ମୋଦିଙ୍କ ଉପରେ ତିଆରି ହେଲା ମ୍ୟୁଜିକ ଭିଡିଓ : ଇଣ୍ଟରନେଟରେ ଧୁମ ମଚେଇଲା ଗୀତ Modi Once More

Published By : Prameya-News7 Bureau | February 02, 2019 IST

ଦିଲ୍ଲୀ ୨/୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏବଂ ତାଙ୍କ ଦଳ ବିଜେପି ଆସନ୍ତା ନିର୍ବାଚନ ପାଇଁ ଅଂଟା ଭିଡି ସାରିଛନ୍ତି | ନିର୍ବାଚନର ପ୍ରାୟ ୩ମାସ ପୂର୍ବରୁ ମୋଦିଙ୍କ ପ୍ରଶଂସକ ପୁଣିଥରେ ମୋଦି ସରକାର ଗଠନ ନେଇ ସୋସିଆଲ ମିଡ଼ିଆରେ ପ୍ରମୋସନ ପାଇଁ ଉଦ୍ୟମ ଜାରି ରଖିଛନ୍ତି | ୟୁଟ୍ୟୁବରେ ନରେନ୍ଦ୍ର ମୋଦି ଫ୍ୟାନ ନାଁରେ ତିଆରି ୟୁଟ୍ୟୁବ ଆକାଉଣ୍ଟରେ Modi Once More ରାପ ଗୀତ ରିଲିଜ ହୋଇଛି | ଏହା ଏକ ବ୍ଲାକ ଆଣ୍ଡ ହ୍ୱାଇଟ ଭିଡିଓ ଗୀତ | ଏହି ଗୀତକୁ ଦୁଇ ଦିନ ପୂର୍ବରୁ ଇଣ୍ଟରନେଟରେ ଅପଲୋଡ଼ କରାଯାଇଛି | ଭିଡିଓ ଇଣ୍ଟେର୍ନେଟରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି | ଗୀତରେ ଆରମ୍ଭରେ " ହର କଦମ ଅବ ସାଥ ବଢାନା ହୈ, ସାଥ ନମୋ କେ ହମ ସବକୋ ଆନା ହୈ…" | ଏହାପରେ ମୋଦି ସରକାରଙ୍କ ୫ ବର୍ଷର ଉପଲବ୍ଧି ଦର୍ଶା ଯାଇଛି |

{"id":80994}


ପ୍ରଧାନମନ୍ତ୍ରୀ ମୋଦିଙ୍କ ସପୋର୍ଟରେ ବାହାରିଥିବା ଏହି ଗୀତ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକେ ଏହାକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି | ବିଜେପିର ଅନେକ ନେତା ୟୁଟ୍ୟୁବରୁ ଏହି ଭିଡିଓକୁ ସେୟାର ମଧ୍ୟ କରିଛନ୍ତି | ମୋଦି ଯୁବ ପିଢ଼ିଙ୍କ ସଂସ୍ପର୍ଶରେ ଅଧିକ ଆସିଥାନ୍ତି ଏବଂ ସେ ଯୁବ ପିଢ଼ିଙ୍କ ସହିତ ଚାଲିବା ପାଇଁ ପସନ୍ଦ କରିଥାନ୍ତି |

{"id":80995,"width":578,"height":304}


ସୂଚନାଯୋଗ୍ୟ ଯେ, ଆଜି ପଶ୍ଚିମବଙ୍ଗର ଠାକୁରଗଡ଼କୁ ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦି | ସେଠାରେ ସେ ମାତ୍ର ୧୪ ମିନିଟ ହିଁ ଭାଷଣ ଦେଇଥିଲେ | ଦୁର୍ଗାପୁର ରେଲିରେ ଅପ୍ରତ୍ୟାଶିତ ଭିଡ ଯୋଗୁଁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା | ଭିଡ ଏତେ ଅଧିକ ଥିଲା ଯେ, ଭିଡକୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ କଷ୍ଟକର ହୋଇପଡିଥିଲା | ଯେଉଁଥିପାଇଁ ମୋଦିଙ୍କୁ ନିଜ ଭାଷଣ ଶୀଘ୍ର ଶେଷ କରିବାକୁ ପଡିଥିଲା | ମୋଦି ପଶ୍ଚିମବଙ୍ଗ ଠାକୁରଗଡ଼ ଠାରୁ ଆସନ୍ତା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି |

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.