Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ପୁଜାମଣ୍ଡପରେ ମୂର୍ତ୍ତି ନିର୍ମାଣକୁ ନେଇ ବିବାଦର ଘଟିପାରେ ଅନ୍ତ, ଆଜି ହାଇକୋର୍ଟରେ ମାମଲାର ଶୁଣାଣି

19/10/2020 at 8:56 AM

କଟକ ୧୯।୧୦:  ପୁଜାମଣ୍ଡପରେ ମୁର୍ତ୍ତି ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଆଜି ଘଟିପାରେ ଅନ୍ତ । କୋର୍ଟରେ ଆଜି ଆଡଭୋକେଟ ଜେନେରାଲ ରିପୋର୍ଟ ଦାଖଲ କରିବେ । ସେହିପରି ଆଜି ଏସଂକ୍ରାନ୍ତୀୟ ମାମଲାର ଚୁଡାନ୍ତ ଶୁଣାଣି କରିଵେ ହାଇକୋର୍ଟ ।

କଟକ ସହରର ୯ ଟି ପୁଜା ମଣ୍ଡପରେ ପୂର୍ବ ବର୍ଷ ପରି ମୁର୍ତ୍ତି ନିର୍ମିତ ହୋଇସାରିଛି । ଯାହାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଗତ ଶୁକ୍ରବାର ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମୁର୍ତ୍ତି ନିର୍ମାଣ କରିବା ଲାଗି ପ୍ରଥମେ ଵାଲୁ ଵଜାର ପୁଜାମଣ୍ଡପକୁ ଅନୁମତି ଦେଇଥିଲେ ହାଇକୋର୍ଟ । ପରେ କଟକ ଫିରିଙ୍ଗି ବଜାର ଏବଂ ଉପର ତେଲେଙ୍ଗାବଜାର ସମେତ ୯ ଟି ପୁଜାମଣ୍ଡପ ରେ ପୂର୍ବ ଢାଞ୍ଚାରେ ମୁର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଥିଲା ।

ତେବେ ରାଜ୍ୟ ସରକାରଙ୍କ ନୂଆ ଗାଇଡ ଲାଇନ ଆଧାରରେ ମୁର୍ତ୍ତି ଉଚ୍ଚତା ୪ ଫୁଟ ରଖିବା ଲାଗି ପୁଲିସ କମିଶନର ନିର୍ଦ୍ଦେଶ ଦେଇଥିଲେ । ନଵନିର୍ମିତ ବଡ ମୁର୍ତ୍ତି ଗୁଡିକୁ ଭାଙ୍ଗିଦେବାଲାଗି ସମ୍ପୃକ୍ତ ପୁଜାକମିଟି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୁଲିସ କମିଶନର । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ହୋଇଛି ଏକାଧିକ ମାମଲା । ତେବେ ପୂଜା ପ୍ରସ୍ତୁତି ପାଇଁ ହାଇକୋର୍ଟ ଅନୁମତି ଦେଇସାରିଛନ୍ତି । ତେଣୁ ଆଜି ମାମଲା ସମ୍ପର୍କରେ କେଉଁ ପ୍ରକାରର ନିଷ୍ପତ୍ତି ଆସିବ ତାକୁ ହିଁ ଅପେକ୍ଷା ।

   Related Posts