Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆରପାରିରେ ଗୀତିକାର ରସରାଜ

6/06/2018 at 7:58 AM

ଓଡିଆ ଚଳଚିତ୍ର ସଂଗୀତ ଜଗତର ପ୍ରଥିତଯଶା ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂଙ୍କ 85ବର୍ଷ ବୟସରେ ଭୁବନେଶ୍ୱର ମଞ୍ଚେଶ୍ୱର ବାସଭବନରେ ପରଲୋକ ହୋଇଛି । ୧୯୩୩ ମସିହା ମେ ମାସ ୨୮ ତାରିଖରେ କଟକ ଜ଼ିଲ୍ଲା ଅସୁରେଶ୍ୱର ପ୍ରଗଣାର କୋଇଲୋ ଗାଁରେ ତାଙ୍କ ଜନ୍ମହୋଇଥିଲା ।୧୯୬୨ ମସିହାରୁ ଅଦ୍ୟାବଧି ପ୍ରାୟ ୨୦୦ସିନେମା ପାଇଁ ଗୀତ ରଚନା କରିଥିବା ରସରାଜଙ୍କ ଅବର୍ତ୍ତମାନରେ ଓଡ଼ିଆ ସିନେମା ଓ ସାହିତ୍ୟ କ୍ଷେତ୍ରରେଏକ ଅପୂରଣୀୟ କ୍ଷତି ଘଟିଛି। ରସାରାଜଙ୍କ ଶେଷଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଭୁବନେଶ୍ୱର ମଂଚେଶ୍ୱରସ୍ଥିତ ବାସଭବନରେ ପହଞ୍ଚିଛନ୍ତି ।

୧୯୬୨ ମସିହାରେ ନୂଆବୋହୁ ଚଳଚିତ୍ର ପାଇଁ ପ୍ରଥମକରି ସ୍ୱର୍ଗତ ସିଂ ଗୀତ ରଚନା କରିବା ଆରମ୍ଭକରିଥିଲେ। ସଂଗୀତ ସୁଧାକର ବାଳକୃଷ୍ଣଦାସ ଏହି ଗୀତଗୁଡିକର ସ୍ୱର ସଂଯୋଜନା କରିଥିଲେ। ଏହାପରେ ବାଳକୃଷ୍ଣଦାସ ଓ ନାରାୟଣପ୍ରସାଦ ସିଂ ଯୋଡି ଓଡ଼ିଆ ସିନେମା ଜଗତକୁ ଦେଇଥିଲେ ବହୁ ହିଟଗୀତ। ୧୯୬୪ରେ ମାଣିକଯୋଡି, ୧୯୬୫ରେ ନବଜନ୍ମା ,୧୯୬୮ରେ କିଏକାହାର ଫିଲ୍ମର ସଂଗୀତ ନାରାୟଣପ୍ରସାଦ ସିଂଙ୍କୁ ଦେଇଥିଲା ବହୁ ଆଦୃତି। ୧୯୬୪ରେ ବାବୁ ଲାଲ ଯୋଶୀଙ୍କ ଅମଡ଼ାବାଟ ଫିଲ୍ମରେ ତାଙ୍କ ଗୀତ ବେଶ ମନଛୁଆଁ ଥିଲା । ୧୯୬୫ରେ ଅଭିନେତ୍ରୀ,୧୯୬୯ରେ ଅଦିନମେଘ ,୧୯୮୦ରେ ମଥୁରାବିଜୟ ତାଙ୍କ ଗୀତିକାର ଜୀବନର ମାଇଲ ଖୁଣ୍ଟ କହିଲେ ଭୁଲ ହେବନାହିଁ । ଏହା ବ୍ୟତୀତ ଜୀବନସାଥୀ ,ଭାଇଭାଉଜ,ଧରିତ୍ରୀ,ଘରସଂସାର,ମନଆକାଶ ,ଶଂଖମହୁରୀ ,ସ୍ତ୍ରୀ,ଚିହ୍ନାଅଚିହ୍ନା ,ସାଗର,କାବେରୀ ଆଦି ବହୁଚଳଚିତ୍ରର ସେଥିଲେସଫଳ ଗୀତିକାର ।

ତାଙ୍କ ଗୀତସଂକଳନ-ଗୀତଚଇତାଳି ,ରସରାଜ ଗୀତିବିଚିତ୍ରା, ପ୍ରିତି ପ୍ରଜାପତି, ସଜଳସ୍ମୃତି, ଦୁଇଟି ଆଖିର କବିତା,ଚିତ୍ରଗୀତି,ବନ୍ଧୁଭରା ବସୁନ୍ଧରା,ଗୀତାରେ ଗୀତାରେ ଗପ,ଠିଆ ପୁଚି ନାରଙ୍ଗ , ରସାରାଜ ଗୀତିମାନସ ଆଦି ପୁସ୍ତକ ତାଙ୍କରଗୋଟିଏଗୋଟିଏଅମୁଲ୍ୟକୀର୍ତ୍ତି । ରସରାଜ ଗୀତି ବିଚିତ୍ରାପାଇଁ ସେ ଓଡିଶାସାହିତ୍ୟଏକାଡେମୀପୁରସ୍କାର ,ଚଳଚିତ୍ର ଗୀତ ପାଇଁ ସଂଗୀତ ନାଟକଏକାଡେମୀ ପୁରସ୍କାର ,ସାରଳା ପୁରସ୍କାର,ବୈଷ୍ଣବ ପାଣି ଜୟନ୍ତୀସମ୍ମାନ ଆଦି ବହୁ ପୁରସ୍କାରରେସମ୍ମାନିତ ହୋଇଛନ୍ତି ।

Leave a Reply

   Related Posts