Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସଙ୍ଗୀତ ଜଗତ ପାଇଁ ଦୁଃଖଦ ଖବର, ସଙ୍ଗୀତ ସଂଯୋଜକ ତାରାକାନ୍ତ ପଣ୍ଡାଙ୍କ ପରଲୋକ

7/10/2020 at 10:51 AM

ଭୁବନେଶ୍ୱର ୦୭।୧୦: ଓଡିଶା କଳାକାରଜଗତ ପାଇଁ ପୁଣି ଏକ ଦୁଃଖଦ ଖବର । ଆଉ ନାହାନ୍ତି ସଙ୍ଗୀତ ଜଗତ ତାରା ଭାଇ ନାଁରେ ପରିଚିତ ଥିବା ସଙ୍ଗୀତ ସଂଯୋଜକ ତାରାକାନ୍ତ ପଣ୍ଡା । ମାତ୍ର ୫୬ ବର୍ଷ ବୟସରେ ତାରାକାନ୍ତ ପଣ୍ଡାଙ୍କର ପରଲୋକ ହୋଇଯାଇଛି । ତାରାକାନ୍ତ ପଣ୍ଡା ଏକାଧାରରେ ବାଦ୍ୟକାର, ସଙ୍ଗୀତ ସଂଯୋଜକ ଥିଲା, ତେଣୁ ତାଙ୍କ ବିୟୋଗ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ସୋମବାର ଦିନ ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଯାଇଛି ।

ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର କହିଛନ୍ତି, ସେ କିଛିଦିନ ହେବ ଅସୁସ୍ଥ ଥିଲେ । ଚିକିତ୍ସିତ ହେବା ସହ ଶେଷ ପର୍ଯ୍ୟନ୍ତ ଷ୍ଟୁଡିଓରେ ସଙ୍ଗୀତ ରେକର୍ଡିଂ କରିଆସୁଥିଲେ । ତାଙ୍କ ସୁଗାର ପରିମାଣ ବଢ଼ିବା ସହ ଫୁସ୍‌ଫୁସ୍‌ ସଂକ୍ରମଣ ହୋଇଥିଲା । ସେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ଏବେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇନାହାନ୍ତି ଯେ, ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ବିଶେଷ କରି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପ୍ରତି ବହୁତ ବଡ଼ କ୍ଷତି । ସବୁଠୁ ବଡ଼ କଥା ହେଲା, ସେ ଜଣେ ଭଲ ମଣିଷ ଏବଂ ମୋର ଭଲ ବନ୍ଧୁ ଥିଲେ । ୧୯୮୦ରୁ ମୁଁ ତାଙ୍କ ସହିତ କାମ କରି ଆସୁଥିଲି । ସେ ପ୍ରଥମେ କଟକ ଜେଇ ଷ୍ଟୁଡିଓ ଓ ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଭଏସ୍‌ ମାଷ୍ଟର୍‌ରେ ଆସି କାମ କରିଥିଲେ । ଏବେ ବି ସେଠାରେ କାମ କରିବା ସହ ପୂରା ପରିବାର ସହ ଭୁବନେଶ୍ୱରରେ ରହିଆସୁଥିଲେ । ତାଙ୍କ ପରଲୋକରେ ଓଡ଼ିଶା ଜଣେ ମହାନ୍‌ ସଙ୍ଗୀତ କମ୍ପୋଜର୍‌, ଆରେଞ୍ଜର ତଥା ପ୍ରତିଭାସମ୍ପନ୍ନ ସାଉଣ୍ଡ୍‌ ଇଞ୍ଜିନିୟରଙ୍କୁ ହରାଇଦେଇଛି। ତାଙ୍କ ସ୍ଥାନ ସର୍ବଦା ଅପୂରଣୀୟ ।

ସଙ୍ଗୀତ ରେକର୍ଡିଂ ଦୁନିଆରେ ତାରା ପ୍ରକୃତରେ ତାରା ଥିଲେ । ମୁକ୍ତେଶ୍ୱର ହେଉ କି ରାଜାରାଣୀ କିମ୍ବା କୋଣାର୍କ ଫେଷ୍ଟିଭାଲ୍‌ ସବୁଠି ତାଙ୍କ ସଙ୍ଗୀତର ଉପସ୍ଥିତି ବାରି ହୋଇପଡ଼େ । କି ବୋର୍ଡ ଉପରେ ଅଙ୍ଗୁଳି ଚାଳନାରେ ସିଦ୍ଧହସ୍ତ ତାରା ସହଜରେ ଜଣେ ସଙ୍ଗୀତକାରଙ୍କ ସ୍ୱରକୁ ଏକ ଅଜବ ଢ଼ଙ୍ଗରେ ସଂଯୋଜିତ କରିନିଅନ୍ତି । ତାଙ୍କ ଦେହାନ୍ତ ଆମ ପରିବାରକୁ ବହୁତ ବଡ଼ ଦୁଃଖ ଦେଇଗଲା । ତାଙ୍କ କାର୍ଯ୍ୟ ଭୁଲି ହେବନି ବୋଲି କହିଛନ୍ତି ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ।

ସେ ଜଣେ ଅନନ୍ୟ ଶିଳ୍ପୀ ଥିଲେ । କୋଟିଏରେ ଗୋଟିଏ ଥିଲେ । ସେଥିପାଇଁ ସମସ୍ତଙ୍କ ପ୍ରିୟ ଥିଲେ ବୋଲି ଅନ୍ୟ ଶିଳ୍ପୀମାନେ କହିଛନ୍ତି । ନୃତ୍ୟାଙ୍ଗନା ମୀରା ଦାସ, ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ, କଣ୍ଠଶିଳ୍ପୀ ସଙ୍ଗୀତା ପଣ୍ଡା, ନିମାକାନ୍ତ ରାଉତରାୟ, ନାଜିଆ ଆଲମ୍‌, ଅନ୍ତରା ଚକ୍ରବର୍ତ୍ତୀ, ମାତୃପ୍ରସାଦ ଦାସ, ବାଦ୍ୟଶିଳ୍ପୀ ଅଗ୍ନିମିତ୍ର, ଗୀତିକାର ଡ. ରଜନୀରଞ୍ଜନ ଦାଶ, ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସମେତ ଅନେକ ଶିଳ୍ପୀ, ସଂସ୍କୃତିପ୍ରେମୀ ଏବଂ ତାରାଙ୍କ ପ୍ରଶଂସକ ପ୍ରିୟ ତାରା ଭାଇଙ୍କୁ ହରାଇ ଝୁରି ହେଉଛନ୍ତି । ସମସ୍ତେ ତାଙ୍କ ନାମ ଓ କାମକୁ ମନେପକାଉଛନ୍ତି ।

   Related Posts