Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମରିଗଲା ମାନବିକତା: ବାପାର ଶବକୁ ଛୁଇଁଲାନି ପୁଅ, ନିଆଁ ଦେଲେ ମୁସଲମାନ ଯୁବକ

11/04/2021 at 10:37 AM

ବିହାର ୧୧/୪ : ସାରା ଦେଶରେ କରୋନାର ୨ୟ ଲହର ଚାଲିଛି । ଏହାରି ଭିତରେ ନିୟମିତ ସାମ୍ନାକୁ ଆସୁଛି ହୃଦୟ ବିଦାରକ କାହାଣୀ । ଏମିତି ଏକ ଅନୁଭୂତି ଆସିଛି ବିହାର ଦରଭଙ୍ଗାରୁ । ଯାହାକି ଭାଇରସର ଠାରୁ ବି ବଳିଯାଇଛି । ପରିବାରରେ ଭୂତାଣୁ ଡରରେ ହାରିଯାଇଛି ମାନବିକତା । ନିଜ ଜନ୍ମକଲା କଲା ବାପାର ଶବକୁ ଛୁଇଁବାକୁ ଅମଙ୍ଗ ହୋଇଛି ପୁଅ । ଶେଷରେ ଜଣେ ମୁସଲମାନ ଯୁବକ ଆଗକୁ ଆସି ମାନବିକତା ଦେଖାଇଛନ୍ତି । ପୁଅ ନହୋଇ ବି ପୁଅ କର୍ତ୍ତବ୍ୟ କରିଛନ୍ତି । ହିନ୍ଦୁ ରୀତି ନୀତି ଅନୁସାରେ କରିଛନ୍ତି ଶବସତ୍କାର ।

ଦରଭଙ୍ଗାରେ ଥିବା ଜଣେ ଅବସାରପ୍ରାପ୍ତ ରେଲଓ୍ୱେ ଅଧିକାରୀ କରୋନାରେ ପୀଡିତ ହୋଇ DMCH ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ହସ୍ପିଟାଲ ତରଫରୁ ମୃତ ବ୍ୟକ୍ତିଙ୍କ ପରିବାରକୁ ଅର୍ଥାତ୍ ପୁଅକୁ ଖବର ଦିଆଯାଇଥିଲା । କିନ୍ତୁ ପୁଅ ଏହା ଶୁଣିବା ପରେ ମୋବାଇଲ ବନ୍ଦ କରିଦେବା ସହ ମୃତଦେହ ନେବାକୁ ବି ଆସିନଥିଲେ । ପରେ ହସ୍ପିଟାଲ ତରଫରୁ କବୀର ସେବା ସଂସ୍ଥାକୁ ଶବ ସତ୍କାର କରିବାକୁ ଦିଆଯାଇଥିଲା । ଶେଷରେ ସଂସ୍ଥା ତରଫରୁ ସଂମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ତାଙ୍କ ଅନ୍ତ୍ୟେଷ୍ଟି ହୋଇଥିଲା । ସଂସ୍ଥାରେ ଥିବା ଜଣେ ମୁସଲମାନ ଯୁବକ ଅହମ୍ମଦ ଅମର ପୁଅର କର୍ତ୍ତବ୍ୟ କରିଥିଲେ। ଏହାପରେ ସେ ମଧ୍ୟ ନିଜେ ସଂଗରୋଧରେ ଅଛନ୍ତି । ଭିଡିଓ ପୋଷ୍ଟ କରି ଅମର ସୋସିଆଲ ମିଡିଆରେ ଜଣାଇଛନ୍ତି । ସେ କହିଛନ୍ତି ଡରିବାର କିଛି ନାହିଁ ବରଂ ଆମେ ସଚେତନ ରହି ଏ ସମୟର ମୁକାବିଲା କରିବା । ସୂଚନା ଥାଉକି ମୃତକଙ୍କ ୪ ପୁଅ ବୋହୁ, ସ୍ତ୍ରୀ ମଧ୍ୟ ଅଛନ୍ତି । ତେବେ ଜଣେ ପୁଅକୁ ଛାଡିଦେଲେ ଅନ୍ୟ ସମସ୍ତେ କରୋନାରେ ସଂକ୍ରମିତ ହୋଇଥିଲେ ।    

   Related Posts