Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • ମହାରାଷ୍ଟ୍ରରେ ବେକାବୁ କରୋନା ! ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ସଂକ୍ରମତି ଚିହ୍ନଟ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||
  • ଝାରସୁଗୁଡା : ଗଛରେ ଝୁଲୁଛି ଜବାନଙ୍କ ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?
  • ||
  • ସାଲେପୁର : ବୃଦ୍ଧାଙ୍କଠାରୁ ୧୪ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପେନସନ୍ ଉଠାଇ ଖାଇବା ବେଳେ ଲୁଟ୍‌ର ଶିକାର
  • ||
  • ଭୁବନେଶ୍ବର : ମେ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
  • ||
  • ସିରିଜ୍ ଦୁର୍ଘଟଣା : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ପିଟିଲା ଇନୋଭା, ୪ ଆହତ
  • ||
  • ଭୁବନେଶ୍ବର : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ଧକ୍କାଦେଲା ଇନୋଭା
  • ||
  • କୁଚିଣ୍ଡା : ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : କାରକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର, ୭ମୃତ
  • ||

କାର୍ଗିଲ ଯୋଗୁ ଦ୍ୱିତୀୟବାର ଭାରତକୁ ଆଖିଟେକି ଚାହିଁବାକୁ ସାହାସ କରିନଥିଲେ ମୁର୍ଶରଫ : ଲେଫ୍ଟନାଣ୍ଟ ସୟଦ ଅତା ହସନୈନ୍

26/07/2020 at 6:21 PM

ଶ୍ରୀନଗର ୨୬।୭:  କାର୍ଗିଲ ବିଜୟକୁ ସାରା ଦେଶରେ ରବିବାର ବିଜୟ ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ କାର୍ଗିଲର ସ୍ମୃତିଚାରଣ କରିଛନ୍ତି ସେତେବେଳେର ଲେଫ୍ଟନାଣ୍ଟ  ସୟଦ ଅତା ହସନୈନ୍‌। ସେନାରୁ ଅବସର ନେଇସାରିଥିବା ହସନୈନ୍‌ କାର୍ଗିଲ ବିଜୟ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଅନଲାଇନ୍‌ ସମ୍ବୋଧିତ କରି ତତ୍କାଳୀନ ପାକ୍ ସେନାଧ୍ୟକ୍ଷ ଜେନେରାଲ ପରଭେଜ ମୁର୍ଶରଫଙ୍କର ଏହା ଏକ ଷଡ଼ଯନ୍ତ୍ର ଥିଲା ବୋଲି କହିଛନ୍ତି।

ମିଆଁ ନୱାଜ ସରିଫ ସରକାରଙ୍କୁ ନିଜର ବାହାଦୁରି ଦେଖାଇବା ଲାଗି ସେ ଭାରତ ସୀମା ସଲଗ୍ନ କାର୍ଗିଲକୁ ମାଡି ବସିଥିବା ବେଳେ ଭାରତୀୟ ସେନା ଯେଉଁ  ଜବାବ ଦେଲା ଏଥିରେ ସେ ଦେଶରେ ମୁହଁ ବି ଦେଖାଇ ପାରିନଥିଲେ ବୋଲି ହସନୈନ୍‌ କହିଛନ୍ତି।  ପରେ ସରକାର ଓ ସେନା ସମ୍ପର୍କ ଏତେ ତିକ୍ତ ହୋଇଥିଲା ଯେ ନିର୍ବାଚିତ ସରକାର ବିରୋଧରେ ମୁର୍ଶରଫ ବିଦ୍ରୋହ ଘୋଷଣା କରି ସରକାର ହାତେଇଥିଲେ। ହେଲେ କାର୍ଗିଲରେ ଭାରତୀୟ ସେନାର ପରାକ୍ରମରେ ସେ ଏତେମାତ୍ରାରେ ଭୟଭୀତ ହୋଇପଡିଥିଲେ ଯେ ଦେଶର ସର୍ବୋଚ୍ଚ ଶାସନ ମୁଖ୍ୟ ଥାଇ ମଧ୍ୟ ଦ୍ୱିତୀୟବାର ଭାରତ ଆଡକୁ ଆଖିଟେକି ଚାହିଁବାକୁ ବି ସାହାସ କରିନଥିଲେ ବୋଲି ହସନୈନ୍ କହିଛନ୍ତି।

ଜମ୍ମୁ-କାଶ୍ମୀର ଅଧ୍ୟାୟନ କେନ୍ଦ୍ର ତତ୍ୱାବଧାନରେ ରବିବାର ୨୧ତମ କାର୍ଗିଲ ବିଜୟ ଦିବସ ଧୂମଧାମରେ ପାଳିତ ହୋଇଛି। ଅତୀତରେ ଶ୍ରୀନଗରସ୍ଥିତ ପଞ୍ଚଦଶ କୋର କମାଣ୍ଡଙ୍କ କମାଣ୍ଡର ଅବସ୍ଥାପିତ ଥିବା ଲେଫ୍ଟନାଣ୍ଟ ହସନୈନ୍‌ କାର୍ଯ୍ୟକ୍ରମକୁ ଭର୍ଚୁଆଲ ସମ୍ବୋଧିତ କରି କହିଥିଲେ ଯେ ପାକିସ୍ତାନକୁ ଯାଇଥିବା ଭାରତୀୟଙ୍କୁ ସେଠାରେ ମହାଜିର କୁହାଯାଏ। ପାକିସ୍ତାନୀ ସେନାରେ ସେମାନଙ୍କୁ ହୀନ ଓ ନିର୍ବୋଧ ବ୍ୟବହାର କରାଯାଏ। ଏଣୁ ଦିଲ୍ଲୀରୁ ପାକିସ୍ତାନ ଯାଇଥିବା ମୁର୍ଶରଫ ମଧ୍ୟ ସେନାରେ ଏହି ହୀନ ଭାବନାର ଶିକାର ହୋଇଥିଲେ। ନିଜକୁ ତିସମାରଖାଁ ସାବ୍ୟସ୍ତ କରିବାକୁ ଏକ ସୁଯୋଗ ଅପେକ୍ଷାରେ ଥିଲେ।

