ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | November 12, 2020 IST

ସାନଖେମୁଣ୍ଡି ୧୨।୧୧: ନଦୀସ୍ରୋତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗାଁ ଘୋଡ଼ାହାଡ଼ ନଦୀସ୍ରୋତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଖଲିଙ୍ଗି ଗାଁର ଶଙ୍କର ଲେଙ୍କା , ଏବଂ ତାଙ୍କ ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

{"id":360241,"sizeSlug":"large"}

ଖବର ଅନୁଯାୟୀ, ଶଙ୍କର ଗତକାଲି ସଂଧ୍ୟା ସମୟରୁ ଘରୁ କେଉଁଆଡେ ଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଆସିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ପତ୍ତା ମିଳିନଥିଲା ଶଙ୍କରଙ୍କର । ତେବେ ଆଜି ସକାଳ ସମୟରେ ଗାଁର କିଛି ଲୋକ ଶୌଚ ହେବା ପାଇଁ ନଦୀକୁ ଯାଇଥିଲେ ବେଳେ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ତୁରନ୍ତ ଏନେଇ ଗାଁଲୋକେ ପୋଲିସକୁ ଜଣାଇଥିଲେ । ମୃତଦେହଟି ନିଖୋଜ ଶଙ୍କରଙ୍କର ବୋଲି ଯାଇବାକୁ ପାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.