Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବିବାହ ସମୟରେ ମୌଲବୀଙ୍କୁ ହୋଇଥିଲା ସନ୍ଦେହ, ପ୍ୟାନ୍ କାର୍ଡ ଦେଖିବାରୁ ଜଣାପଡିଥିଲା ବର ହିନ୍ଦୁ

14/06/2021 at 1:42 PM

ଉତ୍ତରପ୍ରଦେଶ ୧୪/୬ : ୟୁପିର ମହାରାଜଗଞ୍ଜ ଜିଲ୍ଲାର କୋଲହୁଇ ପୋଲିସ ଷ୍ଟେସନ ଅଞ୍ଚଳରେ ମୁସଲମ।ନ ସମ୍ପ୍ରଦାୟର ନିକାହ ଅର୍ଥାତ୍ ବିବାହ ଚାଲିଥିଲା । ଏହି ସମୟରେ ମୌଲବୀ ଉଚ୍ଚାରଣ କରିଥିଲେ। ଉର୍ଦ୍ଦୁ । ହେଲେ ଉର୍ଦ୍ଦୁ ଠିକ ଭାବେ ଉଚ୍ଚାରଣ କରିପାରନଥିଲା ବର । କିଛି ଶବ୍ଦ ଉଚ୍ଚାରଣ ପରେ ଅଟକି ଯାଇଥଲା ବର । ଫଳରେ ମୌଲବୀଙ୍କ ମନରେ ଜାତ ହୋଇଥିଲା ସନ୍ଦେହ ।

ପଚରା ଉଚରା କରିବାରୁ ଧରାପଡିଥିଲା ଅସଲ ସତ । ବରଟି ଥିଲା ଅଲଗା ଧର୍ମର ଅର୍ଥା ହିନ୍ଦୁ । ଏହାକୁ ନେଇ ଘଟଣାସ୍ଥଳରେ ଆରମ୍ଭ ହୋଇଯାଇଥିଲା ମହାଭାରତ । ବରକୁ ଧରି ନିର୍ଦ୍ଧୁମ ଛେଟିଥିଲେ ଲୋକେ । ପରେ ପୋଲିସ ଜିମା ଦେଇଥିଲେ ଲୋକେ । ସୂଚନା ଥାଉକି, ସିଦ୍ଧାର୍ଥନଗରର ଜଣେ ଯୁବକ ସୋସିଆଲ ମିଡିଆରେ କୋଲହୁଇ ଅଞ୍ଚଳର ଜଣେ ଝିଅ ସହିତ ବନ୍ଧୁତା କରିଥିଲା ।

କଥାବ।ର୍ତ୍ତା ବଢିବା ସହ ପୁଅ ମଧ୍ୟ ଝିଅର ଘରକୁ ଯିବା ଆସିବା ଆରମ୍ଭ କରିଦେଇଥିଲା । ତେବେ ଦୁଇ ବର୍ଷ ପରେ ଝିଅର ପରିବାର ବିବାହ ପାଇଁ ସମ୍ମତି ଦେଇଥିଲେ । ଝିଅଟି ପୁଅ ବିଷୟରେ ସବୁକିଛି ଜାଣିଥିଲା, କିନ୍ତୁ ସେ ନିଜ ପରିବାର ସଦସ୍ୟଙ୍କୁ କହିବାକୁ ଚାହୁଁନଥିଲା । ତେଣୁ ସେ ପୁଅଟିକୁ ମୁସଲିମ ଦର୍ଶାଇ ସେମାନଙ୍କ ରୀତିନୀତି ସହିତ ବିବାହ କରିବାକୁ ପ୍ରବର୍ତ୍ତାଇଥିଲା । ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

କିନ୍ତୁ ଚତୁର ବର ଲକଡାଉନର ଆଳ ଦେଖାଇ କେବଳ ପାଞ୍ଚଟି ବରାଯାତ୍ରୀ ଶୋଭାଯାତ୍ରାରେ ଆସିଥିଲା । ଆଉ ବିବାହ ସମୟରେ ବର ଉର୍ଦ୍ଦୁ ଶବ୍ଦ କହିବାରେ ଅଟକି ଯାଇଥିଲା । ଏହା ଉପରେ ମୌଲବୀଙ୍କ ସନ୍ଦେହ ହେବାରୁ ଘଟମା ଥାନା ଯାଏଁ ଯାଇଥଲା । ପୋଲିସ ପ୍ୟାନ୍ କାର୍ଡ, ଆଧାର କାର୍ଡ ଚେକ କରିବାରୁ ହିନ୍ଦୁ ବୋଲି ଜଣାପଡିଥିଲା । ଏବେ ଥାନାରେ ଉକ୍ତ ଯୁବକକୁ ଅଟକ ରଖି ପଚରା ଉଚାର କରୁଛି । ଯଦି ଝିଅ ଘର ତରଫରୁ ଏତଲା ଦିଆଯାଏ ତାହେଲେ ତଦନ୍ତ ଆଗକୁ ବଢିବ ବୋଲି ପୋଲିସ କହିଛି ।

   Related Posts