ଦେଶର ସେନାମୁଖ୍ୟ ମନୋନୀତ ହେବା ତାଙ୍କୁ ଏହି ସୁଯୋଗ ଦେଇଥିଲା। କାର୍ଗିଲର ୧୫ ବର୍ଷ ପୂର୍ବେ ୧୯୮୪ ମସିହାରେ ଭାରତୀୟ ସେନା ମୁର୍ଶରଫକୁ ସିଆଚେନରେ ପାନେ ଚଖେଇଥିଲେ। ଯାହାର ପ୍ରତିଶୋଧ ନେବାକୁ ସେ କାର୍ଗିଲର ରଚନା କରିଥିଲେ । ଏଣୁ କାର୍ଗିଲ ନେଇ ସରକାରଙ୍କୁ ସୂଚିତ କରିବା ବଦଳେ କାଶ୍ମୀର ଖୁବ୍ ଶୀଘ୍ର ଆମ ହାତକୁ ଆସିଯିବ ବୋଲି ପ୍ରଧାନମନ୍ତ୍ରୀ ସରିଫଙ୍କୁ କହୁଥିଲେ।

କାଶ୍ମୀରରେ ଅନୁପ୍ରବେଶ ଲାଗି ସିଆଚେନ ଏକ ସୁଗମ ମାର୍ଗ ଥିଲା। ତେବେ ସେନାର କଡ଼ା ନଜରରେ ସେଠାରେ ତାହା ସମ୍ଭବ ହେଉନଥିଲା। ଏଣୁ ଲଦ୍ଦାଖକୁ ସେନା ସପ୍ଲାଇ ମାର୍ଗ ଜଗିବାକୁ କାର୍ଗିଲ ଯୋଜନା କରିଥିଲେ ମୁର୍ଶରଫ। ଶୀତ ଋତୁରେ କାର୍ଗିଲରେ ବରଫ ବସିଯାଏ। ଏଣୁ ଉଭୟ ଭାରତ ଓ ପାକିସ୍ତାନ ସେନା ପଛକୁ ହଟି ଯାଆନ୍ତି। ହେଲେ ସେ ବର୍ଷ ପାକିସ୍ତାନ ପ୍ରଚଳିତ ନିୟମ ଭାଙ୍ଗି ଦେଇଥିଲା। କାର୍ଗିଲରୁ ଭାରତ ସେନା ଫେରାଇବା ପରେ ଭାରତର ଘାଟି ଦଖଲ କରିନେଇଥିଲା ପାକିସ୍ତାନ।

ଏଠାରେ ପାକିସ୍ତାନ ସହ ଯୁଦ୍ଧ କରିବା ଅସମ୍ଭ ଥିଲା। ଶତ୍ରୁ ଆମ ବେସ୍ କ୍ୟାମ୍ପଠାରୁ ୭ହଜାର ଫୁଟ ଉଚ୍ଚ ପାହାଡରେ ଜଗି ରହିଥିଲା। ସିଧା ଆମ ଜାତୀୟ ରାଜମାର୍ଗ ଶତ୍ରୁର ଫାଏରିଂ ରେଞ୍ଜରେ ରହୁଥିଲା। ତେବେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ମୁର୍ଶରଫଙ୍କ ସବୁ ରଣନୀତିକୁ ବିଫଳ କରିଦେଇଥିଲା। କାର୍ଗିଲରୁ ପାକ୍‌କୁ ଘଉଡାଇବାକୁ ଭାରତୀୟ ବାୟୁସେନା ଅପରେସନ ସଫେଦ ସାଗର ମିସନ ଆରମ୍ଭ କରିଥିବା ବେଳେ ତଳୁ ସେନା ବୋଫର୍ସ ଗୋଳା ମାଡ କରିଥିଲା। ସାମ୍ନା ସାମ୍ନୀ ଯୁଦ୍ଧରେ ଆମର ବୀର ଜବାନ ଶତ୍ରୁର ଛାତି ଚିରିଦେଇଥିଲେ ବୋଲି ଲେଫ୍ଟନାଣ୍ଟ ହସନୈନ କହିଥିଲେ। ଏହି ଯୁଦ୍ଧରେ ଭାରତର ଅଫିସର ଓ ସୈନିକ ମିସାଇ ମୋଟ ୫୦୧ ଜଣଙ୍କୁ ହରାଇଥିଲା। ବଦଳରେ ପାକିସ୍ତାନର ୭ହଜାର ସୈନିକଙ୍କ ମୁଣ୍ଡ ନେଇଯାଇଥିଲେ ଭାରତୀୟ ସେନା। ଯାହାର କ୍ଷତି ଏବେବି ପାକିସ୍ତାନର ଭରଣା ହୋଇନଥିବା ଲେଫ୍ଟନାଣ୍ଟ ହସନୈନ କହିଛନ୍ତି।  

   Related Posts