ଭୋଟ ଗଣତି ଦିନ ମୁସଲମାନ ପରିବାରରେ ଜନ୍ମ ହେଲା ପୁଅ : ପୁଅ ନାଁ ରଖିଲେ ନରେନ୍ଦ୍ର ମୋଦି

Published By : Prameya-News7 Bureau | May 26, 2019 IST

ଲକ୍ଷ୍ନୌ ୨୬/୫ : ମେ ୨୩ ତାରିଖ ଲୋକସଭା ନିର୍ବାଚନ ମତଗଣନା ଦିନ ଉତ୍ତର ପ୍ରଦେଶ ଗୋଣ୍ଡା ଜିଲ୍ଲାରେ ଏକ ମୁସଲମାନ ପରିବାରରେ ପୁଅ ଜନ୍ମ ହୋଇଥିଲା । ଶିଶୁକୁ ଜନ୍ମ ଦେଇଥିବା ମହିଳା ପୁଅ ନାଁ ନରେନ୍ଦ୍ର ଦାମୋଦର ଦାସ ମୋଦି ରଖିଛନ୍ତି । ତେବେ ମୁସଲମାନ ପୁଅର ନାଁ ନରେନ୍ଦ୍ର ମୋଦି ରଖିବା ପଛରେ ଏକ ଅଲଗା ପ୍ରକାର କାହାଣୀ ରହିଛି । ମହିଳାଙ୍କ ସ୍ୱାମୀ ଦୁବାଇରେ ରୁହନ୍ତି । ପୁଅ ଜନ୍ମ ହେବା ଖବର ଦେବା ପାଇଁ ମହିଳା ତାଙ୍କ ସ୍ୱାମୀଙ୍କୁ ଫୋନ କରିଥିଲେ । ମହିଳାଙ୍କ ସ୍ୱାମୀ ସେତେବେଳେ ପଚାରିଥିଲେ ନରେନ୍ଦ୍ର ମୋଦି ଆସିଛନ୍ତି କି ? ଏହାପରେ ମହିଳା ପୁଅର ନାଁ ନରେନ୍ଦ୍ର ଦାମୋଦର ଦାସ ମୋଦି ହିଁ ରଖିଦେଲେ ।

wp:core-embed/twitter {"url":"https://twitter.com/ANINewsUP/status/1132258537843908609","type":"rich","providerNameSlug":"twitter","className":""}
https://twitter.com/ANINewsUP/status/1132258537843908609
/wp:core-embed/twitter

ଶିଶୁର ମା ମେହନାଜ କହିଛନ୍ତି ଯେ, ଶିଶୁର ନାଁ ନରେନ୍ଦ୍ର ମୋଦି ରଖିବା ପାଇଁ ସେ ସ୍ୱାମୀ ଓ ପରିବାର ଲୋକଙ୍କ ପାଖରେ ଜିଦ୍ କରିଥିଲେ । ଜିଦ୍ କରିବାରୁ ପରିବାର ଲୋକ ମଧ୍ୟ ରାଜି ହୋଇଯାଇଥିଲେ । ଶିଶୁର ଜନ୍ମ ସାର୍ଟିଫିକେଟ ତିଆରି କରାଯାଇ ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଦିଆସରିଛି । ମେହନାଜ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ ପାଇଁ ବହୁତ ପ୍ରଭାବିତ । ମୋଦିଙ୍କ ବିଜୟ ସହ ସେହି ଦିନ ପୁଅ ଜନ୍ମ ହୋଇଥିବାରୁ ତାଙ୍କ ଖୁସି ଦୁଇ ଗୁଣ ହୋଇଯାଇଛି ବୋଲି ସେ କହିଛନ୍ତି ।

{"id":116160}

ଉତ୍ତର ପ୍ରଦେଶ ଗୋଣ୍ଡା ଜିଲ୍ଲାର ବାଜିରଗଞ୍ଜର ମେହରର ଗାଁରେ ରହୁଥିବା ଈଦରିସ କହିଛନ୍ତି ଯେ, ତାଙ୍କ ପୁଅ ଦୁବାଇରେ କାମ କରେ । ମେ ୨୩ ତାରିଖରେ ସମସ୍ତଙ୍କ ନଜର ନିର୍ବାଚନ ଫଳାଫଳ ଉପରେ ଥିବାବେଳେ ସେଦିନ ତାଙ୍କ ବୋହୁ ପୁତ୍ର ଜନ୍ମ ଦେଇଥିଲେ । ପରିବାରର ମୁଖ୍ୟ ହିସାବରେ ଈଦରିସ କହିଛନ୍ତି ଯେ, ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ନେଇ ସେମାନେ ବହୁତ ଖୁସି । ପୁଣି ନାତିର ନାଁ ନରେନ୍ଦ୍ର ମୋଦି ରଖି ସେମାନେ ଆହୁରି ଖୁସି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.