Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପୋଲିସ ଅଧିକାରୀଙ୍କ ଟଙ୍କାରେ ନିର୍ମାଣ ହେଲା ମ୍ୟୁଜିୟମ, ଲୋକେ ଜାଣିବେ ଡକାୟତଙ୍କ କାହାଣୀ

31/01/2021 at 5:59 PM

‌ନୂଆଦିଲ୍ଲୀ ୩୧/୦୧: ଇତିହାସରେ ପ୍ରଥମ । ପ୍ରଥମ ଥର ପାଇଁ ଡକାୟତଙ୍କ ପାଇଁ ମ୍ୟୁଜିୟମ ହୋଇଛି । ଏଥିପାଇଁ ପୋଲିସ ଅଧିକାରୀମାନେ ଟଙ୍କା ମଧ୍ୟ ଦେଉଛନ୍ତି। ଡକାୟତଙ୍କ କାହାଣୀ କହିବ ମ୍ୟୁଜିୟମ୍‌ । ତେବେ ଏହି ମ୍ୟୁଜିୟମ୍‌ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ତିଆରି ହୋଇଛି। ଆସନ୍ତାମାସରୁ ଲୋକମାନଙ୍କ ପାଇଁ ମ୍ୟୁଜିୟମ୍‌ ଖୋଲିବ ବୋଲି ସୂଚନା ମିଳିଛି।

ମଧ୍ୟପ୍ରଦେଶର ଚମ୍ବଲ ଅଞ୍ଚଳ ଡକାୟତଙ୍କ ପାଇଁ ଜଣାଯାଏ। ମ୍ୟୁଜିୟମ୍‌ରେ କୁଖ୍ୟାତ ଡକାୟତଙ୍କ କାହାଣୀ ଦେଖିବାକୁ ମିଳିବ। ଡକାୟତଙ୍କ ଜୀବନ କାହାଣୀ ସମ୍ପର୍କରେ ଲୋକଙ୍କୁ ଜଣାଇବ ମ୍ୟୁଜିୟମ୍‌

`ଏଠାରେ ଡକାୟତରୁ ସାଂସଦ ହୋଇଥିବା ଫୁଲନ ଦେବୀ, ମଲଖନ ସିଂହ ଏବଂ କ୍ରୀଡାବିତରୁ ଡକାୟତ ହୋଇଥିବା ପାନ ସିଂହ ତୁମାରଙ୍କ କାହାଣୀ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ତେବେ ଏହି ମ୍ୟୁଜିୟମ ପାଇଁ ରାଜ୍ୟ ପୋଲିସ ଅଧିକାରୀ ଟଙ୍କା ଦାନ ଦେଉଛନ୍ତି। ବହୁ ପ୍ରୟାସ ପରେ ଚମ୍ବଲ ଏବେ ମୁଖ୍ୟସ୍ରୋତକୁ ଫେରିଛି। ଡାକାୟତମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ କଷ୍ଟ ସହିଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ପୋଲିସ କର୍ମୀଙ୍କ ଏହା ହେଉଛି ସମୟ ବୋଲି ଭିଣ୍ଡ ଏସପି ମନୋଜ କୁମାର ସିଂହ କହିଛନ୍ତି।

କେବଳ ଯେ ଡକାୟତଙ୍କ କାହାଣୀ ରହିବ ତାହା ନୁହେଁ ଚମ୍ବଲ ପାଇଁ ଲଢ଼େଇରେ ସହିଦ ହୋଇଥିବା ପ୍ରତ୍ୟେକ ହିରୋଙ୍କ କାହାଣୀ ମଧ୍ୟ ମ୍ୟୁଜିୟମରେ ରହିବ। ମ୍ୟୁଜିୟମରେ ଚମ୍ବଲକୁ ଡକାୟତମୁକ୍ତ କରିବାରେ ଜୀବନ ଉତ୍ସର୍ଗ କରିଥିବା ୪୦ରୁ ଅଧିକ ପୋଲିସ କର୍ମଚାରୀଙ୍କ ଡାଟାବେସ୍‌ ରହିବ। ସେମାନଙ୍କର ଫଟୋ ଏବଂ ମେଡାଲ ପ୍ରଦର୍ଶିତ ହେବ। ଏନେଇ ଚମ୍ବଲ ରେଞ୍ଜ ଡିଆଇଜି ରାଜେଶ ହିଙ୍ଗାନକର କହିଛନ୍ତି।

ଏହା ସହ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଦର୍ଶକଙ୍କୁ ଡକାୟତ ଏବଂ ପୋଲିସ ମଧ୍ୟରେ ସଂଘର୍ଷକୁ ଦେଖାଯିବାର ଯୋଜନା ରହିଛି। ୬ରୁ ୭ଟି କୋଠରୀ ବିଶିଷ୍ଟ ଏହି ମ୍ୟୁଜିୟମ୍‌ ହୋଇଥିବା ବେଳେ ପୋଲିସ ଅଧିକାରୀ ଏଥିପାଇଁ ୩ ଲକ୍ଷ ଟଙ୍କା ଦେଇଥିବା ଏସପି କହିଛନ୍ତି।

   Related Posts