କରୋନା ଚିକିତ୍ସାରେ ରାମବାଣ ଛତୁ ! ଆଉ ଗୋଟିଏ ପାଦ ଦୂରରେ ବୈଜ୍ଞାନିକ

Published By : Prameya-News7 Bureau | November 14, 2021 IST

ୱାସିଂଟନ ୧୪/୧୧ : କରୋନା ମହାମାରୀ ବିରୋଧରେ ଲଢ଼େଇ ଏବେ ବି ଜାରି ରହିଛି। ବିଭିନ୍ନ ପ୍ରକାର ଟିକା ଆସିଥିଲେ ମଧ୍ୟ ମହାମାରୀକୁ ହରାଇବା ପାଇଁ ବୈଜ୍ଞାନିକମାନେ ଆହୁରି ଗବେଷଣା କରୁଛନ୍ତି। ସେହିଭଳି ଆମେରିକାର ଗବେଷକମାନେ ଏକ ନୂଆ ତଥ୍ୟ ଖୋଜି ପାଇଛନ୍ତି। ଏଣକି ଆମେ ଖାଉଥିବାରୁ ଛତୁରୁ କରୋନା ଚିକିତ୍ସା ହୋଇପାରିବ ବୋଲି ଜଣାପଡ଼ିଛି। ଏହାକୁ ନେଇ ଗବେଷଣା ଏକପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଛତୁରେ ତିଆରି ଔଷଧ ମଧ୍ୟ ବଜାରକୁ ଖୁବଶୀଘ୍ର ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। କରୋନାର ଚିକିତ୍ସା ପାଇଁ ଆମେରିକାର ବୈଜ୍ଞାନିକମାନେ ଏକ ନୂଆ ଦିଗ ଉପରେ କାର୍ଯ୍ୟ କରୁଛନ୍ତି।

ଆମେରିକାର ଏକ ବୈଜ୍ଞାନିକ ଦଳ ଛତୁ ଓ ଚାଇନିଜ୍ ଜଡ଼ିବୁଟିକୁ ନେଇ କରୋନାର ଉପଚାର ପାଇଁ କାମ କରୁଛନ୍ତି । କାଲିଫର୍ଣ୍ଣିଆ-ସେନ୍ ଡିଆଗୋ ବିଶ୍ୱବିଦ୍ୟାଳୟର ଇଣ୍ଟେରୋଗେଟିଭ ସ୍ୱାସ୍ଥ୍ୟ ଗବେଷଣା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଗାର୍ଡନ ସାକ୍ସେ କହିଛନ୍ତି, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଓ ଆଣ୍ଟି ଭାଇରାଲ ଗୁଣ ଥିବାରୁ ଆମେ ଛତୁକୁ ଗବେଷଣାରେ ସାମିଲ କରିଛୁ । ସେନ ଡିଆଗୋ ସ୍କୁଲ ଅଫ ମେଡ଼ିସିନ ଏବଂ ୟୁସିଲସ ଏଞ୍ଜଲିସ, ଲା ଜୋଲ୍ଲା ଇନିଷ୍ଟିଚ୍ୟୁଟ ଫର ଇମ୍ୟୁନୋଲୋଜିର ଗବେଷକ ଦଳ ମିଳିତ ଭାବେ MACH-19(ମସରୁମ ଆଣ୍ଡ ଚାଇନିଜ ହର୍ବ ଫର କୋଭିଡ-୧୯) ନାମକ ଏକ ମଲ୍ଟି ସେଣ୍ଟର ଷ୍ଟଡି କରୁଛନ୍ତି ।

୨୦୧୯ରେ ହୋଇଥିବା ପ୍ରି-କ୍ଲିନିକାଲ ଗବେଷଣାରେ ପ୍ରମାଣିତ ହୋଇଛି ଯେ ଛତୁରେ ଭୂତାଣୁ ସଂକ୍ରମଣକୁ ରୋକିବାର କ୍ଷମତା ରହିଛି । ଛତୁରେ ଇନ୍‌ଫ୍ଲୁଏଞ୍ଜା(H1N1) ଇନଫ୍ଲୁଏ଼ଞ୍ଜା A (H5N1) ଓ ହାର୍ପିସ ଭଳି ଭୂତାଣୁ ବିରୋଧ ଲଢ଼େଇ ପାଇଁ କ୍ଷମତା ରହିଛି। ଗାର୍ଡନ ସାକ୍ସେ କହିଛନ୍ତି ଯେ ଏହି ଔଷଧୀୟ ଗୁଣକୁ ଆମେ ସାର୍ସ କୋଭିଡ-୧୯(SARS-CoV-2) ବିରୋଧରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ ଚାହୁଁଛୁ । ଛତୁ ଯେପରି ବ୍ୟାକ୍ଟେରିଆ, ଭୁତାଣୁ, କବକ ଦ୍ୱାରା ଆକ୍ରାନ୍ତ ହୁଏ ମଣିଷ ମଧ୍ୟ ଠିକ ସେହିପରି ଆକ୍ରାନ୍ତ ହୁଅନ୍ତି ବୋଲି ସାକ୍ସେ କହିଛନ୍ତି ।

{"id":543708,"width":680,"height":452,"sizeSlug":"full","linkDestination":"none"}

MACH-19(ମସରୁମ ଆଣ୍ଡ ଚାଇନିଜ ହର୍ବ ଫର କୋଭିଡ-୧୯)କୁ ନେଇ ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଛତୁର ଔଷଧୀୟ ଗୁଣର ପରୀକ୍ଷା କରାଯାଉଛି। କରୋନା ଟିକାକରଣ ଆରମ୍ଭରୁ ଏହାକୁ ବଟିକା ରୂପରେ ବ୍ୟବହାର କରାଯାଇଛି । ଏହି ବଟିକା ଦ୍ବାରା ଆଣ୍ଟିବଡି ବଢ଼ୁଛି କି ନାହିଁ ଏବଂ ରୋଗ ପ୍ରତିରୋଧକ ପ୍ରଣାଳୀ କିପରି କାର୍ଯ୍ୟ କରୁଛି ତାହା ତର୍ଜମା କରାଯାଉଛି। ଏହି ଗବେଷଣାର ଚତୁର୍ଥ ପର୍ଯ୍ୟାୟ ପରୀକ୍ଷଣ ବାକି ରହିଛି । ଗାର୍ଡନ ସାକ୍ସେ ଆହୁରି କହିଛନ୍ତି ଯେ ଛତୁ କେବଳ ଆଣ୍ଟିବଡିକୁ ବଢ଼ାଏ ନାହିଁ ବରଂ ଟି-ସେଲ ଇମ୍ୟୁନିଟିକୁ ମଧ୍ୟ ବଢ଼ାଇଥାଏ ଯାହା ଭୂତାଣୁ ସଂକ୍ରମିତ କୋଷିକା ବିରୋଧରେ ମଧ୍ୟ କାର୍ଯ୍ୟ କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.