Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ-ଗାୟିକା ନାୟା ରିଭେରାଙ୍କ ହ୍ରଦ ନିକଟରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର : ୬ଦିନ ହେବ ଥିଲେ ନିଖୋଜ

14/07/2020 at 10:09 AM

ନୂଆଦିଲ୍ଲୀ ୧୪/୭: ମ୍ୟୁଜିକାଲ୍ କମେଡ଼ି ଶୋ Glee ଫେମ୍ ଆମେରିକାନ ଆକ୍ଟେସ୍-ସିଙ୍ଗର ନାୟା ରିଭେରାଙ୍କ ପରଲୋକ ହୋଇଯାଇଛି। ସୂଚନା ଅନୁଯାୟୀ ହିଟ୍ ଟିଭି ମ୍ୟୁଜିକାଲ୍ କମେଡ଼ି ଗ୍ଲି ଫେମ୍ ନାୟା ରିଭେରାଙ୍କ ମୃତଦେହ ୬ଦିନ ପରେ ସାଉଥ କାଲିଫର୍ଣ୍ଣିଆର ଲେକ୍ ପିରୁ ନିକଟରେ ମିଳିଛି। ସେ ୩୩ବର୍ଷର ଥିଲେ।

ନାୟା ଗତ ୬ଦିନ ହେବ ନିଖୋଜ ଥିଲେ। ଯେଉଁ ଲେକ୍ କଡ଼ରୁ ତାଙ୍କ ମୃତଦେହ ଜବତ ହୋଇଛି ସେଠାରେ ଜୁଲାଇ ୮ତାରିଖରେ ତାଙ୍କ ୪ବର୍ଷର ପୁଅ ଜୋଶେ ଏକୁଟିଆ ଏକ ଡଙ୍ଗାରେ ମିଳିଥିଲା। ଶୋ Glee ର ତାଙ୍କ କୋ-ଷ୍ଟାର୍ ଜେନ୍ ଲିଞ୍ଚ ଟ୍ବିଟ୍ କରିଛନ୍ତି-‘ଆରାମ କର ନାୟା,କେତେ ମଜବୁତ ଥିଲ ତୁମେ’। ଏଫଏକ୍ସ ଟେଲିଭିଜନ୍ ଶୋ ପୋଜ ର କୋ-କ୍ରିଏଟର ଏବଂ ପ୍ରଡ୍ୟୁସର ଷ୍ଟିଭନ କନାଲ୍ସ ମଧ୍ୟ ଟ୍ବିଟ୍ କରିଛନ୍ତି- ‘ସବୁ ଅକୁହା କାହାଣୀ ପାଇଁ ତାଙ୍କ ହୃଦୟ ଭାଙ୍ଗି ଯାଇଛି।’ କ୍ରିଷ୍ଟିନ୍ ଶେନୋବେଥ ଲେଖିଛନ୍ତି-‘ ତୁମେ ଏହି ଦୁନିଆକୁ ଯାହା ଦେଲ ସେଥିପାଇଁ ଧନ୍ୟବାଦ’।

ରିଭେରା କମ୍ ବୟସରୁ ହିଁ ଅଭିନୟ ଆରମ୍ଭ କରି ଦେଇଥିଲେ। ସେ ୪ବର୍ଷ ବୟସରୁ ସିବିଏସ୍ ଚ୍ୟାନେଲରେ ବ୍ରଡକାଷ୍ଟ୍ ରୟାଲ୍ ଫ୍ୟାମିଲି ଶୋରୁ ଆରମ୍ଭ କରିଥିଲେ,କିନ୍ତୁ ୨୦୦୫ମସିହାରେ ଫକ୍ସ ଚ୍ୟାନେଲରେ ଆସୁଥିବା ଶୋ Gleeରେ ଏକ ଲେସବିଆନ୍ ଟିନ ସେଣ୍ଟେନା ଲୋପେଜ ଭୂମିକାରେ ତାଙ୍କୁ ପରିଚୟ ମିଳିଥିଲା। ଏହି ଶୋ ୨୦୦୯ରୁ ୨୦୧୫ମସିହା ଯାଏଁ ଚାଲିଥିଲା।

ନାୟା ୨୦୧୪ମସିହାରେ ହରର ମୁଭି ଡେଭିଲ୍ସ ଡୋରରେ କାମ କରିଥିଲେ। ପରେ ଏହି ଫିଲ୍ମର କୋ-ଷ୍ଟାର ରୟାନ ଡୋର୍ସି ତାଙ୍କୁ ବିବାହ କରିଥିଲେ। କିଛି ବର୍ଷ ପରେ ୨୦୧୮ମସିହାରେ ନାୟା ଏବଂ ରୟାନଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା। ଉଭୟଙ୍କ ୪ବର୍ଷର ଏକ ପୁଅ ରହିଛି ଯାହାର ନାଁ ଜୋଶେ।

   Related Posts