Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ପାକିସ୍ତାନ : ଉଚ୍ଚ ରାଜଦ୍ରୋହ ମାମଲାରେ ଫାଶୀଦଣ୍ଡାଦେଶକୁ ପରଭେଜ ମୁଶର୍ରଫଙ୍କ ଚାଲେଞ୍ଜ

27/12/2019 at 7:50 PM

ଲାହୋର : ପାକିସ୍ତାନ ପୂର୍ବ ସମରିକ ଶାସକ ଜେନେରାଲ ପରଭେଜ ମୁଶର୍ରଫ ଉଚ୍ଚ ରାଜଦ୍ରୋହ ମାମଲାରେ ସ୍ୱତନ୍ତ୍ର କୋର୍ଟଙ୍କ ଦ୍ୱାରା କରାଯାଇଥିବା ଦଣ୍ଡାଦେଶକୁ ଶୁକ୍ରବାର ଲାହୋର ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି। ଗତ ଡିସେମ୍ବର ୧୭ ତାରିଖ ଦିନ ସ୍ୱତନ୍ତ୍ର କୋର୍ଟ ମୁଶର୍ରଫଙ୍କୁ ୩ ନଭେମ୍ବର ୨୦୦୭ ମସିହା ସମ୍ବିଧାନ ନିଲମ୍ବନ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ କରିଥିଲେ।  

ଦେଶର କୌଣସି ସୈନ୍ୟ ମୁଖ୍ୟଙ୍କୁ ଉଚ୍ଚ ରାଜଦ୍ରୋହର ଏହା ପ୍ରଥମ ମାମଲା ହୋଇଥିବା ବେଳେ କୋର୍ଟ ଦ୍ୱାରା ତାଙ୍କୁ ମୃତ୍ୟୁଦଣ୍ଡାଦେଶ କରାଯାଇଛି। ତେବେ ଜେନେରାଲ ମୁଶର୍ରଫଙ୍କ ପକ୍ଷରୁ ତାଙ୍କ ଓକିଲ ଅଜହର ସିଦ୍ଦିକି ୮୬ପୃଷ୍ଠାର  ପିଟିସନରେ ସଂଘୀୟ ସରକାର ସମେତ ଅନ୍ୟମାନଙ୍କୁ ମଧ୍ୟ ପକ୍ଷ କରିଛନ୍ତି। ଏକ ସମ୍ପୂର୍ଣ୍ଣ ପୀଠ ଜାନୁୟାରୀ ୨୦୨୦ରେ ଏହି ପିଟିସନର ଶୁଣାଣି କରିବେ। ଓକିଲ ସିଦ୍ଦିକି କୋର୍ଟଙ୍କ ରାୟରେ ଅନେକ ତ୍ରୁଟି ଥିବା ଓ ତରବରିଆ ଶୁଣାଣି କରାଯାଇଥିବା ପିଟିସନରେ ଅଭିଯୋଗ କରିଛନ୍ତି।

ସିଦ୍ଦିକି ପିଟିସନରେ ସ୍ୱତନ୍ତ୍ର କୋର୍ଟଙ୍କ ରାୟର ୬୬ନମ୍ବର ପାରାଗ୍ରାଫକୁ ମଧ୍ୟ ଚାଲେଞ୍ଜ କରିଛନ୍ତି। ଏଥିରେ ସ୍ୱତନ୍ତ୍ର କୋର୍ଟ ସମସ୍ତ ନୈତିକ, ନାଗରିକ ଓ ସାମ୍ବିଧାନିକ ମର୍ଯ୍ୟଦା ଅତିକ୍ରମ କରି ଅପରାଧୀକୁ କ୍ରୁରତା ପୂର୍ବକ ଦଣ୍ଡିତ କରିବା ଲାଗି ନିର୍ଦ୍ଦେଶ ଦେଇଥିବା ଓକିଲ ଅଭିଯୋଗ କରିଛନ୍ତି। ସ୍ୱତନ୍ତ୍ର କୋର୍ଟ ତାଙ୍କ ରାୟରେ ଆଇନ ପାଳନକାରୀ ସଂସ୍ଥାଙ୍କୁ ପଳାତକ ମୁଶର୍ରଫଙ୍କ ଧରିବା ଲାଗି ନିଜ ସ୍ତରରେ ସର୍ବୋତ୍ତମ ପ୍ରୟାଶ କରିବାକୁ ଏହି ପାରାରେ ନିର୍ଦ୍ଦେଶ ଦେଇଥିଲେ। ଯଦି ମୁଶର୍ରଫ ଜୀବିତ ନ ମିଳନ୍ତି ତେବେ ତାଙ୍କ ଶବକୁ ଘୋଷାରି ଘୋଷାରି ଡି-ଚୌକରେ ୩ ଦିନ ପର୍ଯ୍ୟନ୍ତ ଫାଶୀଖୁଣ୍ଟରେ ଝୁଲାଇ ରଖିବାକୁ ମଧ୍ୟ   ରାୟର ଏହି ପାରାରେ ଉଲ୍ଲେଖ କରିଛନ୍ତି।

   Related Posts