ଆଜି ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ଶେଷକୃତ୍ୟ
8/04/2019 at 9:25 AM

କଟକ ୮/୪ : ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ୬୮ ବୟସରେ ପରଲୋକ ହୋଇଯାଇଛି | କଟକ ଏ.ସି.ବି ମେଡିକାଲରେ ଚିକତ୍ସାଧୀନ ଅବସ୍ତାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି | ସେ ଦିର୍ଘ ଦିନ ହେବ ବ୍ରେନ ଷ୍ଟ୍ରୋକ ଜନିତ କାରଣରୁ ଚିକିତ୍ସିତ ହେଉଥିଲେ | ପ୍ରଥମେ ଏକ ଘରୋଇ ହସ୍ପିଟାଲ ଓ ପରେ ଏ.ସି.ବି ମେଡିକାଲରେ ଚିକିତ୍ସାଧୀନ ଥିଲେ | ବାସୁଦେବ ରଥଙ୍କ ମୃତ୍ୟୁରେ ସଂଗୀତ ଜଗତରେ ଏକ ଅପୁରଣୀୟ କ୍ଷତି ଘଟିଛି | ବହୁ ବରିଷ୍ଠ ବ୍ୟକ୍ତମାନେ ବାସୁଦେବ ରଥଙ୍କ ଶେଷ ଦର୍ଶନ କରିଛନ୍ତି|

ସ୍ବର୍ଗତ ରଥ ସଂଗୀତ ଜଗତରେ କାବେରୀ, ପ୍ରାୟଶ୍ଚିତ, ଅଭିମାନ,ଆରତୀ,ଚାନ୍ଦ ନା ତୁମେ ତାରା ଭଳି ଚଳଚିତ୍ର ରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି | ତା’ ଛାଡା ଓଡିଆ ସଂଗୀତ ଜଗତର ଘରେ ଘରେ ପରିଚିତ ଓଡିଆ ଗୀତ ‘ଝୁମକା ଟି କେ ତୁ ତ ହଲେଇ ଦେ’ ଓ ‘ମା ତୁମେ ଜଗତର ସାହା ଭରଷା’ର ଗୀତରେ ମଧ୍ୟ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ବର୍ଗତ ବାସୁଦେବ ରଥ | ସ୍ବର୍ଗତ ରଥଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନ ସାହେବଜାଦା ବଜାରରେ ବହୁ ବରିଷ୍ଠ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି | ଖାନନଗର ସ୍ଥିତ ଶ୍ମସାନନରେ ସ୍ବର୍ଗତ ବାସୁଦେବ ରଥଙ୍କ ଶେଷକୃତ୍ୟ ସଂପର୍ଣ୍ନ କରାଯିବ ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି |

