୂମିପୂଜନରେ ତାଙ୍କର ଶ୍ରଦ୍ଧା ଅଛି ତାହେଲେ ତାଙ୍କୁ ପ୍ରଥମେ ହିନ୍ଦୁ ଧର୍ମ ଗ୍ରହଣ କରି ଉଚିତ ଏବଂ ପଶ୍ଚାତାପ କରିବା ଉଚିତ | ଏହାପରେ ତାଙ୍କ ଦାବି ଉପରେ ବିଚାର କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.