Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଆଇସିୟୁରେ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ, ଚିକିତ୍ସାରେ ଅର୍ଥ ବାଧକ: ସହାୟତା ପାଇଁ ପରିବାର ପକ୍ଷରୁ ନିବେଦନ

13/03/2019 at 4:34 PM

କଟକ୧୩|୩(ପୁଣ୍ୟବିନୟ ଦାସ): କଟକର ଘରୋଇ ହସ୍ପିଟାଲ୍‌ର ଆଇସିୟୁରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ । ଗାଧୁଆ ଘରେ ଉଚ୍ଚରକ୍ତ ଚାପ ଯୋଗୁଁ ତଳେ ପଡିଯାଇ ବ୍ରେନ୍‌ ଷ୍ଟ୍ରୋକ୍‌ର ଶୀକାର ହୋଇଥିବା ବାସୁଦେବ ବାବୁ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।୬୮ ବର୍ଷିୟ ଏହି ସଙ୍ଗୀତ ନିର୍ଦ୍ଦେଶକ ତଥା ସ୍ବର ସାଧକଙ୍କ କୃତି ଦେଖିଲେ ଗଣି ହେବ ନାହିଁ । ଓଡିଆ ଫିଲ୍ମ ହେଉ ଅବା ମେଗା ଧାରାବାହିକ କିମ୍ବା ଆଧୁନିକ ସୁଗମ ସଙ୍ଗୀତ ସବୁ କ୍ଷେତ୍ରରେ ବାସୁଦେବ ରଥଙ୍କର ରହିଛି ଅଲିଭା ସ୍ବାକ୍ଷର ।କେବଳ ପରିବାର କାହିଁକି ସମ୍ପୂର୍ଣ୍ଣ ଓଲିଉଡ୍ ଜଗତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛି

 କଟକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ପ୍ରଖ୍ୟାତ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ତଥା ସ୍ବର ସଂଯୋଜକ ବାସୁଦେବ ରଥ । ସାହେବଜାଦା ବଜାରସ୍ଥିତ ବାସଭବନର ଗାଧୁଆ ଘରେ ଗୋଡ ଖସି ଯିବାରୁ ବ୍ରେନ୍‌ ଷ୍ଟ୍ରୋକ୍‌ରେ ଆଘାତ ହୋଇ ସେ ଏବେ ଚିକିତ୍ସାଧୀନ ଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତେବେ ଆର୍ଥିକ ଅସ୍ବଚ୍ଛଳତା ଯୋଗୁଁ ତାଙ୍କର ସଠିକ୍ ଢଙ୍ଗରେ ଚିକିତ୍ସା କରାଯାଇ ପାରୁନାହିଁ ବୋଲି ପରିବାର ଲୋକେ କହିଛନ୍ତି । କଳାକାର ସଂଘ କିମ୍ବା ସରକାର ଏଭଳି ଜଣେ କଳାକାରଙ୍କ ଚିକିତ୍ସା ପାଇଁ ଆଗେଇ ଆସିବା ପାଇଁ ଗଣମାଧ୍ୟମ ଜରିଆରେ ତାଙ୍କ ପରିବାର ଲୋକେ ନିବେଦନ କରିଛନ୍ତି…..

 ଓଡିଆ, ବଙ୍ଗଳା, ହିନ୍ଦୀ ଭାଷାରେ ଭଜନ ଓ ଆଧୁନିକ ସଙ୍ଗୀତକୁ ନେଇ ଶହେରୁ ଊର୍ଦ୍ଧ୍ବ ମ୍ୟୁଜିକ୍‌ ଆଲବମରେ ବାସୁଦେବ ରଥଙ୍କର ସ୍ବର ସାଧମାର ଅପୂର୍ବ ସମନ୍ବୟ ଘଟିଛି ।କାବେରୀ, ପ୍ରାୟଶ୍ଚିତ୍ତ, ଅଭିମାନ, ଆରତୀ ଭଳି ହିଟ୍ ଓଡିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ବାସୁଦେବ ରଥ ବେଶ ନାଁ କମେଇଛନ୍ତି । ଚାନ୍ଦ ନା ତୁମେ ତାରା, କହନା ଏ ଫୁଲ କହନା, ମା ତୁମେ ମମତାର ସାହା ଭରସା ଭଳି ସୁପର ଡୁପର ଓଡିଆ ହିଟ୍‌ ମ୍ୟୁଜିକ୍‌ ଦେବାରେ ବାସୁଦେବ ରଥଙ୍କ ବେଶ ପ୍ରସିଦ୍ଧି ରହିଛି ।ବାଳକୃଷ୍ଣ ଦାସଙ୍କଠାରୁ ଆରମ୍ଭ କରି ଅକ୍ଷୟ ମହାନ୍ତିଙ୍କୁ ମିଶାଇ ମାନ୍ନା ଦେ, ଆଶା ଭୋସଁଲେ, ଅନୁପ ଜଲୋଟା, ଏସ୍‌ ଜାନକୀଙ୍କ ଭଳି ବାହାର ଗାୟକ ଗାୟିକାମାନଙ୍କୁ ସେ ମଧ୍ୟ ନିର୍ଦ୍ଦେଶନା ଦେବାର ଗୌରବ ଅର୍ଜନ କରିଛନ୍ତି ।

୧୯୫୧ରେ କଟକରେ ଜନ୍ମଗ୍ରହଣ କରିଥିବା ବାସୁଦେବ ବହୁ ସମ୍ମାନ ଓ ପଦକର ଅଧିକାରୀ । ରୁଚି ପ୍ରତିଭା ସମ୍ମାନ, କୁମାର ଉତ୍ସବ ସମ୍ମାନ, ଭାରତ ପ୍ରତିଭା ସମ୍ମାନ ପରି ବହୁ ସଂସ୍ଥା ବା ଅନୁଷ୍ଠାନ ତାଙ୍କର କୃତିକୁ ଦେଖି ଅନେକ ମଞ୍ଚରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସମ୍ମାନିତ କରିଛନ୍ତି ।

   Related Posts